୧୦ ବର୍ଷର ପିଲା ୨ ବର୍ଷରୁ ଥିଲା ଗାୟବ, ଦିନେ ବାପାଙ୍କ ନଜର ତାର ଆଲମାରି ଉପରେ ପଡିଲା ତ…

ଗୋଟିଏ ପିଲା ଯାହାର ବୟସ 10 ବର୍ଷ ଥିଲା ଓ ଗୋଟେ ଦିନ ସେ ଅଚାନକ ନିଜ ରୁମରୁ ଗାୟବ ହୋଇଯାଏ , ଭାବନ୍ତୁ ସେ ମାଆ ବାପାଙ୍କ ଉପରେ କଣ ବିତୁଥିବ ଓ ଆଉ ଗୋଟିଏ ଦିନ ସେହି ପିଲା ରୁମରେ କିଛି ଏମିତି ଦେଖିବାକୁ ମିଳିଲା , ଯାହାକୁ ଦେଖିବା ପରେ ତାଙ୍କ ବାପା ପୁରା ଆଶ୍ଚର୍ଯ୍ୟ ହୋଇଗଲେ, ଏହା କୌଣସି କାଳ୍ପନିକ କାହାଣୀ ନୁହଁ ଏହା ଏକ ସତ ଘଟଣା । ଆସନ୍ତୁ ଜାଣିବା ।

ଆମେରିକାରେ ରହୁଥିବା ଡେନିୟେଲ 4 ବର୍ଷ ପୂର୍ବରୁ ନୂଆ ଘର ଭଡ଼ାରେ ନେଇଥିଲେ ଓ ନିଜ ପରିବାର ମାନେ ସ୍ତ୍ରୀ ସାରା, ଦୁଇଟି ପୁଅ ଟମ ଓ ଜ୍ୟାକବ ସହିତ ରହୁଥିଲେ , ପୁରା ପରିବାର ଖୁସିରେ ଥିଲେ ଓ ତାଙ୍କୁ ଲାଗୁଥିଲା କି ଏବେ ତାଙ୍କ ଜୀବନରେ ବହୁତ ଖୁସି ଆସିବାର ଅଛି , କିନ୍ତୁ ତାଙ୍କ ସହିତ ଏମିତି ହେଲାନାହିଁ । ଜ୍ୟାକବ ଗୋଟେ ଦିନ ଅଚାନକ ଗାୟବ ହୋଇଯାଏ ।

ଦିନେ ସକାଳେ ଯେତେବେଳେ ସମସ୍ତେ ଖାଇବା ଟେବୁଲରେ ବସିଥାନ୍ତି ତେବେ ମାଆ ସାରା ଦେଖନ୍ତି କି ଜ୍ୟାକବ ଏପର୍ଯ୍ୟନ୍ତ ତଳକୁ ଆସିନାହିଁ । ସେ ଅଧିକାଂଶ ତା ରୁମରେ ରୁହେ । ସେଥିପାଇଁ ମା ଜ୍ୟାକବକୁ ଡାକିବା ପାଇଁ ତା ରୁମକୁ ଗଲେ । ସେ ଦେଖନ୍ତି କି ତାଙ୍କ ପୁଅ ରୁମରେ ନାହିଁ । ଏହା ପ୍ରଥମ ଥର ନଥିଲା କି ଜ୍ୟାକବ ଗାୟବ ଥିଲା ବୋଲି , ଆଗରୁ ବି କେତେ ଥର ସକାଳୁ ସେ ଖେଳିବା ପାଇଁ ବାହାରକୁ ପଳାଇ ଥାଏ । ସେଥିପାଇଁ ମାଆ ତାକୁ ବାହାରେ ଖୋଜିବାକୁ ଲାଗିଲେ ।

ଅତିକମରେ ଦୁଇ ଘଣ୍ଟା ଖୋଜିବା ପରେ ଯେତେବେଳେ ଜ୍ୟାକବ ନ ମିଳିଲା ତାପରେ ସେ ଆଉ ତାଙ୍କ ବାପା ପୋଲିସକୁ ଖବର କଲେ । ସେତେବେଳେ ଜ୍ୟାକବର ବୟସ 8 ବର୍ଷ ଥିଲା । ପୋଲିସ ବହୁତ ଦିନ ପର୍ଯ୍ୟନ୍ତ ଜ୍ୟାକବକୁ ଖୋଜିଲେ କିନ୍ତୁ କିଛି ଖବର ମିଳିଲା ନାହିଁ।

ଜ୍ୟାକବକୁ ମନେ ପକାଇ ବାପା ଚିନ୍ତାରେ ରହିଲେ

ଡେନିୟେଲ ତାଙ୍କ ପିଲାକୁ ବହୁତ ଭଲ ପାଆନ୍ତି ସବୁଦିନ ତାକୁ କେଉଁଠି ନା କେଉଁଠି ଖୋଜିଥିଲେ ଓ ତା କଥା ଭାବି କାନ୍ଦୁଥିଲେ । ଜ୍ୟାକବ କଥା ଭାବି ସେ ମଦୁଆ ମଧ୍ୟ ହେଇଗଲେ । ନିଜ ପିଲାକୁ ଖୋଜି ଖୋଜି 2 ବର୍ଷ ବିତିଗଲା କିନ୍ତୁ ଜ୍ୟାକବ କେଉଁଠି ମିଳିଲା ନାହିଁ । ବେଳେ ବେଳେ ଏମିତି ଲାଗିଲା କି ଜ୍ୟାକବ ଆଉ ନାହିଁ ଏହି ଦୁନିଆରେ । ମାଆ ସାରା ଓ ଡେନିୟେଲ ଭାବିପାରୁ ନଥିଲେ କି ଅଚାନକ ପିଲାଟି କୁଆଡେ ଗାୟବ ହେଇଗଲା ।

ଦିନେ ନିଶାରେ ଡେନିୟେଲ ଜ୍ୟାକବ ରୁମକୁ ଗଲେ

ଡେନିୟେଲ ଜ୍ୟାକବକୁ ମନେ ପକାଇ ତା ରୁମକୁ ଗଲେ ଓ ରୁମକୁ ସଫା କରିବାରେ ଲାଗିଲେ , ଜ୍ୟାକବର କଥା ଭୁଲିବାକୁ ଲାଗିଲେ ଓ ସେହି ସମୟରେ ତାଙ୍କୁ ଏମିତି କିଛି ନଜର ଆସିଲା କି ସେ ଆଶ୍ଚର୍ଯ୍ୟ ହୋଇ ଗଲେ , ସେ ଦେଖିଲେ କି ଜ୍ୟାକବର ଆଲମାରୀ ପଛରେ କିଛି ଅଛି । ନିରେଖି ଦେଖିଲା ପରେ ସେ ଦେଖିଲେ କାନ୍ଥରେ ଟେପ ଲଗା ଯାଇଛି । ଯେତେବେଳେ ସେ ସେହି ଟେପକୁ ଛଡେଇଲେ ତେବେ ସେଥିରେ ଗୋଟେ ହୋଲ ନଜର ଆସିଲା ।

ଡେନିୟେଲ ସେହି ହୋଲ କୁ ଆହୁରି ବଡ଼ କରି ଦେଖିଲେ ତ କାନ୍ଥ ପଛରେ ଗୋଟେ ଅନ୍ଧାର ରୁମ ନଜର ଆସିଲା । ଡେନିୟେଲ ଯେତେବେଳେ ତା ଭିତରକୁ ଗଲେ ତେବେ ତାଙ୍କ ପିଲା ଜ୍ୟାକବର ଜୋତା ମିଳିଲା । ଜ୍ୟାକବର ଜୋତା ଦେଖି ଡେନିୟେଲ କାନ୍ଦିବାକୁ ଲାଗିଲେ ଓ ତାଙ୍କୁ କିଛି ଅଲଗା ପ୍ରକାର ଲାଗୁଥିଲା ଓ ଟିକେ ନୀରେଖି ଦେଖିଲା ପରେ ତାଙ୍କୁ ଦେଖାଗଲା ସେଠାରେ ହାତୁଡି ଓ ଆହୁରି କିଛି ଜିନିଷ ପଡିଥିବାର ।

ତଳେ ଆଉ ଗୋଟେ ଜିନିଷ ନଜର ଆସିଲା କି ଚଷମା ପଡ଼ିଥିଲା । ଚଷମା ଦେଖି ସେ ଚିହିଁଗଲେ କି ଏହା ତାଙ୍କ ପଡୋଶୀଙ୍କ ଚଷମା । ସେ ସେଇଠୁ ପଡୋଶୀଙ୍କ ଘରକୁ ଗଲେ ଓ ତାଙ୍କ କବାଟ ବାଡେଇଲେ । ପଡୋଶୀ କବାଟ ଖୋଲିଲେ ଓ ଡେନିୟେଲ ତାଙ୍କ ବେକକୁ ଜାବୁଡି ଧରି ପଚାରିଲେ ମୋ ପୁଅ କାହିଁ ମୋ ଜ୍ୟାକବ କେଉଁଠି । ପଡୋଶୀ ଗୋଟେ ରୁମ ଆଡ଼କୁ ଇସାରା କରି ସେଠୁ ଦୌଡି ପଳାଇଲା ।

ଯେତେବେଳେ ଡେନିୟେଲ ରୁମକୁ ଗଲେ ତେବେ ସେ ଦେଖିଲେ କି ଚାରିଆଡ଼େ ପୁଳାଏ କମିକ୍ସ ପଡି ରହିଛି ଓ ତା ଭିତରେ ତାଙ୍କ ପୁଅ ଜ୍ୟାକବ ମଧ୍ୟ ବସି କମିକ୍ସ ପଢୁଛି । ଏହି କମିକ୍ସ ପଢି ବସିଲେ କେବେ ବି ଶେଷ ହେବ ନାହିଁ । ଜ୍ୟାକବ ତା ବାପାଙ୍କୁ ଦେଖି ତାଙ୍କୁ କୁଂଢ଼େଇ କାନ୍ଦିବାକୁ ଲାଗିଲା । ବାପା ଓ ପୁଅ କାନ୍ଦିକି ବାହାରକୁ ଆସିଲେ ଓ ଦେଖିଲେ ପଡୋଶୀ ଓ ତା ବାଇକ ଦୁଇଟି ଯାକ ଗାୟବ ।

ଡେନିୟେଲ ଶୀଘ୍ର 911 ରେ କଲ କରି ଓ ପୋଲିସକୁ ପୁରା କାହାଣୀ କହିଲେ , ପଡୋଶୀ ଅଧିକ ଦୁର ଯିବା ଆଗରୁ ପୋଲିସ ତାକୁ ଧରି ପକାଇଲା ଓ ପଚରା ପଚରିରୁ ଜଣାପଡ଼ିଲା କି ପଡୋଶୀ ନାମ ହେକ୍ ଓ ତାଙ୍କ ସ୍ତ୍ରୀ ନାମ କେରୋଲିନ ଅଟେ । ଦିଜଣଙ୍କର ଛୁଆ ନାହିଁ ସେଥିପାଇଁ ସେ ଜ୍ୟାକବର ଅପହରଣ କରିଥିଲେ । କେରୋଲିନ କହିଲେ କି ମୁଁ ସବୁବେଳେ ତାକୁ ମୋ ଛୁଆ ଭଳି ପାଳିଛି ଓ ଏହି ବର୍ଷ ତାଙ୍କ ଜୀବନରେ ସବୁଠୁ ଭଲ ବର୍ଷ ରହିଛି । ଅଲଗା କାହା ଛୁଆକୁ ଅପହରଣ କରିବା ଭୁଲ ଅଟେ ଏହାପରେ ସେହି ଦୁଇ ଜଣକୁ ଜେଲ ହେଲା ।

ଜ୍ୟାବକ୍ ଯେବେ ଡେନିୟେଲଙ୍କୁ ମିଳିଲେ ସେ ୧୦ ବର୍ଷର ହେଇ ଯାଇଥିଲେ । ଗୋଟେ ବର୍ଷ ପରେ ଜ୍ୟାକବ ଘର ଲୋକେ ହେକ୍ ଓ ତାଙ୍କ ସ୍ତ୍ରୀ କେରୋଲିନଙ୍କୁ କ୍ଷମା କରିଦେଲେ ଓ ଦୁଇ ଜଣଙ୍କୁ ଜେଲରୁ ମୁକାଳି ଦେଲେ । ଜ୍ୟାକବ ତାଙ୍କ ପାଇଁ ଗୋଟେ ଚିଠି ଲେଖିଥିଲେ ଓ ସେଥିରେ ଲେଖିଥିଲେ ସେ ଯାହା ତାଙ୍କ ସହିତ କଲେ ତାହା ଭୁଲ ଥିଲା କିନ୍ତୁ ତାଙ୍କ ସହିତ କିଛି ଖରାପ ବ୍ୟବହାର କରି ନାହାନ୍ତି । ଓ ଏହି କାରଣରୁ ସେ ତାଙ୍କୁ କ୍ଷମା କରିଦେଲେ । ସେହି ଚିଠି ପରେ ଓ ତାଙ୍କୁ ବେଲ ମିଳିଗଲା ତାପରେ ସେ ପୁଣି ପଡୋଶୀ ହେଇ ରହିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *