ସୁଶାନ୍ତ ସିଂହଙ୍କ ମାମଲାରେ ଏବେ ପୋଲିସ ତଦନ୍ତ ଜାରି ରଖିଛି । ଏମିତିରେ ବଲିଉଡ ର କିଛି ବଡ ବ୍ୟାନରଙ୍କ ନାମ ଆସିଛି ଯାହାଙ୍କ ବିଷୟରେ କୁହାଯାଉଛି କି ଏମାନେ ସୁଶାନ୍ତଙ୍କୁ ବ୍ୟାନ କରି ଦେଇଥିଲେ । ତାଙ୍କ ସହିତ କଣ୍ଟ୍ରାକ୍ଟ ସାଇନ କରିଥିଲେ କିନ୍ତୁ ପ୍ରୋଜେକ୍ଟ ପୁରା କଲେ ନାହିଁ ଯେଉଁ କାରଣରୁ ସୁଶାନ୍ତଙ୍କୁ କ୍ଯାରିୟରରେ ବହୁତ କ୍ଷତି ସହିବାକୁ ପଡିଲା ଓ ସେ ଏହି କାରଣରୁ ଡିପ୍ରେସନ ରେ ଚାଲିଗଲେ । ଏଥିରେ ସବୁଠୁ ପ୍ରଥମେ ନାମ ଆସୁଛି YRF ର, ଯାହା ସହିତ ୩ ଟି ଫିଲ୍ମ ର କଣ୍ଟ୍ରାକ୍ଟ ସୁଶାନ୍ତ ସାଇନ କରିଥିଲେ ।
‘କାଇ ପୋ ଛେ’ ପରେ ଏହି କଣ୍ଟ୍ରାକ୍ଟ ହେଇଥିଲା ଯାହା ଅନୁସାରେ ସୁଶାନ୍ତ ସିଂହ ରାଜପୁତ ଶୁଦ୍ଧ ଦେଶୀ ରୋମାନ୍ସ ଓ ବ୍ୟୋମକେଶ ବକ୍ସି ଫିଲ୍ମ ତ କରି ଦେଇଥିଲେ କିନ୍ତୁ ଆଉ ଏକ ତୃତୀୟ ଫିଲ୍ମ ତିଆରି ହେବାକୁ ଯାଉଥିଲା ‘ପାନି’, ତାହା ତିଆରି ହେଲା ନାହିଁ । ଏହା ବ୍ଯତୀତ ସୁଶାନ୍ତ ଙ୍କୁ ‘ବେଫିକ୍ର’ ଫିଲ୍ମ ରୁ ହଟାଇ ଦିଆଯାଇଥିଲା । ଏମିତିରେ ପୋଲିସ ନିଜ ଯାଞ୍ଚ ରେ ୟଶରାଜ କୁ ପଚରା ଉଚରା କରୁଛି ।
କିଛି ଦିନ ପୂର୍ବେ ସୁଶାନ୍ତ YRF ସହିତ ଯେଉଁ କଣ୍ଟ୍ରାକ୍ଟ କରିଥିଲେ ତାହାର କପି ପୋଲିସ କୁ ସବମିଟ କରି ଦିଆ ଯାଇଥିଲା ଓ ଏବେ YRF ର ଅଫିସର ସହିତ ପୋଲିସ କଥାବାର୍ତ୍ତା ଆରମ୍ଭ କରି ଦେଇଛି । ବର୍ତ୍ତମାନ ପୋଲିସ ୟଶରାଜ ଫିଲ୍ମ୍ସ ର ଭାଇସ ପ୍ରେସିଡେନ୍ଟ ରହି ସାରିଥିବା ଓ ଏବେ ନେଟଫ୍ଲିକ୍ସ ଅରିଜିନାଲ ର ଡ଼ିରେକ୍ଟର ଆଶିଷ ସିଂହଙ୍କୁ ପଚରା ଉଚରା କରିଛି । ଆଶିଷ ସେହି ସମୟରେ ବଡ ଭୂମିକା ନିଭାଇଥିଲେ ଯେତେବେଳେ ସୁଶାନ୍ତ ସିଂହ ରାଜପୁତଙ୍କୁ ୟଶରାଜ ସାଇନ କରିଥିଲା ଓ ଆଶିଷ ସିଂହ ଙ୍କ ଉପସ୍ଥିତିରେ ହିଁ ଏସବୁ ହୋଇଥିଲା ।
ଏବେ ଆଶିଷ ସିଂହ ଏକ ଏମିତି କମେଣ୍ଟ କରିଛନ୍ତି କି ଯାହା କାରଣରୁ କୁହାଯାଉଛି ୟଶରାଜ ର ସମସ୍ଯା ବଢିପାରେ । ଯେତେବେଳେ ପୋଲିସ ପଚାରିଥିଲା କି ତୃତୀୟ ଫିଲ୍ମ କାହିଁକି ହେଲା ନାହିଁ, ତେବେ ଆଶିଷ ସିଂହ କହିଥିଲେ କି ହଁ ମୋତେ ଜଣା ଅଛି ୩ ଟି ଫିଲ୍ମ ର କଣ୍ଟ୍ରାକ୍ଟ ହୋଇଥିଲା କିନ୍ତୁ ତୃତୀୟ ଫିଲ୍ମ କାହିଁକି ହେଲା ନାହିଁ ମୋତେ ଜଣା ନାହିଁ । ସେ କହିଲେ କି ତୃତୀୟ ଫିଲ୍ମ ‘ପାନି’ ଥିଲା ଓ ତାହା କାହିଁକି ହେଲା ନାହିଁ, ତାଙ୍କୁ ଏହାରା କୌଣସି ସୂଚନା ନାହିଁ ।
ଏହା ସହିତ ସେ ଆହୁରି ମଧ୍ୟ କହିଲେ କି ୟଶରାଜ ସହିତ ସୁଶାନ୍ତ ସିଂହ ରାଜପୁତ କଣ୍ଟ୍ରାକ୍ଟ ଭାଙ୍ଗି ନଥିଲେ । ଏବେ ପୋଲିସ ତଦନ୍ତ କରିବ କି ତୃତୀୟ ଫିଲ୍ମ କାହିଁକି ହେଲା ନାହିଁ । ଏହି ପ୍ରକାରରେ ତଦନ୍ତ କୁ ଆଗକୁ ବଢା ଯିବ ।
ଆପଣଙ୍କୁ କହି ଦେଉଛୁ କି ରିୟା ଚକ୍ରବର୍ତ୍ତୀ ବି ନିଜର ଷ୍ଟେଟମେଣ୍ଟ ରେ କହିଥିଲେ କି ତୃତୀୟ ଫିଲ୍ମ ତିଆରି ହେଲା ନାହିଁ କାରଣ ସୁଶାନ୍ତ ସିଂହ ରାଜପୁତ ୟଶରାଜ ଛାଡି ଦେଇଥିଲେ, ଓ ସେ ନିଜ ବୟାନ ରେ ଏହା ମଧ୍ୟ କହିଲେ କି ସୁଶାନ୍ତ ସିଂହ ରାଜପୁତ ତାଙ୍କୁ ବି ୟଶରାଜ ଛାଡିବାକୁ କହିଥିଲେ । ତେବେ ଏହି କଥାର ବି ପୋଲିସ ତଦନ୍ତ କରିବ କି କଣ ସତରେ ରିୟା ସହିତ ବି ୟଶରାଜ ତୃତୀୟ ଫିଲ୍ମ ବନାଇ ନଥିଲା, ନା ରିୟା ପୂର୍ବରୁ ଯେଉଁ ଦୁଇଟା ଫିଲ୍ମ କରିଥିଲେ ତାହା ଫ୍ଲପ ହୋଇଥିଲା ଏହି କାରଣରୁ ତାଙ୍କ ସହିତ କଣ୍ଟ୍ରାକ୍ଟ ଶେଷ କରା ଯାଇଥିଲା । ଏବେ ଏହି ମାମଲାରେ ବି ପୋଲିସ ତଦନ୍ତ ଜାରି ରଖିବ ।
ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।