ପ୍ରଭୁ ହନୁମାନଙ୍କ ଚମତ୍କାରର ଏକ ସତ୍ୟ ଘଟଣା, ଗୋଟିଏ ଭକ୍ତ ସହିତ କଲେ ଏହି କାମ

 

ହନୁମାନ ନିଜ ଭକ୍ତ ମାନଙ୍କର ସମସ୍ତ ସମସ୍ୟାକୁ ଦୂର କରିଦିଅନ୍ତି । ଭାରତ ଦେଶରେ ଅଧିକାଂଶ ଲୋକ ହନୁମାନଙ୍କ ଆରଧନା କରନ୍ତି । ହନୁମାନ ତାଙ୍କ ଭକ୍ତ ମାନଙ୍କ ଉପରେ ବହୁତ ସାରା ଚମତ୍କାର କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ଏକ ଚମତ୍କାରୀ ଘଟଣା ବିଷୟରେ କହିବୁ । ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମହାରାଷ୍ଟ୍ରର ପୁନେ ରାଜ୍ୟର ଶଙ୍କର ନାମକ ଏକ ବ୍ୟକ୍ତି ବଡ ହନୁମାନ ଭକ୍ତ ଥିଲା । ସେ ହନୁମାନଙ୍କ ଭକ୍ତିରେ ଲୀନ ହୋଇ ଆଜୀବନ ବ୍ରହ୍ମଚାରୀ ହୋଇ ରହିବାର ନିଷ୍ପତ୍ତି ନେଇଥିଲା । ସେ ସବୁବେଳେ ନିଜ ଅଗଣା ପାଖରେ ଥିବା ହନୁମାନଙ୍କ ମୂର୍ତି ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରୁଥିଲା । ଶଙ୍କରର ଏକ ଔଷଧ ଦୋକାନ ଥିଲା । ହନୁମାନ ଭକ୍ତ ହୋଇଥିବାରୁ ସେ କେବେ ଧନର ଲାଳସା ଓ ଲୋକଙ୍କୁ ଠକିବା ଆଦି କାମ କରୁନଥିଲା । ସେ ଗରିବ ଲୋକଙ୍କୁ ମାଗଣା ଔଷଧ ଦେଉଥିଲା । ସେଥିପାଇଁ ହନୁମାନ ତା ଉପରେ ପ୍ରସନ୍ନ ହେଇଥିଲେ, ଯାହାଫଳରେ ତାର କେବେ ବ୍ୟାପାରରେ ଘାଟା ହୋଇନଥିଲା । ସେ ସମସ୍ତଙ୍କୁ ଭଲ ବ୍ୟବହାର ପଦର୍ଶନ କରୁଥିଲା ସେଥିପାଇଁ ତାକୁ କୌଣସି ଲୋକ ଘୃଣା କରୁ ନଥିଲେ ।

ଏହାପରେ ଶଙ୍କରର ଜୀବନରେ ଏମିତି ଏକ ମୋଡ ଆସିଲା ଯାହାକି ତାର ଜୀବନ ବଦଳାଇ ଦେଲା । ଶଙ୍କର ତାଙ୍କ ମା ବାପାଙ୍କର ଏକ ମାତ୍ର ପୁଅ ଥିଲା । ମା ବାପା ବୃଦ୍ଧ ହୋଇଯିବା ହେତୁ ଶଙ୍କରକୁ ବିବାହ ପାଇଁ ଚାପ ଦେଇଥିଲେ, ହେଲେ ଶଙ୍କର ନିଜ ବ୍ରହ୍ମଚାରୀ ବ୍ରତ ପାଇଁ ବିବାହକୁ ମନା କରିଥିଲା । କିନ୍ତୁ ସମ୍ପର୍କୀୟ ମାନଙ୍କ ଅଧିକ ଚାପ ହେତୁ ଶଙ୍କର ନିଜ ବ୍ରତକୁ ଭାଙ୍ଗି ବିବାହ ପାଇଁ ବାଧ୍ୟତା ମୂଳକ ରାଜି ହୋଇଥିଲା ।

ଏହା ପରେ ଶଙ୍କର ନିଜ ବୈବାହିକ ଜୀବନକୁ ଅଧିକ ଗୁରୁତ୍ଵ ଦେଇଥିଲା, ଯାହା ଦ୍ୱାରା ସେ ହନୁମାନ ଚାଳିଶା ପାଠ କମ କରିଲା । ଧୀରେ ଧୀରେ ସେ ହନୁମାନଙ୍କୁ ଭୁଲିବାରେ ଲାଗିଥିଲା । ହନୁମାନ ମୂର୍ତି ଉପରେ ଧୁଳି ଲାଗିବା ଆରମ୍ଭ ହୋଇଥିଲା । ସେ ଧୀରେ ଧୀରେ ହନୁମାନଙ୍କୁ ଭୁଲିଗଲା । ଯାହାଫଳରେ ତାର ଜୀବନରେ ସମସ୍ୟାର ଆଗମନ ହେଲା ଶଙ୍କର ଗରିବ ଲୋକମାନଙ୍କୁ ମାଗଣାରେ ଔଷଧ ଦେଉଥିଲା, ହେଲେ ସେ ଠକାମି ଓ ଲାଳସାର ରାସ୍ତାରେ ଯିବାକୁ ଆରମ୍ଭ କରିଥିଲା । ଠକାମି ଦ୍ରୁଷ୍ଟିରୁ ସେ ଏକ ଗ୍ରାହକକୁ ଭୁଲ ଔଷଧ ଦେଇଥିଲା ଯାହାଫଳରେ ସେହି ଗ୍ରାହକ ଜଣକ ଶଙ୍କର ବିରୁଦ୍ଧରେ କେସ ଦେଇଥିଲେ । ଏହା ଦ୍ଵାରା ଶଙ୍କରର ଔଷଧ ଦୋକାନରେ ତାଲା ପଡିଲା ।

ଧୀରେ ଧୀରେ ଶଙ୍କରର ଘରର ଅବସ୍ଥା ଖରାପ ହେବାକୁ ଲାଗିଲା । ଶଙ୍କରର ବାପାଙ୍କ ଦେହ ଅସୁସ୍ଥ ହେଲା, ତାଙ୍କୁ ଠିକ କରିବା ପାଇଁ ଶଙ୍କରର ସମସ୍ତ ପୁଞ୍ଜି ଶେଷ ହୋଇଗଲା । ଖରାପ ସମୟରେ ଶଙ୍କର ସ୍ତ୍ରୀ ମଧ୍ୟ ତାକୁ ଛାଡି ଚାଲିଗଲା । ଏହାପରେ ଦିନେ ଶଙ୍କର ଘରର ଅଗଣା ଦେଇ ଯାଉଥିବା ସମୟରେ ହନୁମାନ ମୂର୍ତିକୁ ଦେଖିଥିଲା । ସେହି ଦିନ ପରେ ଶଙ୍କର ସବୁ କିଛି ଜାଣିପାରିଲା । ଶେଷରେ ଶଙ୍କର ପୁଣି ହନୁମାନ ଚାଳିଶା ପାଠ କରିଲା ।

କିଛି ଦିନ ପରେ କେସ ଦେଇଥିବା ରୋଗୀ ଜଣକ ଶଙ୍କର ପାଖକୁ ଆସି ଧନ୍ୟବାଦ ଜଣେଇଲା, କାରଣ ଶଙ୍କର ଦେଇଥିବା ଔଷଧରେ ସେହି ରୋଗୀ ଜଣକ ଠିକ ହୋଇଯାଇଥିଲା । ଶଙ୍କରର ଦୋକାନ ଖୋଲିଲା, ତାର ବାପାଙ୍କ ଦେହ ଠିକ ହେଇଗଲା ଏହା ସହ ତାର ଆର୍ଥିକ ସ୍ଥିତି ପରିବର୍ତ୍ତନ ହେଲା । ଶଙ୍କର ଭଲ ଭାବରେ ଜାଣି ପାରିଲା ଏହା ହନୁମାନଙ୍କର ଚମତ୍କାର ଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଗୋଟିଏ ଶେୟାର କରି କମେଣ୍ଟ ରେ ଜୟ ହନୁମାନ ଲେଖନ୍ତୁ ଓ ଆଗକୁ ଏମିତି ହିଁ କିଛି ନୂଆ ନୂଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *