Delhi Capitals ହାରିବା ପରେ କାନ୍ଦି ପକେଇଲେ Rishabh Pant, କହିଲେ ହାରିଯିବାର ଅସଲ କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ କି ବର୍ତ୍ତମାନ ସମୟରେ କ୍ରିକେଟ ଖେଳ ର କେତେ ଲୋକ ପ୍ରିୟତା ରହିଛି । ଲୋକମାନେ ସବୁ ଖେଳ ରୁ ଏମିତି କି ନିଜ ଜାତୀୟ ଖେଳ କୁ ଛାଡି କ୍ରିକେଟ ଖେଳ କୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଦୁନିଆରେ ସବୁଠାରୁ ଅଧିକ ଖେଳା ଯାଉଥିବା ଓ ଦେଖା ଯାଉଥିବା ଖେଳ କ୍ରିକେଟ ଲୋକ ମାନଙ୍କ ଭିତରେ ବହୁତ ଲୋକପ୍ରିୟ । ତେବେ ବର୍ତ୍ତମାନ ସମୟରେ କ୍ରିକେଟର ମାନେ ବଲିଉଡ ର ସେଲିବ୍ରେଟି ଠାରୁ ଅଧିକ ଚର୍ଚ୍ଚା ରେ ରହିବା ସହ ସେମାନଙ୍କ ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ତେବେ ଆଇପିଏଲ ବିଷୟରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ । ତେବେ ଆଇପିଏଲ ହେଉଛି ବର୍ତ୍ତମାନ ର ସବୁଠାରୁ ଲୋକପ୍ରିୟ ଅଟେ । ତେବେ ଆଇପିଏଲ୍ ୨୦୨୨ର ୬୯ତମ ମୁକାବିଲା ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଛି । ଏହି ମ୍ୟାଚକୁ ମୁମ୍ବାଇ ୫ ୱିକେଟରେ ଜିତିଛି । ଦିଲ୍ଲୀ ଆଇପିଏଲ୍‌ରୁ ବାହାରି ଯାଇଛି ।

ଏହି ମ୍ୟାଚ ଜିତିଥିଲେ ଦିଲ୍ଲୀକୁ ପ୍ଲେଅଫ୍ ମ୍ୟାଚ ଖେଳିବାର ସୁଯୋଗ ମିଳିଥାନ୍ତା । କିନ୍ତୁ ଟିମ୍ ଏଥିରୁ ଲାଭ ଉଠାଇ ପାରି ନାହିଁ । ଟିମର ପରାଜୟ ପରେ ଅଧିନାୟକ ଋଷଭ ପନ୍ତ କାରଣ କହିଛନ୍ତି । ଋଷଭ ପନ୍ତ କହିଛନ୍ତି ଯେ ଟିମ୍‌କୁ ଭଲ ରଣନୀତି ଓ ଏହାକୁ ହାସଲ କରିବାର ଥିଲା । ମ୍ୟାଚ ଶେଷ ହେବା ପରେ ପନ୍ତ କହିଛନ୍ତି ଯେ ମ୍ୟାଚରେ ଅଧିକାଂଶ ସମୟରେ ଆମେ ଭଲ ସ୍ଥିତିରେ ଥିଲୁ ।

କିନ୍ତୁ ପରେ ଆମେ ଢିଲା ହୋଇ ଯାଇଥିଲୁ । ଆମେ ଚାପରେ ନଥିଲୁ । କିନ୍ତୁ ରଣନୀତି ଆମର ଭଲ ନଥିଲା । ଆମେ ଆମର ତ୍ରୁଟି ବୁଝିଭିପାରିଛୁ । ଆସନ୍ତା ବର୍ଷ ମଜବୁତ ଟିମ୍ ଭାବରେ ଫେରିବୁ । ମୁମ୍ବାଇର ଏହି ବିଜୟର ହିରୋ ଥିଲେ ଟିମ୍ ଡାଭିଡ । ସେ ୧୧ଟି ବଲ୍ ଖେଳି ୩୪ ରନ୍ କରିଥିଲେ । ଏକଦା ଟିମ୍ ଡାଭିଡ ଆଉଟ ହୋଇଥିବା ସ୍ପଷ୍ଟ ଦେଖା ଯାଇଥିଲା । କିନ୍ତୁ ଅମ୍ପାୟାର ତାଙ୍କୁ ଆଉଟ ଦେଇ ନଥିଲେ ।

ଅନ୍ୟ ପଟରେ ଦିଲ୍ଲୀ ଟିମ୍ ରିଭ୍ୟୁ ନେଇ ନଥିଲା । ବ୍ୟାଟରେ ବଲ ଲାଗିଥିଲା । କିନ୍ତୁ ସର୍କଲରେ ଛିଡା ହୋଇଥିବା ଲୋକେ ଏହାକୁ ନେଇ ଆଶ୍ୱସ୍ତ ନଥିଲେ । ମୁଁ ପଚାରି ଥିଲି କ’ଣ କରିବା ଏବଂ ଶେଷରେ ରିଭ୍ୟୁ ନ ନେବା ପାଇଁ ନିଷ୍ପତ୍ତି ନେଲୁ । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି ।


ପୂର୍ବରୁ ପ୍ଲେଅଫ୍‌ରୁ ବିଦାୟ ନେଇ ସାରିଥିବା ମୁମ୍ବାଇ ଟିମ୍ କିନ୍ତୁ ଦିଲ୍ଲୀର ବିକାଶ ପଥକୁ ଅଟକାଇ ଦେଇଛନ୍ତି । ଦିଲ୍ଲୀ ପରାଜିତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେଅଫ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *