Exclusive: ଗୁମର ଖୋଲିଲା ସୌମ୍ୟଜିତ ଆଉ ଶ୍ଵେତାଙ୍କ ଶେଷ ଅଡିଓ କଲ୍… ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ନମସ୍କାର ବନ୍ଧୁଗଣ ତେବେ ମହିଳା ସଫ୍ଟେଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଭିତରେ ସାମ୍ନାକୁ ଆସିଛି ଏକ ଅଡ଼ିଓ ବାର୍ତ୍ତାଳାପ । ଯେଉଁଥିରେ ଶ୍ୱେତା ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ସହ କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଛି । ସୌମ୍ୟଜିତ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି । ତାସହ କହିଛନ୍ତି ମୋତେ ଶାନ୍ତିରେ ରହିବାର ଅଛି ।


ମୋ ମୁଣ୍ଡ ଗରମ କରନା ମୋତେ ଶାନ୍ତି ରେ ରଖିବାକୁ ଦେ ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ । ତେବେ ଏହି ଭାଇରାଲ୍ ଅଡ଼ିଓଟି କେବେକାର, ସେନେଇ ସ୍ପଷ୍ଟ ହୋଇନାହିଁ । ଓଟିଭି ହାତରେ ଲାଗିଥିବା ଏହି ଅଡ଼ିଓରେ ଆଉ କଣ କଥାବାର୍ତ୍ତା ହୋଇଛନ୍ତି ସୌମ୍ୟଜିତ ମହାପାତ୍ର ଏବଂ ଶ୍ୱେତା ।

ତେବେ ସୈାମ୍ୟଜିତ୍ ତାଙ୍କୁ କହୁଛନ୍ତି ଯଦି ବାପା ବୋଉଙ୍କ ପାଖକୁ କଲ୍ ଯିବ ତାହେଲେ ଏଭଳି କହି ସ୍ୱେତା ଙ୍କୁ ବହୁତ ଖରାପ କଥା କହିଥିଲେ । ଏହାପରେ ସୈାମ୍ୟଜିତ୍ ଙ୍କ କଥାଶୁଣି ଶ୍ଵେତା କହିଲେ ଯେ ନାହିଁ ମୁଁ କଲ୍ କରିବି ନାହିଁ । ଏହା ପରେ ଶ୍ଵେତା ମଧ୍ୟ ସୈାମ୍ୟଜିତ୍ ଙ୍କୁ ଅନେକ କଥା କହିଛନ୍ତି । ସେ ଯେଉଁ ଖେଳ ଖେଳୁଛନ୍ତି ଶ୍ଵେତା ସବୁ ବୁଝି ପାରୁଛନ୍ତି । ଏହାପରେ ଶ୍ଵେତା ଙ୍କୁ ସୈାମ୍ୟଜିତ୍ ତାଙ୍କ ଜୀବନରୁ ଚାଲି ଯିବାକୁ କହିଥିଲେ ।

କିନ୍ତୁ ଶ୍ଵେତା ମନା କରିଥିଲେ । କଣ ପାଇଁ ତାଙ୍କ ଜୀବନରୁ ଚାଲିଯିବେ ବୋଲି ମଧ୍ୟ ପ୍ରଶ୍ନ ପଚାରିଥିଲେ । କିନ୍ତୁ ଶ୍ଵେତା ଙ୍କୁ ସୈାମ୍ୟଜିତ୍ କହିଛନ୍ତି ତୁମେ ମୋ ମୁଣ୍ଡା ଖରାପ କରୁଛ । ନିଜ ଜୀବନକୁ ନଷ୍ଟ କରୁଛ ତା ସହିତ ମୋ ଜୀବନକୁ ମଧ୍ୟ ତୁମେ ନଷ୍ଟ କରୁଛ । ସୈାମ୍ୟଜିତ୍ ଆଉ ଜଣଙ୍କୁ ଖୋଜିବେ । ଏହାଶୁଣି ସ୍ୱେତା ବହୁତ ରାଗୀ ଯାଇଥିଲେ । ସେ କଣ ତାଙ୍କ ଜୀବନ ନଷ୍ଟ କରିଛନ୍ତି ବୋଲି ବାରମ୍ବାର ପଚାରି ଚାଲିଥିଲେ ।

ତେବେ ସୈାମ୍ୟଜିତ୍ ସ୍ୱେତା ଙ୍କୁ ବାରମ୍ବାର କହିଥିଲେ ମତେ କଲ୍ କରନାହିଁ । କିନ୍ତୁ ସ୍ୱେତା ସୈାମ୍ୟଜିତ୍ ଙ୍କୁ କଲ୍ କରୁଥିଲେ । ଏବଂ ତାଙ୍କ ମୁଣ୍ଡ ଗରମ କରୁଥିଲେ । ପାଗଳଙ୍କ ପରି କଲ୍ କରିବାରେ ଲାଗିଛି । ନିଜେ ତ ପାଗଳ ଆଉ ସମସ୍ତଙ୍କୁ କାହିଁକି ପାଗଳ କରୁଛୁ ଏହିପରି କଥା ସୈାମ୍ୟଜିତ୍ କହିଥିଲେ । ବର୍ତ୍ତମାନ ଏହି ଅଡିଓ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି ।


ତେବେ ତେବେ ଶ୍ୱେତା ମୃତ୍ୟୁ ମାମଲାରେ ସନ୍ଦେହ ଘେରକୁ ଆସିଥିବା ବୟଫ୍ରେଣ୍ଡ ସୌମ୍ୟଜିତ ଏବେ କେଉଁଠି ? ସେନେଇ କିଛି ସୁରାକ ମିଳିନି । ଶ୍ୱେତା ଓ ସୌମ୍ୟଜିତ ପୂର୍ବରୁ ଏକ ଘରୋଇ ସଫ୍ଟଓ୍ୱୟାର କଂପାନୀରେ ଚାକିରି କରୁଥିବା ବେଳେ ସୌମ୍ୟଜିତ ପରେ ଚାକିରି ଛାଡ଼ି ଭୁବନେଶ୍ୱର ର ଏକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ରେ ଏମବିଏ କରୁଛନ୍ତି ।
ସେପଟେ ସମ୍ବଲପୁର ସ୍ଥିତ ଅଇଂଠାପିଲା ବଂଶୀଧର ନଗରରେ ଥିବା ସୌମ୍ୟଜିତ ଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଆମେ ଯୋଗାଯୋଗ କରିଥିଲୁ ।

ହେଲେ ପରିବାର ଲୋକେ ଏନେଇ କୌଣସି ପତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଶ୍ୱେତାଙ୍କ ପରିବାର ଲୋକ ଙ୍କ ସୂଚନା ଅନୁସାରେ ଶ୍ୱେତା-ସୌମ୍ୟଜିତ ଚାକିରି କରିବା ସମୟ ରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା, ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ ସୌମ୍ୟଙ୍କ ପରିବାର ଲୋକେ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିବାରୁ ଏଥିରେ ଅରାଜି ହୋଇଥିଲେ ଶ୍ୱେତା ଙ୍କ ବାପା । ପରେ ଉଭୟ ଙ୍କ ସମ୍ପର୍କ ରେ ଭଟ୍ଟା ପଡ଼ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *