ନିଦ ନ ଆସିଲେ କଣ କରିବେ ? ସବୁଠୁ ସହଜ ଘରୋଇ ଉପାୟ, 8 ଘଣ୍ଟା ମସ୍ତ ନିଦ ଆସିବ…

ନମସ୍କାର ବନ୍ଧୁଗଣ ତେବେ ଏକ ସୁସ୍ଥ ଶରୀର ପାଇଁ ଠିକ ଭାବରେ ଠିକ ସମୟରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ । କେବଳ ସୁସ୍ଥ ଶରୀର ନୁହେଁ ବର॰ ମାନସିକ ଶାନ୍ତି ପାଇଁ ମଧ୍ୟ ଭଲ ନିଦର ଆବଶ୍ୟକ ହୋଇଥାଏ । ମାତ୍ର ଆଜିକାଲି ର ସମୟରେ ଅଧିକାଂଶ ଲୋକ ମାନଙ୍କୁ ଠିକ ଭାବରେ ନିଦ ନ ହେଉଥିବା କାରଣ ରୁ ସେମାନେ ସାରା ରାତି ନ ଶୋଇ ଚାହିଁ ରହିଥାନ୍ତି । ରାତିରେ ଯଦି କେହି ଭଲରେ ନ ଶୋଇ ଥାଏ, ତେବେ ଏହାର କୁପ୍ରଭାବ ମସ୍ତିସ୍କ ଉପରେ ପଡିଥାଏ ।

ତେବେ ଶରୀରରେ ଅଳସ ରହିବା ସହ କୌଣସି କାମ କାରିବାକୁ ଇଚ୍ଛା ହୋଇ ନଥାଏ । କେବଳ ଚିଡ଼ଚିଡ଼ା ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି କଥା । ତେବେ ଅନେକ ଲୋକଙ୍କୁ ଦେଖା ଯାଇଥାଏ ରାତି ରେ ନିଦ ନ ଆସିବା କାରଣରୁ ସେମାନେ ଉଠି ଫୋନ ଇନ୍ଟାରନେଟ ଖୋଲି ସୋସିଆଲ ମିଡିଆ ରେ ସମୟ ଅତିବାହିତ କରିଥାନ୍ତି,

କିନ୍ତୁ ଏହା ଦ୍ଵାରା ନିଦ ଆସିବା ପରିବର୍ତେ ମସ୍ତିସ୍କ ପୁଣି ଥରେ ଆକ୍ଟିଭ ହୋଇ ଯାଇଥାଏ । ବନ୍ଧୁଗଣ ରାତି ରେ ଏକ ଭଲ ନିଦ ଶୋଇବାକୁ ହେଲେ ସର୍ବ ପ୍ରଥମେ ରାତିରେ ଶୀଘ୍ର ଶୋଇବାକୁ ହେବ । ତାହାସହ ଶରୀର କୁ ସୁସ୍ଥ ରଖିବା ପାଇଁ ସାଧାରଣତଃ ମଣିଷ କୁ ନିହାତି ଏକ ଦିନରେ ୬ ରୁ ୮ ଘଣ୍ଟା ଶୋଇବାକୁ ହୋଇଥାଏ । ଯଦି କେହି ୮ ଘଣ୍ଟା ରୁ ଅଧିକ ଶୋଇଥାଏ, ତେବେ ତାହାକୁ କୁହାଯାଇ ପାରିବ ସେ ବ୍ୟକ୍ତି ଜଣକ ଅଧିକ ମାତ୍ର ରେ ଶୋଉଛନ୍ତି ।

କିନ୍ତୁ ଯଦି କେହି ୪ ଘଣ୍ଟା ରୁ ମଧ୍ୟ କମ ଶୋଇଥାଏ ତେବେ ସେହି ବ୍ୟକ୍ତି କୁ ଅନିଦ୍ରା ରୋଗ ବୋଲି କୁହାଯାଇପାରେ । କିନ୍ତୁ ବୟସ୍କ ଲୋକଙ୍କର ବୟସ ସହ ନିଦ ମଧ୍ୟ କମି ଯାଇଥାଏ । ଠିକ ଭାବରେ ଶୋଇବାକୁ ହେଲେ ସର୍ବ ପ୍ରଥମେ ଠିକ ସମୟରେ ଶୋଇବାକୁ ହେବ । ଏଥି ପାଇଁ ପ୍ରଥମେ ଏକ ଶୋଇବାର ଠିକ ସମୟ ନିର୍ଧାରିତ କରିବାକୁ ହୋଇଥାଏ ।

ଯେପରିକି ଯଦି ଆପଣ ରାତିରେ ୧୦ ରୁ ୧୧ ଟା ମଧ୍ୟରେ ଶୋଇବାକୁ ଯାଇଥା’ନ୍ତି, ତେବେ ଆପଣ ସକାଳେ ୬ ରୁ ୭ ଟା ମଧ୍ୟରେ ଉଠି ଯାଇ ପାରିବେ । ଶୋଇବାର ପାଖାପାଖି ୨ ଘଣ୍ଟା ପୂର୍ବରୁ ଫୋନ ଇଣ୍ଟେନେଟ ଆଦି ବନ୍ଦ କରି ନିଜ ଠାରୁ ଦୂର ରେ ରାଖି ଦେବା ଉଚିତ । ଏହା ଦ୍ଵାରା ବ୍ରେନ ଆକ୍ଟିଭ ହୋଇ ନଥାଏ ଏବଂ ଆପଣ ଏକ ଶାନ୍ତି ପୂର୍ଣ୍ଣ ନିଦ ଶୋଇ ପାରିଥାନ୍ତି ।

ତେବେ ଏହାଛଡା ଭଲ ନିଦ ପାଇଁ ରାତିରେ ଶୋଇବା ପୂର୍ବ ରୁ କୌଣସି ଭଲ ବହି ପାଢି ପାରିବେ ଓ ତାହାସହ ରାତିରେ କୌଣସି ଉତେଜିତ ପଦାର୍ଥ କିମ୍ବା କୌଣସି ପ୍ରକାର ର ଗରିଷ୍ଠ ଖାଦ୍ଯର ସେବନ କରିବା ଉଚିତ୍ ହୋଇ ନ ଥାଏ । ବନ୍ଧୁଗଣ ଯଦି ଆପଣ ୪ ଟା ପରେ ସନ୍ଧ୍ୟା ସମୟରେ କିଛି ସମୟ ପାଇଁ କୌଣସି ଯୋଗ ଆଦି କରିବା ଓ ଦୀର୍ଘ ନିଶ୍ଵାସ ନେଇ କିଛି ସମୟରେ ତାହାକୁ ବାହାରକୁ ପୁନଃ ଛାଡିବା ଏଭଳି କରନ୍ତି, କିମ୍ବା କିଛି ସମୟ ଧ୍ୟାନ କରିଥାନ୍ତି ତେବେ ଏସବୁ ଦ୍ଵାରା ଶରୀର ସହ ମସ୍ତିସ୍କ ଭଲ ରହିଥାଏ ।

ତେବେ ଆପଣ ସର୍ପଗନ୍ଧା ଏବଂ ଅଶ୍ୱଗନ୍ଧା କୁ ଗୁଣ୍ଡ କରି ଆପଣ ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ପରେ ଗରମ ପାଣି ସହିତ ଏହାକୁ ସେବନ କରନ୍ତୁ ଦେଖିବେ ନିଶ୍ଚିତ ଭଲ ନିଦ ହେବ । ତେବେ ମେଥି ଯୁସ ମଧ୍ୟ ପିଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *