ଚୀନରେ ହଙ୍ଗାମା, ସଂଯୁକ୍ତ ରାଷ୍ଟ୍ରରେ ଏହି ଭାରତୀୟ ବ୍ୟକ୍ତି ଜଣକ କରିଦେଲେ ଏମିତି ଖେଳ…

ବନ୍ଧୁଗଣ ଜିନେଭାରେ ୟୁନାଇଟେଡ ନେସନ ହ୍ୟୁମାନ ରାଇଟ କାଉନ୍ସିଲର ବୈଠକରେ କାଶ୍ମୀରର ଜଣେ କାର୍ଯ୍ୟକର୍ତ୍ତା ଯୁନେଦ କୁରେସି ଚୀନ ମାମଲା ଉଠାଇ ଦେଲେ । ଏହା ପରେ ଏବେ ଜବରଦସ୍ତ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁନେଦ କୁରେସି ସଂଯୁକ୍ତ ରାଷ୍ଟ୍ର ସଂଘରେ କହିଛନ୍ତି, ଅକସାଇ ଚୀନର ଏକ ବଡ ଅଂଶରେ ଚୀନର ଅବୈଧ କବଜା ଅଛି । ଅପଚାରିକ ରୂପରେ ଅକସାଇ ଚୀନକୁ ଚୀନର କବଜାରେ ଥିବା ଜାମୁ କାଶ୍ମୀର ଅର୍ଥାତ ସିଓକେ କହିବା ଉଚିତ ।

ଚର୍ଚ୍ଚା ସମୟରେ ଯୁନେଦ କୁରେସି କହିଛନ୍ତି, ମୁ ମୋର ପୂର୍ବଜଙ୍କ ଜମି ଜାମୁ କାଶ୍ମୀର ମାମଲାରେ ଧ୍ୟାନକୁ ଆଣିବା ପାଇଁ ଚାହୁଁଛି । ଏହି ମାମଲାକୁ ନେଇ ଅନେକ ବର୍ଷ ହେବ ଯୁକ୍ତି ଲାଗି ରହିଛି । ସେ କହିଛନ୍ତି, ଅକସାଇ ଚୀନ ଜାମୁ ଓ କାମଶିର ଠାରୁ 20 ପ୍ରତିଶତ ଅଧିକ କ୍ଷେତ୍ରରେ ଅଛି । ଏହାର ଆକାର ପାଖାପାଖି ଭୁଟାନ ପରିକା ହେବ । ସଂଯୁକ୍ତ ରାଷ୍ଟ୍ରରେ ଯୁନେଦଙ୍କ ଏହି କଡା ବୟାନ ଶୁଣିବା ପରେ ଏବେ ଚୀନ ଦୁଃଖ ଅନୁଭବ କରିଛି ।

ଚୀନ କହିଛି, ଯୁନେଦ କୁରେସି ଯେଉଁ ବୟାନ ଦେଇଛନ୍ତି ତାହା ଚୀନର କ୍ଷେତ୍ରୀୟ ଅଖଣ୍ଡତା ଓ ସମ୍ପ୍ରଭୂତାର ବିରୋଧରେ ଅଟେ । ଏହି ବୟାନ ସଂଯୁକ୍ତ ରାଷ୍ଟ୍ର ଚାଟ୍ଟରର ଉଲଂଘନ କରିଛି । ଚୀନ ଅନୁରୋଧ କରି କହିଛି ଯୁନେଦଙ୍କ ମାଙ୍ଗ ଉପରେ ଅଧିକ ଗୁରୁତ୍ଵ ଦିଆ ନଯାଉ । ଯୁନେଦ ଅନୁରୋଧ କରି କହିଛନ୍ତି ଅକସାଇ ଚୀନକୁ ଜାମୁ କାଶ୍ମୀର ଭଳି ଭାଗ କରାଯାଉ ଯାହା ଉପରେ ଚୀନ ଅବୈଧ କବଜା କରିଛି ।

ଅକସାଇ ଚୀନ ସେହି ଜମି ଅଟେ ଯେଉଁଥି ପାଇଁ ୧୯୬୨ ମସିହାରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଚୀନ ପାଇଁ ଅକସାଇ ଚୀନ ବହୁତ ଅଧିକ ଜରୁରୀ ଅଟେ କାରଣ ଅକସାଇ ଚୀନ ଜରିଆରେ ଚୀନ ରାସ୍ତା ଘାଟ ନିର୍ମାଣ କରେ । ଅକସାଇ ଚୀନର ରାସ୍ତା ପଶ୍ଚିମ ପ୍ରାନ୍ତ ଜିନଜିଆଙ୍ଗ ପର୍ଯ୍ୟନ୍ତ ଯାଇଥାଏ । ଜିନଜିଆଙ୍ଗ ୱିଗର ମୁସଲମାନ ମାନଙ୍କ ଘର ଅଟେ ।

ଦୀର୍ଘ ବର୍ଷ ହେବ ଚୀନ ଏହି ୱିଗର ମୁସଲମାନ ମାନଙ୍କ ଉପରେ ଅତ୍ୟାଚାର କରି ଆସୁଛି । ବନ୍ଧୁଗଣ ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *