Health Tips- ହାତ ଗୋଡ଼ ଝିମଝିମ ହେଉଥିଲେ ହୋଇଯାନ୍ତୁ ସାବଧାନ ! ହେଇପାରେ ବଡ ରୋଗର ସଙ୍କେତ

ନମସ୍କାର ବନ୍ଧୁଗଣ ତେବେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏପରି ଏକ ଉକ୍ତି ର ବାସ୍ତବ ମର୍ମାର୍ଥ ରହିଛି । କାରଣ ଜଣେ ଅସୁସ୍ଥ ଥିବା ବ୍ୟକ୍ତି ପାଖରେ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ସେ ଉପଭୋଗ କରି ପାରି ନଥାଏ । କାରଣ ସୁସ୍ଥ ଜୀବନଟିଏ ବଞ୍ଚିବା ପାଇଁ ସର୍ବପ୍ରଥମେ ଆମ ସ୍ୱାସ୍ଥ୍ୟ ଠିକ ରହିବା ନିତାନ୍ତ ଆବଶ୍ୟକ । କିନ୍ତୁ ଆଜିର ସମୟରେ ଆଧୁନିକ ଲୋକଙ୍କ ଖାଦ୍ୟପେୟ ତଥା କର୍ମବ୍ୟସ୍ତ ଜୀବନ ଶୈଳୀ ମନୁଷ୍ୟ ମାନଙ୍କର ଅସୁସ୍ଥତା ର ମୂଳ କାରଣ ।

ବୟସ ବଢିବା କ୍ରମେ ମନୁଷ୍ୟ ଙ୍କର ଶରୀରରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ବା ଆଣ୍ଠୁ ଗଣ୍ଠି ଝିମଝିମ ହେବା ପରି ଅନେକ ସମସ୍ୟା ମାନ ଦେଖା ଦେଇଥାଏ ସତ କିନ୍ତୁ ଆଜି କାଲିର ଅତ୍ୟାଧୁନିକ ଜିନିଷ ର ବ୍ୟବହାର କାରଣରୁ ମନୁଷ୍ୟ ମାନେ ଆଉ ଏତେ ପରିଶ୍ରମ କରୁ ନାହାଁନ୍ତି, ଯଦ୍ୱାରା ଛୋଟ ଛୋଟ ପିଲା ବା ଯୁବକ ଯୁବତୀ ମାନଙ୍କ ଠାରେ ମଧ୍ୟ ଉପରୋକ୍ତ ସମସ୍ୟା ସୃଷ୍ଟି ହୋଇଥାଏ ।

ଲୋକ ମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତର ଙ୍କ ବିନା ପରାମର୍ଶ ରେ ବହୁ ମେଡ଼ିସିନ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ରହିଥିବା ଯୋଗୁଁ ଏହା ଆମ ଶରୀର ପ୍ରତି ବହୁତ ହାନି କାରକ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ଆପଣଙ୍କର ହାତ ଗୋଡ ଝିମଝିମ ସମସ୍ୟାକୁ ଦୂର କରିଦେବ ।
ତେବେ ହାତ ବଧିର କିମ୍ୱା ଝିମ ଝିମ ହେବାର ଦୁଇଟି କାରଣ ରହିଥାଏ , ପ୍ରଥମ କାରଣଟି ହେଉଛି କାର୍ପାଟର୍ନଲ ସିଙ୍ଗଡମ ।

ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିଲେ ହାତ ଏବଂ ଆଙ୍ଗୁଳି ବଧିର ହୋଇ ରହିଥାଏ , ଏହାଦ୍ୱାରା ହାତର ମଝିରେ ଥିବା ଶିରା ଦବିଯାଏ । ତେବେ ଏପରି ସମସ୍ୟା ଦେଖା ଯାଉଥିଲେ ଆପଣଙ୍କୁ କିଛି ସମୟ ପର୍ଯ୍ୟନ୍ତ ହାତ ଏବଂ ଆଙ୍ଗୁଠି କୁ ଆରାମ ଦେବା ଉଚିତ । ତାକୁ ଧୀରେ ଧୀରେ ଚଳ ପ୍ରଚଳ କରାଇବା ଉଚିତ , ତେବେ ଯାଇ ଧୀରେ ଧୀରେ ଝିମ ଝିମ ହେବା ବନ୍ଦ ହୋଇଥାଏ ଓ ଗଣ୍ଠି ସ୍ଥାନ ପୂର୍ବାପରି ସ୍ୱାଭାବିକ ହୋଇଥାଏ ।

ଦ୍ୱିତୀୟ କାରଣଟି ହେଉଛି ଶରୀରରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ ର ମାତ୍ରା କମିଯିବା । ଆପଣ ମାନେ ଜାଣିଥିବେ ଯେ ଶରୀରରକୁ ସୁସ୍ଥ ରଖିବା ପାଇଁ ହେଲେ ପୋଷକତତ୍ତ୍ୱ ଆବଶ୍ୟକ ହୋଇଥାଏ ଯାହା ବିଭିନ୍ନ ପ୍ରକାର ଖାଦ୍ୟରୁ ଆମ ଶରୀର ପାଇଥାଏ । ଏତଦ୍ବ୍ୟତୀତ କେତେକ ଭିଟାମିନ ର ଆବଶ୍ୟକତା ରହିଥାଏ ।

ଯେପରି ପଟାସିୟମ , କ୍ୟାଲସିୟମ , ଆଇରନ , ମାଗ୍ନେସିୟମ ଓ ଭିଟାମିନ ବି୧୨ ଇତ୍ୟାଦି ର ଆବଶ୍ୟକତା ରହିଥାଏ । ତେବେ ଏହି ସବୁ ଭିଟାମିନର ମାତ୍ରା କମ ଯୋଗୁଁ ଏଭଳି ଗଣ୍ଠି ସ୍ଥାନ ରେ ଝିମଝିମ ଅନୁଭୁତ ହୋଇଥାଏ । ତେଣୁ ସର୍ବଦା ଶରୀରକୁ ଭିଟାମିନ ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ ଅଟେ


ତେବେ ଆପଣ ମାନେ ପ୍ରତ୍ୟେକ ଦିନ ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଆନ୍ତୁ ଯେଉଁଥିରେ ଉପରୋକ୍ତ ପୋଷକ ସବୁ ଭରପୁର ମାତ୍ରାରେ ଥିବ । ତତ୍ସହିତ ପ୍ରତ୍ୟେକ ଦିନ ଆପଣ ଶୋଇବା ବେଳେ ହାତ ଗୋଡ ମାଲିସ୍ କରି ଶୁଅନ୍ତୁ । ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେବ । ପ୍ରତିଦିନ ଶୋଇବା ପୂର୍ବରୁ ସୁଣ୍ଠି ହଳଦୀ ମିଶାଇ ସେବନ କରନ୍ତୁ , ଏଥିରୁ ଆପଣଙ୍କୁ ଉପଶମ ମିଳିବ । ତତ୍ସହିତ ପ୍ରତିଦିନ ବ୍ୟାୟାମ କରନ୍ତୁ ବା କିଛି ପରିଶ୍ରମ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *