ହେ ପ୍ରଭୁ ! ଦୁଇ ହାତ ନଥାଇ ବି ନିଜ କୁନି ଝିଅର କିପରି ଯତ୍ନ ନେଉଛନ୍ତି ଜଣେ ବାପା ଦେଖିଲେ ଆପଣ ନ କାନ୍ଦି ରହି ପାରିବେନି !

ନମସ୍କାର ବନ୍ଧୁଗଣ ତେବେ ଆଜିର ମନୁଷ୍ୟ ମାନେ ଇଣ୍ଟରନେଟ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହୁଛନ୍ତି । ତେବେ ସୋସିଆଲ ମିଡ଼ିଆ ହେଉଛି ଇଣ୍ଟରନେଟ ର ଏକ ସଫଳ ଗୁରୁତ୍ୱପୂର୍ଣ୍ଣ ଅବଦାନ । ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଘରେ ବସି ଅଳ୍ପ ସମୟ ମଧ୍ୟରେ ଦେଶ ବିଦେଶର ପ୍ରତିଟି ସାଧାରଣ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ ହୋଇ ପାରୁଛୁ । ତେବେ ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ର ଜୀବନ୍ତ ଦୃଶ୍ୟ ଦେଖିବାକୁ ମିଳିଥାଏ ।


ସେଥି ମଧ୍ୟରୁ କିଛି ମନରୋଞ୍ଜନ ପାଇଁ ଉଦ୍ଦିଷ୍ଟ ହୋଇଥାଏ ତ କିଛି ସାମାଜିକ ସଚେତନତା ଦିଗରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ । କିଛି ଭିଡିଓ ସମ୍ପର୍କର ମହତ୍ତ୍ୱ କୁ ଏପରି ଉପସ୍ଥାନ କରିଥାଏ ଯେ ଦେଖିବା ମାତ୍ରକେ ମନରେ ଅନୁଶୋଚନା ର ଏକ ଭାବନା ପଶି ଆସେ । ତେବେ ନିକଟରେ ସୋସିଆଲ ମିଡିଆରେ ଏକ ଦିବ୍ୟାଙ୍ଗ ବାପା କିପରି ନିଜ ଛୋଟ ଝିଅର ମୁଣ୍ଡ କୁଣ୍ଡାଇ ଦେଉଛନ୍ତି, କେଶ କୁ ବାନ୍ଧି ଦେଉଛନ୍ତି, ଝିଅକୁ ଗେଲ୍ହ କରୁଛନ୍ତି ତାହା ଦେଖିଲେ ଯେ କୌଣସି ବ୍ୟକ୍ତି ର ଆଖି ରୁ ଲୁହ ଝରି ଯିବ ।

ତେବେ ବନ୍ଧୁଗଣ ଏହି ଦିବ୍ୟାଙ୍ଗ ବାପା ଓ ଝିଅର ଭିଡିଓ ଏବେ ସୁଦ୍ଧା ୩ ମିଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି । ଲୋକମାନେ ଏହି ଭିଡିଓ ରେ ନିଜର ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।ତେବେ ଜଣେ ଦିବ୍ୟାଙ୍ଗ ବାପା କିପରି ନିଜ ଝିଅ ର ଯତ୍ନ ନେଉଛନ୍ତି, କିପରି ନିଜ ଝିଅ ପ୍ରତି ଥିବା ତାଙ୍କ କର୍ତ୍ତବ୍ୟ କୁ ସୁଚାରୁ ରୂପେ ପାଳନ କରିବା କୁ ଚେଷ୍ଟା କରୁଛନ୍ତି ତାହା ଏହି ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ବାସ୍ତବରେ ଏହା ଏକ ହୃଦୟସ୍ପର୍ଶୀ ଘଟଣା । ତେଣୁ ଆପଣ ମାନେ ଅନୁଭବ କରନ୍ତୁ ବାପା ଙ୍କ ମହତ୍ତ୍ୱ ଆମ ପାଇଁ କଣ ? ବାପା ମାଆ ଆମ ପାଇଁ ଚଳନ୍ତି ପ୍ରତିମା । ତେବେ ମାଆ ସିଏ ହୋଇଥାଏ ଯିଏ ସନ୍ତାନ ମୁହଁ ଖୋଲି କହିବା ଆଗରୁ ମାଆ ସନ୍ତାନର ମନ କଥା ବୁଝି ଯାଇଥାଏ । ଆଉ ବାପା, ବାପା ନିଜ ସନ୍ତାନ ମୁହଁରେ ଦୁଇ ମୁଠା ଆହାର ଦେଇ ମୁହଁରେ ଟିକିଏ ହସ ଦେଖିବା ପାଇଁ ଦିନ ଯାକ କଠିନ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ହସି ହସି ପିଇ ଦିଅନ୍ତି ।

କିନ୍ତୁ ଆଜିର ସମୟରେ ମନୁଷ୍ୟ ମାନେ ଆଧୁନିକତା ର ଚରମ ସୀମାରେ ପହଞ୍ଚିବା ପାଇଁ ଅନବରତ ଚେଷ୍ଟା କରି ଚାଲିଛନ୍ତି । ତେବେ ଏହି ଆଧୁନିକ ପ୍ରେମୀ ମନୁଷ୍ୟ ମାନେ ଏତେ କର୍ମ ବ୍ୟସ୍ତ ରହୁଛନ୍ତି ଯେ ପରିବାର ଲୋକଙ୍କ କଥା ଭାବିବା କି ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ର ଘୋର ଅଭାବ ଦେଖା ଦେଉଛି । ଏତଦ୍ବ୍ୟତୀତ ଅନେକ ପୁଅ ତ ସ୍ତ୍ରୀ କଥା ରେ ପଡି ନିଜ ବାପା ମାଆ ଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ।


ତା ଛଡା ଅନେକ ନିଜ କ୍ୟାରିଅର ନିର୍ମାଣ ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ବାପା ମାଆଙ୍କ ଦୁଃଖ ସୁଖରେ ଭାଗି ହେବା ତ ଦୂରର କଥା ସେମାନଙ୍କ ସହ ଦୁଇ ପଦ କଥା ହେବା ପାଇଁ ମଧ୍ୟ ସେମାନେ ରାଜି ନୁହଁନ୍ତି । ତେବେ ଏହା ତ ଆଜିର ଲୋକମାନଙ୍କ ପାଇଁ ସାଧାରଣ କଥା ହୋଇ ଗଲାଣି । ତେବେ ବନ୍ଧୁଗଣ ବାପା ର ମହତ୍ତ୍ୱ ବୁଝାଇବା ଦିଗରେ ଉପରୋକ୍ତ ଭାଇରାଲ ଭିଡିଓ ଟି ନିଶ୍ଚୟ ବେଶ ହୃଦୟସ୍ପର୍ଶୀ ଅଟେ ।

ଶେଷରେ ଆମେ ଆପଣ ମାନଙ୍କୁ ଏତିକି ଅନୁରୋଧ କରି କହିବୁ କି ଆପଣ ମାନେ ସମସ୍ତେ ନିଜ ବାପା ମାଆ ଙ୍କୁ ସମ୍ମାନ କରନ୍ତୁ ଓ ଭଲ ପାଆନ୍ତୁ । ତେବେ ଆମେ ଆଶା କରୁଛୁ ଏହି ଲେଖା ଟି ଆପଣଂକୁ ପସନ୍ଦ ଆସିଥିବ । ତେବେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *