ହୁ ହୁ ହୋଇ ବଢି ଚାଲିଛି ଦରଦାମ, PM Modi ଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଖାଉଟିଙ୍କୁ ଝଟ୍‌କା । ରୋଷେଇ ଘରେ ନିଆଁ । ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ ସମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଉଛି । ଯାହା ଖାଉଟିଙ୍କୁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ, ଗୁରୁବାର ଗ୍ୟାସ ଦର ବଢିଛି । ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି ।

ଫଳରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୦୦୦ ଟଙ୍କା ଟପିଛି । ତେବେ ବର୍ଦ୍ଧିତ ଦରକୁ ବିଚାରକୁ ନେଲେ ଘରୋଇ ସିଲିଣ୍ଡର କିଣିବାକୁ ଏବେ ୧୦୦୩ ଟଙ୍କା ଗଣିବାକୁ ପଡିବ । ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୧୦୦୩ ଟଙ୍କା ଛୁଇଁଛି । କୋଲକାତାରେ ଏହି ଦର ୧୦୨୯ରେ ପହଁଚି ଯାଇଛି । ଚେନ୍ନାଇରେ ସିଲିଣ୍ଡର ଦାମ୍ ୧୦୧୮ ଟଙ୍କା ହୋଇଯାଇଛି ।

ତେବେ ନୂଆଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୨୩୫୪ ଟଙ୍କା ହୋଇଯାଇଛି । କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଦର ଯଥାକ୍ରମେ ୨୪୫୪, ୨୩୦୬, ୨୫୦୭ ରହିଛି । ଏହା ପୂର୍ବରୁ ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା କମିଥିଲା । କିନ୍ତୁ ୮ ତାରିଖରେ ଘରୋଇ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିଥିଲା । ସେହିପରି ମେ ୧ ତାରିଖରେ ମଧ୍ୟ ଏଲପିଜି ଦାମ୍ ୧୦୨ ଟଙ୍କା ବୃଦ୍ଧି କରା ଯାଇଥିଲା । ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଉପରେ ଏହି ଦାମ୍ ବୃଦ୍ଧି ହୋଇଥିଲା ।

ତେବେ ଏହା ଉପରେ ବର୍ତ୍ତମାନ ସୁର ରାଉତ ରାୟ ଯିଏ କଂଗ୍ରେସ ଦଳ ର ଜଣେ ବରିଷ୍ଠ ରାଜନେତା ଭାବରେ ପରିଚିତ । ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ସେ ମୋଦିଙ୍କ ଟାର୍ଗେଟ କରି ବର୍ତ୍ତମାନ କହିଛନ୍ତି କି ଆଠ ବର୍ଷରେ ଭାରତ କୁ ଅର୍ଥନୀତି ଦୃଷ୍ଟି ରେ ଅଷ୍ଟମ ସ୍ଥାନରେ ପହଞ୍ଚାଇ ଦେଲ । ତେବେ ଇଲେକ୍ସନ ପୂର୍ବରୁ ତୁମେ ମାଗଣା ଗ୍ୟାସ ପାଇବେ,ଘଷି ଜାଳିବେନି ପରିଶ୍ରାମ କରିବେ ନାହିଁ ସବ୍ସିଡ଼ି ମିଳିବ । କୁଆଡେ ଗଲା ସେସବୁ ।


ତେବେ ସେପଟେ ରାମ ମନ୍ଦିର କରୁଛ ବଦ୍ରିନାଥ ମନ୍ଦିର କରୁଛ ଏପଟେ ପୁରୀ ମନ୍ଦିର,ତାରା ତାରିଣୀ ମନ୍ଦିର ନବୀକରଣ କରୁଛ । ତେବେ ଏହା ଭଲ ଆପଣ କର କିନ୍ତୁ ଏତିକି କଲେ କଣ ହୋଇଯିବ ଏହା ସହ ଗରିବ ଲୋକ କିପରି ଭଲରେ ରହିବ ସେଥିପାଇଁ ମଧ୍ୟ ଟିକେ ଧ୍ୟାନ ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *