ପାକିସ୍ତାନ Cricketer Hasan Ali ଙ୍କ ଧଜିଆ ଉଡେଇଲେ ୟୁଜର୍ସ, ଟ୍ଵିଟ କରି କହିଲେ ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଟି-୨୦ ବିଶ୍ୱକପର ୨ଟି ସେମିଫାଇନାଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଠାରୁ ନ୍ୟୁଜିଲାଣ୍ଡ ନିଶ୍ଚିତ ବିଜୟ ଛଡାଇ ଆଣିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲରେ ପାକିସ୍ତାନ ବିପକ୍ଷରେ ନିଶ୍ଚିତ ପରାଜୟକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ଅଷ୍ଟ୍ରେଲିଆ ।

ତେବେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ପରେ ପାକିସ୍ତାନର କ୍ରିକେଟର ହସନ ଅଲ୍ଲୀଙ୍କୁ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭୟଙ୍କର ଟ୍ରୋ-ଲ କରାଯାଉଛି । କାରଣ ପାକିସ୍ତାନ ପରାଜୟ ପଛର ସବୁଠୁ ବଡ ଖଳନାୟକ ସାଜି ଉଭା ହୋଇଛନ୍ତି ହସନ ଅଲ୍ଲୀ । କ୍ରିକେଟ ଖେଳରେ କ୍ୟାଚ୍ ଛାଡିଲେ, ମ୍ୟାଚ୍ ହାରିବ ଏହି କଥା ପୂର୍ବରୁ ରହି ଆସିଛି । ଆଉ ଅନେକ ସମୟରେ ଏହା ପ୍ରମାଣିତ ମଧ୍ୟ ହୋଇଛି ।


ଆଉ ଏହାର ଆଉ ଏକ ଝଲକ ଅଷ୍ଟ୍ରେଲିଆ-ପାକିସ୍ତାନ ସେମି ଫାଇନାଲ ମୁକାବିଲାରେ ଦେଖିବାକୁ ମିଳିଛି । ଆଉ ପ୍ରତିବଦଳରେ ସୁପର-୧୨ରେ ଅପରାଜେୟ ଥିବା ପାକିସ୍ତାନର ଫାଇନାଲ ଖେଳିବା ଆଶା ଧୂ-ଳି-ସା-ତ ହୋଇଛି । ଅଷ୍ଟ୍ରେଲିଆ-ପାକିସ୍ତାନ ସେମିଫାଇନାଲରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଥିଲା । କିନ୍ତୁ ମ୍ୟାଚ୍ ମଝିରେ ଏମିତି କିଛି ମୁହୂର୍ତ୍ତ ଆସିଥିଲା ଯାହାକୁ କେବେ ପୁଣିଥରେ ଦେଖିବାକୁ ଚାହିଁବ ନାହିଁ ପାକିସ୍ତାନ ।


କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଏହି ମୁହୂର୍ତ୍ତ ବିଜୟର ବାଟ ଖୋଲିଥିଲା । ଶେଷ ୨ ଓଭରରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୨ ରନ ଆବଶ୍ୟକ ଥିଲା । ଆଉ ଅନ୍ୟପଟେ ବୋଲିଂ ଭାର ସମ୍ଭାଳି ଥିଲେ ଘା-ତ-କ ବୋଲର ସାହିନ ଆଫ୍ରିଦି । ଲାଗୁଥିଲା ପାକିସ୍ତାନ ହାତରେ ମ୍ୟାଚ୍ ରହିଛି । ଆଉ ଏଥିପାଇଁ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା ।

ସାହିନଙ୍କ ବଲରେ ବଡ ସଟ ଖେଳିବାକୁ ଯାଇ ପାକିସ୍ତାନ ପାଇଁ କ୍ୟାଚ୍ ସୁଯୋଗ ସୃଷ୍ଟି କରିଥିଲେ ମାଥ୍ୟୁ ୱେଡ । କିନ୍ତୁ ଏହି ସୁଯୋଗକୁ ହାତଛଡା କରିଥିଲା ପାକିସ୍ତାନ । ହାସନ ଅଲ୍ଲୀ ଏହି ସହଜ କ୍ୟାଚକୁ ହାତଛଡା କରି ପାକିସ୍ତାନକୁ ପରାଜୟ ଆଡକୁ ଠେଲି ଦେଇଥିଲା । ଆଉ ଏହି ପରାଜୟ ପରେ ସୋ-ସି-ଆ-ଲ ମି-ଡ଼ି-ଆ-ରେ ହାସନ ଅଲ୍ଲୀଙ୍କୁ ଖଳନାୟକ ସଜାଇଛନ୍ତି ୟୁଜର୍ସ । କାରଣ ସେମିଫାଇନାଲ ମୁକାବିଲାରେ ହାସନ ଅଲ୍ଲୀରେ ବୋଲିଂରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ ।

ମାତ୍ର ୪ ଓଭରରେ ୪୪ ରନ ଦେଇଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ । ତେଣୁ ଏବେ ଟ୍ୱିଟରରେ ହାସନ ଅଲ୍ଲୀଙ୍କ ଧଜିଆ ଉଡାଉଛନ୍ତି ୟୁଜର୍ସ । କିଛି ୟୁଜର୍ସ କହିଛନ୍ତି ହାସନ ଅଲ୍ଲୀ କେବଳ କ୍ୟାଚ୍ ଛାଡିନାହାନ୍ତି ବରଂ ବିଶ୍ୱକପକୁ ହାତଛଡା କରିଛନ୍ତି । ଏହି କ୍ୟାଚ୍ ଛାଡିବା ପାଇଁ କେତେ ଟଙ୍କା ନେଇଛ ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି। ଅନ୍ୟ ପଟେ ପାକିସ୍ତାନ ହାରିବା ପରେ ଆଫଗାନିସ୍ତାନ ରେ ଉତ୍ସବ ର ମାହୋଲ ହୋଇଯାଇଛି।

ସମସ୍ତେ ବାଣ ଫୁଟେଇ ଏବଂ ନାଚ ଗୀତ କରି ନିଜର ଖୁସି ହାଜର କରିଛନ୍ତି ତେବେ ସେମାନେ ଏହା ମଧ୍ୟ କହିଛନ୍ତି କି ସେମାନେ ପାକିସ୍ତାନ ର ପରାଜୟ କୁ ଅପେକ୍ଷା କରି ରହି ଥିଲେ।ତେବେ ଆଶା କରୁଛି ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *