ଯଦି PM Modi ଙ୍କ ଏହି କଥା ମାନି ନେଇଥାନ୍ତା ପାକିସ୍ତାନ, ତ ଆଜି ଏମିତି ହେଇ ନଥାନ୍ତା…

ନମସ୍କାର ବନ୍ଧୁଗଣ ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ । ସୋମବାର ବିରୋଧୀ ଦଳ ତଥା ପିଏମଏଲ- ଏନ ନେତା ସହବାଜ ସରିଫ ଏହି ପ୍ରସ୍ତାବ ନିମ୍ନ ସଦନରେ ଆଗତ କରିଛନ୍ତି । ତେବେ ଲାଗିରହିଥିବା ସଙ୍କଟ ମଧ୍ୟରେ ଝୁଲୁଥିବା ଇମ୍ରାନଙ୍କ କ୍ଷମତା ବଜାୟ ରଖିବା ନେଇ ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଆଜି ଗୃହରେ ପ୍ରସ୍ତାବ ଆଗତ ହେବା ପରେ ନେସନାଲ ଆସେମ୍ୱଲି ମୁଲତବୀ ହୋଇଯାଇଛି ।

୩୧ ତାରିଖରେ ଏହି ଅନାସ୍ଥା ଉପରେ ଚର୍ଚ୍ଚା ଓ ଭୋଟିଂ ଆରମ୍ଭ ହେବ । ତେବେ ବାଚସ୍ପତି ଅସାର କୈସର କହିଛନ୍ତି, ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସହ ଅନାସ୍ଥା ଉପରେ ଚାର୍ଚ୍ଚା ହେବ । ସଦସ୍ୟମାନେ ମଧ୍ୟ ଏହି ନିଷ୍ପତ୍ତିରେ ଏକମତ ହୋଇଥିଲେ । ତେବେ ଗୃହ ମୁଲତବୀ ହୋଇସାରିଥିବା ବେଳେ ଇମ୍ରାନଙ୍କ ଭାଗ୍ୟ ମଧ୍ୟ ଝୁଲୁଛି । ତେବେ ଏହା ଗୃହରେ ଆଗତ, ଚର୍ଚ୍ଚା ଓ ପାରିତ ହେବା ପରେ କାର୍ଯ୍ୟକରୀ ହେବାକୁ ଥିବାବେଳେ, ତାହା ପୂର୍ବରୁ ଇମ୍ରାନଙ୍କ ଇସ୍ତାଫା ଚର୍ଚ୍ଚା ଜୋର ଧରିଥିଲା ।

ଅନ୍ୟପଟେ ଏପରି ଚର୍ଚ୍ଚାକୁ ଇମ୍ରାନ ଖଣ୍ଡନ କରିବା ସହ ଅନାସ୍ଥା ପାରିତ ହେବା ପୂର୍ବରୁ ସେ କୌଣସି ପରସ୍ଥିତିରେ ଇସ୍ତାଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟି, ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଭୋଟିଂ ପରେ ପାକିସ୍ତାନ ରଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିବ ।

ତେବେ କିନ୍ତୁ ଏହି ସବୁ ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନ ର ସାଧାରଣ ଜନତା ତେବେ ସେମାନଙ୍କ ଖାଦ୍ୟ ପେୟ ସବୁ ମହଙ୍ଗା ହେବାରେ ଲାଗିଛି । ନୀତିଦିନ ଜୀବନରେ ବ୍ୟବହୃତ ଜିନିଷ ମଧ୍ୟ ନେବା ବହୁତ ମହଙ୍ଗା ପଡୁଛି । ତେବେ ବର୍ତ୍ତମାନ ପାକିସ୍ତାନ କୁ ଭାରତର ସେ ଛଅ ବର୍ଷ ପୁରୁଣା କଥା କୁ ମାନିନେବା ଉଚିତ ଥିଲା ।

ତେବେ ନରେନ୍ଦ୍ର ମୋଦୀ ନିଜ ରାଲି ରେ ଏକ ଭାଷଣ ଦେଇଥିଲେ ଯେଉଁ ଥିରେ ସେ ପାକିସ୍ତାନ ର ଜନତା କୁ କହିଥିଲେ କି ଆସ ଲଢେଇ କରିବା ନିଜ ଦେଶ ରୁ ଗରିବୀ କୁ କିଏ ଆଗ ହଟେଇବ ତାହା ଜାଣିନେବା । ଆସ ଲଢେଇ କରିବା କିଏ ବେରୋଜଗାରୀ କୁ ଆଗ ଶେଷ କରୁଛି ତେବେ ଆସ ଲଢେଇ କରିବା କିଏ ଶିକ୍ଷା ର ବ୍ୟବସ୍ଥା କୁ ଉନ୍ନତି କରାଉଛି । ତେବେ ସେତେବେଳେ ଯଦି ଏହି ସବୁ କଥା ଉପରେ ଧ୍ୟାନ ଦେଇଥାନ୍ତେ ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ର ସାମ୍ନା କରିବାକୁ ପଡି ନଥାନ୍ତା ।

Leave a Reply

Your email address will not be published. Required fields are marked *