ଲକଡାଉନ ପରେ କେଉଁ କ୍ଷେତ୍ରରେ ହେବ ଅଧିକ ଅସୁବିଧା, ଜାଣନ୍ତୁ କଣ କହିଲେ ଏସ୍କପର୍ଟସ

ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ଵରେ କନୋନା ଭାଇରସ କୁ ଅଟକାଇବା ପାଇଁ ଚାଲୁଥିବା ଲକଡାଉନ ଶେଷ ହେବା ପରେ କେଉଁ କେଉଁ କ୍ଷେତ୍ରରେ କିଭଳି ପରିସ୍ଥିତି ରହିବ ତାହା ବର୍ତ୍ତମାନ ଠାରୁ କହିବା ଅସମ୍ଭବ ଅଟେ । ଯେଉଁ କ୍ଷେତ୍ରରେ ଲୋକମାନେ ଅଧିକ ନିର୍ଭର କରିଥାନ୍ତି ସେଥିରେ ସୁଧାର ଆଣିବା ପାଇଁ ବହୁତ ସମୟ ଲାଗିବ । ଏହି ଲକଡାଉନ ଦ୍ଵାରା ବନ୍ଦ ହୋଇ ଥିବା କ୍ଷେତ୍ରରେ ଖୁବ ଶୀଘ୍ର ସୁଧାର ଆସିବ ।

ଔଷଧ ଏବଂ ଚିକିତ୍ସା କ୍ଷେତ୍ରରେ ବର୍ତମାନ ଅସୁବିଧା ଦେଖିବାକୁ ମିଳୁଛି

ଆଇଟି ସଚିବ ଆର ଚନ୍ଦ୍ରଶେଖର ଙ୍କର କହିବା ଅନୁସାରେ ଲକଡାଉନ ପରେ ଦୂର ସଂଚାର ଏବଂ ଏହା ସହିତ ଯୋଡି ହୋଇଥିବା ଡିଜିଟାଲ ଦୁନିଆର କମ୍ପାନୀ, ମନୋରଞ୍ଜନ କାର୍ଯ୍ୟଳୟ ପ୍ରଣାଳିରେ ଭଲ ପ୍ରଦର୍ଶନ କରିବେ । କିନ୍ତୁ ବର୍ତମାନ ଔଷଧ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଉପକରଣ କ୍ଷେତ୍ରରେ କରୋନା ପାଇଁ ବହୁତ ଅସୁବିଧା ଦେଖା ଦେଇଛି ।

ପରିବହନ କ୍ଷେତ୍ରରେ ଶୀଘ୍ର ସୁଧାର ଆସିବ

Google

ଜଣେ ଉଦ୍ୟୋଗ ଅଧିକାରୀ କହିଛନ୍ତି ପରିବହନ, ଷ୍ଟୋରେଜ, ୱେୟାର ହାଉସିଂ ଭଳି କ୍ଷେତ୍ରରେ ଲକଡାଉନ ପରେ ଖୁବ ଶୀଘ୍ର ସୁଧାର ଆସିବ କିନ୍ତୁ ଯାତ୍ରା, ହୋଟେଲ, ବିଦେଶ ଯାତ୍ରା ଏବଂ ସପିଙ୍ଗ ମଲ ଆଦି କ୍ଷେତ୍ରରେ ଶୀଘ୍ର ସୁଧାର ଆସିବ ନାହିଁ ।

ଇ-କମର୍ସ ଏବଂ ହୋମ ଡେଲିଭରିରେ ଆସିବ ସୁଧାର

Google

ଗୋଟିଏ କର୍ପୋରେଟ ଫର୍ମ ର ବରିଷ୍ଠ ଅଧିକାରୀ କହିଛନ୍ତି ଇ-କମର୍ସ ଏବଂ ହୋମ ଡେଲିଭରିରେ ଚାହିଦା ସର୍ବ ପ୍ରଥେମେ ଦେଖିବାକୁ ମିଳିବ । ଏହି ପରିସ୍ଥିତିର ସୁଧାର ପରେ କିଛି ଦିନ ପର୍ଯ୍ୟନ୍ତ ବିନା ଆବଶ୍ୟକତା ରେ ଲୋକ ମାନେ ଦୂର ଯାତ୍ରା କରିବା ସହିତ କୌଣସି ହୋଟେଲ ରେ ରହିବା ପାଇଁ ପସନ୍ଦ କରିବେ ନାହିଁ । କାରଣ ସେମାନଙ୍କୁ ଜଣା ନଥିବ କି ପ୍ରଥମେ ସେହି ହୋଟେଲରେ କିଏ ରହୁଥିବ । ପର୍ଯ୍ୟଟନମାନଙ୍କୁ ଫେରିବା ପାଇଁ ଅଧିକ ସମୟ ଲାଗିବ ।

ଜୀବନକୁ ସଙ୍କଟରେ ପକାଇବାକୁ ଚାହିଁବେ ନାହିଁ ଲୋକ

ଚନ୍ଦ୍ରଶେଖର କହିଛନ୍ତି ଲୋକମାନେ ଜୀବନକୁ ସଙ୍କଟରେ ପକାଇବା ପାଇଁ ଚାହୁଁ ନାହାଁନ୍ତି । ଯେଉଁ କ୍ଷେତ୍ର ମଣିଷର ବ୍ୟବହାର ପାଇଁ ଖରାପ ଅଟେ ତାହାକୁ ଠିକ କରିବା ପାଇଁ ଅଧିକ ସମୟ ଲାଗିବ । ସରକାର ଙ୍କ ଦ୍ଵାରା ଅଙ୍କୁଶ ଲାଗିଥିବା ସବୁ କ୍ଷେତ୍ରରେ ଶୀଘ୍ର ସୁଧାର ଆସିବ । ଏସୋଚ୍ୟାମ ର ମହାସଚିବ ଦୀପକ ସୁଦଙ୍କ ଅନୁସାରେ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରିବା ନିହାତି ଆବଶ୍ୟକ । ଅଧିକ ସୂଚନା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *