ବାଇକ ଚାଳକଙ୍କ ପାଇଁ ଆସିଲା ନୂଆ ନିୟମ ! ହେଲମେଟ ପିନ୍ଧିଥିଲେ ବି ଦେବାକୁ ପଡିବ 2000 ଟଙ୍କା ଫାଇନ…

ନମସ୍କାର ବନ୍ଧୁଗଣ ତେବେ ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ସାଢ଼େ ତିନି ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣା ହ୍ରସ କରିବା ପାଇଁ ସରକାର ବିଭିନ୍ନ ସମୟରେ ନିୟମ ଲାଗୁ କରିଛନ୍ତି । ବର୍ତ୍ତମାନ ଆସିଥିବା ସୂଚନା ମୁତାବକ ଏବେ ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିଥିଲେ ମଧ୍ୟ ଜରିମାନା ଦେବାକୁ ପଡ଼ିବ । ତେବେ ନୂଆ  ଟ୍ରାଫିକ୍‌ ନିୟମ ଅନୁସାରେ, ଏବେ ହେଲ୍‌ମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କା ଚାଲାଣ କଟିପାରେ ।


ତେବେ ନୂଆ ଟ୍ରାଫିକ୍ ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ବିନା ଆଇଏସ ବାଲା ହେଲମେଟ ପିନ୍ଧିଥିବେ, ତାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ । ତେବେ ସେହିପରି କୌଣସି ବ୍ୟକ୍ତି ଯଦି ହେଲମେଟର ଷ୍ଟ୍ରିପ୍ ବାନ୍ଧି ନଥିବେ ତେବେ ତାଙ୍କୁ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ସଡ଼କରେ ବାଇକ ଚଲାଇବା ସମୟରେ ହେଲମେଟ ପିନ୍ଧିବା ନିହାତି ଜରୁରୀ ।

ସେହିପରି ମୋଟର ଯାନ ଅଧିନିୟମର ଧାରା ୧୯୪ଡି  ଅନୁଯାୟୀ ଯିଏ ମୋଟର ସାଇକେଲ ଚଲାଇଥାଏ କିମ୍ବା ମୋଟର ସାଇକେଲ ସେକ୍ସନ୍ ୧୨୯ ର ନିୟମାବଳୀକୁ ଉଲ୍ଲଂଘନ କରିଥାଏ ତାଙ୍କୁ ହଜାରେ ଟଙ୍କା ଜୋରିମାନା କରାଯିବ ଏବଂ ତାଙ୍କ ଲାଇସେନ୍ସ ତିନିମାସ ପାଇଁ ଅଯୋଗ୍ୟ କରାଯିବ ।


ତେବେ ନୂଆ ମୋଟର ଭେହିକଲ୍‌ ଆକ୍ଟ ଅନୁସାରେ, ଗାଡ଼ିରେ ଓଭରଲୋଡିଂ କଲେ ଆପଣଙ୍କୁ ୨୦,୦୦୦ ଟଙ୍କାର ଭାରୀ ଜରିମାନା ଦେବାକୁ ପଡ଼ି ପାରେ । ଏହାଛଡ଼ା ପ୍ରତି ଟନ ପିଛା ୨୦୦୦ ଟଙ୍କାର ଅତିରିକ୍ତ ଜରିମାନା ବି ଦେବାକୁ ହେବ । ଏମିତି ପୂର୍ବରୁ ମଧ୍ୟ ହୋଇସାରିଛି, ଅନେକ ଲୋକଙ୍କର ହଜାର ହଜାର ଟଙ୍କା ଚାଲାଣ କଟିଥିବା କଥା ସାମ୍ନାକୁ ଆସିଛି ।


ତେବେ ଏକ ଭଲ ହେଲମେଟ ସବୁବେଳେ ଦୁର୍ଘଟଣା ସମୟରେ କ୍ଷତି ପହଞ୍ଚାଇବାରୁ ରୋକିଥାଏ । ବିଭିନ୍ନ ସମୟରେ ବଡ଼ବଡ଼ ଦୁର୍ଘଟଣାରେ କେବଳ ହେଲମେଟ କାରଣରୁ ଜୀବନ ବଞ୍ଚିଯାଇଥାଏ । ତେଣୁ ଏକ ଗୁଣାତ୍ମକ ହେଲମେଟ ସବୁବେଳେ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *