ଦ୍ଵିତୀୟ ବିବାହ କରିବାକୁ ଯାଉଥିଲେ ସ୍ଵାମୀ, ହଠାତ ପହଞ୍ଚି ଗଲେ ପ୍ରଥମ ପତ୍ନୀ, ତା’ପରେ ସ୍ତ୍ରୀ କରିଦେଲେ ଏମିତି ଲଙ୍କା କାଣ୍ଡ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବାହାଘର ପରେ ସ୍ବାମୀ ସ୍ତ୍ରୀ ଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ । ଏହି ସମ୍ପର୍କ ଦୁନିଆ ର ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ଵ ରେ ରୁହେ । ବାହାଘର ଏକ ଏମିତି ସମ୍ପର୍କ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବହୁତ ଜରୁରୀ ହୋଇ ଯାଇଥାନ୍ତି । ପରସ୍ପର କୁ ବୁଝନ୍ତି ଏବଂ ଯେ କୌଣସି ଭି ପରିସ୍ଥିତିରେ ନିଜ ନିଜର ସାଥ ଦେଇଥାନ୍ତି । ତେବେ କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏହି ସମ୍ପର୍କ କୁ କଳୁଷିତ କରି ଦେଉଛନ୍ତି ।

ତେବେ କେତେବେଳେ ଶୁଣିବାକୁ ମିଳୁଛି କି ସ୍ତ୍ରୀ ଅନ୍ୟ ପୁରୁଷ ପାଇଁ ସ୍ୱାମୀ କୁ ଛାଡିଦେଲା କିମ୍ବା ମାରିଦେଲା ତ ଆଉ କେତେବେଳେ ସ୍ୱାମୀ ଅନ୍ୟ ସ୍ତ୍ରୀ ର ପ୍ରେମ ରେ ପଡି ନିଜ ସ୍ତ୍ରୀ କୁ ଭୁଲି ଯାଇ ତାକୁ ଛାଡି ଦେଉଛି । ତେବେ ଏହା ସମାଜ ପାଇଁ ଏକ କଳୁଷିତ କାର୍ଯ୍ୟ ଅଟେ । ତେବେ ବର୍ତ୍ତମାନ ସେହିଭଳି ଜଣେ ଦ୍ଵିତୀୟ ବିବାହ କରୁଥିବା ବେଳେ ପୋଲିସ ବର କୁ ଉଠେଇ ନେଇଛି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ସୂଚନାଯୋଗ୍ୟ ଯେ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ରାଉରକେଲା ସହରର ହନୁମାନ ବାଟିକା ପରିସରସ୍ଥ ଏକ ମନ୍ଦିରରେ ଚାଲିଥିବା ବିବାହ ବେଦୀରୁ ଉଭୟ ବର କନ୍ୟାଙ୍କୁ ଉଠାଇ ଆଣିଛି ଉଦିତନଗର ଥାନା ପୁଲିସ । ପୁଲିସ ଥାନାରେ ବର କନ୍ୟାଙ୍କୁ ଅଟକ ରଖି ଉଭୟ ପରିବାରଙ୍କୁ ବୁଝାସୁଝା କରୁଛି ।

ଅନ୍ୟପଟେ ବିବାହ କରୁଥିବା ଆନନ୍ଦ ଶର୍ମା ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପ୍ରଥମ ସ୍ତ୍ରୀ ସରସ୍ୱତୀ ସରକାର ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ ହନୁମାନ ବାଟିକା ପରିସରରେ ପହଞ୍ଚି ବେଦୀରୁ ଉଭୟଙ୍କୁ ଉଠାଇ ଆଣିଥିଲା । ମିଳିଥିବା ସୂଚନା ମୁତାବକ ଆନନ୍ଦ ଓ ସରସ୍ୱତୀଙ୍କ ମଧ୍ୟରେ ୯ ବର୍ଷ ତଳେ ବିବାହ ହୋଇଥିବାବେଳେ ଉଭୟଙ୍କ ଔରସରୁ ଏକ କନ୍ୟା ସନ୍ତାନ ରହିଛି ।

ତେବେ ସରସ୍ୱତୀଙ୍କ ଅଭିଯୋଗ ମୁତାବକ ବିବାହର କିଛି ଦିନ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । କିଛି ଦିନ ହେବ ଉଭୟ ଅଲଗା ରହୁଥିବା ବେଳେ ଆଜି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିଲେ । ଆଉ ଏବାବଦରେ ଜାଣିବା ପରେ ସରସ୍ୱତୀ ଆଜି ପରିବାରଲୋକଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *