ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ଆୟୁର୍ବେଦ ଅଧିକ ପ୍ରଭାବଶାଳୀ, ଆସନ୍ତୁ ଜାଣିବା ଦୈନଦିନ ଜୀବନଶୈଳୀରେ ଏହାକୁ କେମିତି ଆପଣାଇବେ

ଦୈନଦିନ ଜୀବନରେ ଆୟୁର୍ବେଦକୁ ଆପଣାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ ଯାହା କି ଶରୀରର ରୋଗ ସହିତ ଲଢିଥାଏ । ଆୟୁର୍ବେଦ ବିଶେଷଜ୍ଞ ଏବଂ ଚିକିତ୍ସା ଅଧିକାରୀ ଡା. ଶୋଭାଲାଲ ଔଦିଚ୍ୟ ଙ୍କ ଅନୁସାରେ ଆୟର୍ବେଦର ତିନୋଟି ସିଦ୍ଧାନ୍ତ ଅଛି ଆହାର, ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ । ଏହି ତିନୋଟି ସିଦ୍ଧାନ୍ତକୁ ନିୟମିତ ପାଳନ କରୁଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ ।

ଲକଡାଉନ ସମୟରେ ନିଜ ନିଜର ଘରେ ଥାଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଆବଶ୍ୟକୀୟ ଦୂରତା ରଖି ସକାଳୁ ଉଠି ସୂର୍ଯ୍ୟଉଦୟ ସମୟରେ ପ୍ରାଣାୟମ ଏବଂ ହାଲୁକା ଯୋଗ କରିବା ନିହାତି ଆବଶ୍ୟକ । ନିୟମିତ ଭାବରେ ଅନୁଲୋମ ବିଲୋମ, ଭସ୍ତାରିକା, ପ୍ରଣବ ଏବଂ ସୂକ୍ଷ୍ମ ବ୍ୟାୟାମ ଆଦି କରିବା ନିହାତି ଦରକାର ।

ଆହାର ସନ୍ତୁଳିତ ଏବଂ ହଜମ ଯୋଗ୍ୟ

ଡା. ଔଦିଚ୍ୟ କହିଛନ୍ତି ସକାଳେ ତୁଳସୀ ପତ୍ର, ଅଦା, ମରିଚ ଏବଂ ହଳଦି ମିଶା ଚା ପିଇବା ଦ୍ଵାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଜଳଖିଆରେ ଗଜାମୁଗକୁ ଛୁଙ୍କ କରି କିମ୍ବା ମୁଗ ଡାଲିର ସୁପ ଖାଆନ୍ତୁ । ମଧ୍ୟାହ୍ନ ଭୋଜନରେ ଡାଲି ଏବଂ ପନିପରିବାର ସନ୍ତୁଳା ସହିତ ରୁଟି ଖାଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଖେଚେଡି ସହିତ ତରକାରୀ ଖାଆନ୍ତୁ । ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ହଳଦୀ ପକାଇ ପିଅନ୍ତୁ ।

ଏସବୁରୁ ଦୂରେଇ ରୁହନ୍ତୁ

ଡା. ଔଦିଚ୍ୟ କହିଛନ୍ତି ଦହି, ଥଣ୍ଡା ପାଣି, ଫ୍ରିଜ ଜିନିଷ,ବାସୀ ଖାଦ୍ୟ ଇତ୍ୟାଦିକୁ ସେବନ ନକରିବା ପାଇଁ । ମୌସମ ପରିବର୍ତ୍ତନ ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଏହି ସମୟରେ ଜଗି ରଖି ଚଳିବା  ନିହାତି ଆବଶ୍ୟକ । ସେ କହିଛନ୍ତି ଦିନ ସାରା ଶୋଇ ବିଳମ୍ବ ରାତି ପର୍ଯ୍ୟନ୍ତ ଜାଗୃତ ରହିବା ଶରୀର ପ୍ରତି କ୍ଷତିକାର ଅଟେ । ଆମର ଏହି ଟିପ୍ସ ଆପଣଙ୍କୁ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଏହିପରି ଅନେକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *