Hardik ଙ୍କୁ ବଞ୍ଚାଇଦେଲେ Dhoni, କହିଲେ କିଛି ଏମିତି ଶୁଣିଲେ ଆପଣ କରିବେ ପ୍ରଶଂସା

ବନ୍ଧୁଗଣ ଟି20 ବିଶ୍ଵ କପ୍ ରେ ହାର୍ଦ୍ଧିକ ପାଣ୍ଡିଆଙ୍କୁ ସାମିଲ କରିବା ନେଇ ପ୍ରଥମରୁ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରେମୀ । ପାଣ୍ଡିଆ ସେଭଳି ଦମଦାର ବ୍ୟାଟିଙ୍ଗ ପଦର୍ଶନ କରୁ ନଥିବା ବେଳେ ବୋଲିଂ ମଧ୍ୟ କରୁନାହାନ୍ତି । ତେଣୁ ତାଙ୍କୁ ଟି20 ବିଶ୍ଵ କପ୍ ରେ ସାମିଲ କରିବାକୁ ନେଇ ବାରମ୍ବାର କ୍ରିକେଟ ପ୍ରେମୀ ମାନେ ପ୍ରଶ୍ନ କରୁଛନ୍ତି । ଏସବୁ ମଧ୍ୟରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହାର୍ଦ୍ଧିକ ପାଣ୍ଡିଆଙ୍କ ପଦର୍ଶନକୁ ନେଇ ଟିମ ମ୍ୟାନେଜମେଣ୍ଟ ଏତେ ଖୁସି ନଥିବା ବେଳେ ତାଙ୍କୁ ଟିମରୁ ବାହାର କରିବା ପାଇଁ BCCI ଚିନ୍ତା କରୁଥିଲା । କିନ୍ତୁ ମହେନ୍ଦ୍ର ସିଂହ ଧୋନୀଙ୍କ ପଦିଏ କଥା ପାଇଁ ହାର୍ଦ୍ଧିକ ପାଣ୍ଡିଆଙ୍କୁ ପୁଣି ବିଶ୍ଵ କପ୍ ରେ ସାମିଲ କରାଗଲା । ବନ୍ଧୁଗଣ ଏ ବର୍ଷ ଆଇପିଏଲରେ ମଧ୍ୟ ହାର୍ଦ୍ଧିକ ଭଲ ପଦର୍ଶନ କରି ନଥିଲେ । ୧୨ ମ୍ୟାଚରେ ମାତ୍ର ୧୨୭ ରନ କରିବାକୁ ସକ୍ଷମ ହୋଇଥିଲେ ହାର୍ଦ୍ଧିକ ।

ଏଭଳି ଖରାପ ପଦର୍ଶନ କାରଣରୁ ବିଶ୍ଵ କପ୍ ଲିଷ୍ଟରୁ ବୋର୍ଡ ହାର୍ଦ୍ଧିକଙ୍କୁ ବାହାର କରିବାକୁ ଚାହୁଁ ଥିଲା । କିନ୍ତୁ ଧୋନୀଙ୍କୁ ମେଣ୍ଟର କରାଯିବା ପରେ ପାଣ୍ଡିଆଙ୍କ ବିଷୟରେ ବୋର୍ଡରେ ଆଲୋଚନା କରିଥିଲେ । ଧୋନୀ ସେହି ବୋର୍ଡରେ କହିଥିଲେ-‘ହାର୍ଦ୍ଧିକ ହେଉଛନ୍ତି ଟିମ ପାଇଁ ସବୁ ଠାରୁ ଶ୍ରେଷ୍ଠ ଫିନିଶର’ । ଧୋନୀ ପାଣ୍ଡିଆଙ୍କୁ ଶ୍ରେଷ୍ଠ ଫିନିଶର କହି ବଞ୍ଚାଇ ଦେଇଥିଲେ ହେଲେ ଏବେ ପାଣ୍ଡିଆଙ୍କର କଣ ହେବ ତାହା ବହୁତ ଶୀଘ୍ର ଜଣା ପଡିଯିବ ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ବୋଲିଂ କରିନଥିଲେ ପାଣ୍ଡିଆ । ଅନ୍ୟ ପକ୍ଷରେ ସେ ବ୍ୟାଟିଙ୍ଗରେ ମଧ୍ୟ ଏତେ ଭଲ ପଦର୍ଶନ କରିନଥିଲେ । ତେବେ ଗତ ଦୁଇ ଦିନ ହେବ ନେଟ୍ସରେ ପାଣ୍ଡିଆ ବୋଲିଂ କରୁଥିବାର ନଜର ଆସୁଛନ୍ତି । ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଥିବା ମ୍ୟାଚରେ ହାର୍ଦ୍ଧିକ ବୋଲିଂ କରିବେ ବୋଲି କୁହାଯାଉଛି ଯଦି ସେ ବୋଲିଂ ନକରିବେ ତା ହେଲେ ତାଙ୍କ ସ୍ଥାନରେ ସାଦୁଲ ଠାକୁର ନଚେତ ଦୀପକ ଚହରଙ୍କୁ ଟିମରେ ସ୍ଥାନ ମିଳିବ ।

କ୍ରିକେଟ ପ୍ରେମୀ ମାନେ ପାଣ୍ଡିଆଙ୍କ ସିଲେକ୍ସନ ଉପରେ ପ୍ରଶ୍ନ ଉଠାଇ ଥିଲେ ମଧ୍ୟ ବିରାଟ କୋହିଲି ପାଣ୍ଡିଆଙ୍କ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆରେ ହାର୍ଦ୍ଧିକ କିପରି ପଦର୍ଶନ କରିଥିଲେ ତାହା ସମସ୍ତେ ଦେଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହାର୍ଦ୍ଧିକ ପାଣ୍ଡିଆ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *