ଦେଖନ୍ତୁ PAK ହାରିବା ପରେ କେମିତି ଭୟଙ୍କର ଭାବେ ରାଗିଗଲେ ପିଏମ Imran Khan, କିନ୍ତୁ କହିଲେ କିଛି ଏମିତି କି ହେଇଗଲେ ଟ୍ରୋଲ

ବନ୍ଧୁଗଣ ଗତ କାଲି ଦୁବାଇର ଅନ୍ତଃ ରାଷ୍ଟ୍ରୀୟ ଷ୍ଟାଡିୟମରେ ଟି20 ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି । ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି୨୦ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ହେବାକୁ ଯାଉଛି ।

ହେଲେ ସେମି ଫାଇନାଲ ମ୍ୟାଚଟି ବହୁତ ରୋମାଞ୍ଚକ ଥିଲ । ପାକିସ୍ତାନ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରିବା ସହ ନିଜ କ୍ରୋଧ ଦେଖାଇ ଥିଲେ । ଭାରତୀୟ ପ୍ରଶଂସକ ମାନେ ପାକିସ୍ତାନର ହାର ଦେଖି ବହୁତ ଖୁସି ଅଛନ୍ତି ଓ ଅଷ୍ଟ୍ରେଲିଆର ବହୁତ ପ୍ରଶଂସା କରୁଛନ୍ତି । ତେବେ ବନ୍ଧୁଗଣ ଏହି ମ୍ୟାଚର ଟସ୍ ଅଷ୍ଟ୍ରେଲିଆ ଜିତି ଥିଲା ଓ କ୍ଯାପଟେନ ଫ୍ରିଞ୍ଚ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ପାକିସ୍ତାନୀ ଖେଳାଳି ବହୁତ ଭଲ ବ୍ୟାଟିଙ୍ଗ କରି ୧୭୬ ରନ୍ କରିଥିଲେ । ହେଲେ ବୋଲିଙ୍ଗ ସମୟରେ ପାକିସ୍ତାନ ଖେଳାଳି ମାନେ କିଛି ଭୁଲ କରିଦେଲେ ଯାହାଫଳରେ ପାକିସ୍ତାନକୁ ହାରିବାକୁ ପଡିଲା । ବନ୍ଧୁଗଣ ପାକିସ୍ତାନ ହାରିବା ପରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଏକ ପୋଷ୍ଟ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଇମରାନ ଖାନ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି- ‘ପାକିସ୍ତାନ ଟିମର ସବୁ ଖେଳାଳିଙ୍କ କଷ୍ଟ ମୁ ବୁଝି ପାରୁଛି । ମୁ ପାକିସ୍ତାନ ଟିମରେ ଖେଳିଛି ଓ ଏମିତି କେତେକ ଅସଫଳତାର ସାମ୍ନା କରିଛି । ହେଲେ ଆପଣ ମାନେ ସଂପୂର୍ଣ୍ଣ ମ୍ୟାଚରେ ବହୁତ ଭଲ ଖେଳିଲେ ଓ ଆପଣଙ୍କୁ ନିଜ ଟିମ ଉପରେ ଗର୍ବ କରିବା ଉଚିତ । ଏହା ସହିତ ମୁ ଅଷ୍ଟ୍ରେଲିଆ ଟିମକୁ ସୁବେଚ୍ଚା ଜଣାଉଛି ସେମାନେ ବହୁତ ଭଲ ଖେଳିଲେ , ପାକିସ୍ତାନ ଠାରୁ ଅଷ୍ଟ୍ରେଲିଆ ଫାଇନାଲ କୁ ଯିବା ଅଧିକ ଡିଜର୍ଭ କରୁଛି ‘ ।

ଇମରାନ ଖାନଙ୍କ ଏହି ପୋଷ୍ଟ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି କାରଣ ସେ ତାଙ୍କ ଜୀବନରେ ଅସଫଳତା ଦେଖିଛନ୍ତି ବୋଲି ନିଜେ କହିଛନ୍ତି । ତା ହେଲେ ବନ୍ଧୁଗଣ ଇମରାନ ଖାନଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *