ଶିବଙ୍କ ସହ କେଉଁଭଳି ଭାବରେ ଗଭୀର ସମ୍ପର୍କ ଅଛି ହନୁମାନ ଓ ଶନିଦେବଙ୍କର, ଜାଣନ୍ତୁ ସତ

ଏହି ଦୁନିଆରେ ସମସ୍ତେ ହନୁମାନଙ୍କ ଭକ୍ତ ଅଟନ୍ତି । ହନୁମାନଙ୍କୁ ସମସ୍ତେ ସଂକଟମୋଚନ ମାନନ୍ତି । କାରଣ ସେ ନିଜର ଭକ୍ତମାନଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରିଥାନ୍ତି । ଅନ୍ୟ ପଟେ ଶନିଦେବ ଉଚିତ ଦଣ୍ଡ ପ୍ରଦାନ କରିଥାନ୍ତି । କହିବାକୁ ଗଲେ ଏହି ଦୁଇ ଜଣଙ୍କ ସମ୍ବନ୍ଧ ଭଗବାନ ଶିବଙ୍କ ସହ ବହୁତ ଗଭୀର ଅଟେ । ଯେତେବେଳେ କି ହନୁମାନ ଭଗବାନ ଶିବଙ୍କର ହିଁ ଅଂଶ ଅଟନ୍ତି । ଅନ୍ୟ ପଟେ ଶନିଦେବ ଗଭୀର ଧ୍ୟାନ ପରେ ଭଗବାନ ଶିବଙ୍କ ଠାରୁ ଶକ୍ତି ପ୍ରାପ୍ତ କରିଛନ୍ତି ।

ଏହା ଛଡା ଯିଏ ଭଗବାନ ଶିବଙ୍କ ପୂଜା କରିଥାଏ ତାକୁ ଶନିଦେବଙ୍କ ଆଶୀର୍ବାଦ ବି ମିଳିଥାଏ । ଏମିତିରେ ଏହି ତିନି ଜଣ ଭଗବାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଏହା ଛଡା ଭଗବାନ ଶିବ, ଶନିଦେବ ଓ ହନୁମାନଙ୍କ ବିଷୟରେ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ମହତ୍ୱପୂର୍ଣ୍ଣ ତଥ୍ୟ ବର୍ଣିତ ଅଛି ।

ଶାସ୍ତ୍ର ଅନୁସାରେ ଭଗବାନ ହନୁମାନ ଓ ଶନିଦେବଙ୍କ ମଧ୍ୟରେ ବହୁତ ସମାନତା ଆସିଥାଏ । ସୂର୍ଯ୍ୟ ସଂହିତା ଅନୁସାରେ ଭଗବାନ ହନୁମାନଙ୍କ ଜନ୍ମ ଶନିବାର ଦିନ ହୋଇଛି । ଏହା ଛଡା ଭଗବାନ ହନୁମାନ ରୁଦ୍ର ଅବତାର ବି ଅଟନ୍ତି ଓ ରୁଦ୍ର ଭଗବାନ ଶିବଙ୍କ ଦ୍ଵିତୀୟ ନାମ ଅଟେ । ହନୁମାନଶାସ୍ତ୍ରାନାମରେ ଗୋଟିଏ ନାମ ଶନି ଦେବଙ୍କର ଅଟେ । ଶାସ୍ତ୍ରରେ କେତେ ଥର ହନୁମାନ ଓ ଶନିଦେବଙ୍କ ରଙ୍ଗ ବି ସମାନ ବୋଲି କୁହାଯାଇଛି ।

ଏମିତି କୁହାଯାଏ କି ଭଗବାନ ହନୁମାନଙ୍କ ଏହି ରଙ୍ଗ ଶନିଦେବଙ୍କ କ୍ରୂର ଦୃଷ୍ଟି କାରଣରୁ ହୋଇଛି । ଶନିଦେବଙ୍କ ପିତା ସୂର୍ଯ୍ୟଦେବ ଭଗବାନ ହନୁମାନଙ୍କ ଗୁରୁ ବି ଅଟନ୍ତି । ସୂର୍ଯ୍ୟଦେବ ଭଗବାନ ହନୁମାନଙ୍କୁ ବହୁତ ଶକ୍ତି ବି ଦେଇଥିଲେ । ଯାହା ଦ୍ଵାରା ହନୁମାନ ମହାବୀର ଅଟନ୍ତି । ଶନିଦେବ କ୍ରୂର ଓ ନିର୍ମମ ପ୍ରକୃତିର ଅଟନ୍ତି । ଯେତେବେଳେ କି ଭଗବାନ ଶିବ ଓ ହନୁମାନଙ୍କୁ ଅତ୍ୟନ୍ତ ଦୟାଳୁ ବୋଲି କୁହାଯାଏ ।

ଶନିଦେବ ନିଆଁରୁ ଜନ୍ମ ହୋଇଥିଲେ ଯେତେବେଳେ କି ହନୁମାନ ପବନରୁ ଜନ୍ମ ହୋଇଥିଲେ । ସେଥିପାଇଁ ତାଙ୍କୁ ପବନପୁତ୍ର ବୋଲି କୁହାଯାଏ । ଗୋଟିଏ ପଟେ ଯେଉଁଠି ଶନିବାର ଦିନ ତେଲ ବିକ୍ରି କରିବା ଅଶୁଭ ହୋଇଥାଏ ଅନ୍ୟ ପଟେ ସେହି ଦିନରେ ହନୁମାନଙ୍କୁ ତେଲ ଚଢାଇବା ଶୁଭ ହୋଇଥାଏ ।  ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ନିଶ୍ଚୟ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଶେୟାର କରି ଆମ ସହିତ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *