ରିଅଲ୍ ହିରୋ Sritam Das, କଟକ ରେ ବୁଲି ବୁଲି କରୁଛନ୍ତି ଏପରି କାମ ଦେଖି ଆପଣପ୍ରଶଂସା ନ କରି ରହି ପାରିବେନି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ବିଗତ ଦିନ ଗୁଡିକ ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଚାଷ ଜମି,ରାସ୍ତା ଘାଟ, ଘର ସବୁକିଛି ବନ୍ୟାଜଳରେ ବୁଡି ରହିଥିଲା । ଏପଟେ ଲଘୁଚାପ ବର୍ଷା ଯୋଗୁ ଆତଙ୍କିତ ହୋଇଥିଲେ ତଳିଆ ଅଂଚଳ ର ବାସିନ୍ଦା । ବନ୍ୟା ଜଳ ଯୋଗୁଁ ଡାକ୍ତରଖାନା ମଧ୍ୟ ଜଳମଗ୍ନ ହୋଇଯାଇଥିଲା ।

ଯେଉଁ କାରଣରୁ ଲୋକମାନେ ଠିକ ସମୟରେ ଚିକିତ୍ସିତ ମଧ୍ୟ ହୋଇପାରୁ ନଥିଲେ । ଗାଁ ଲୋକ ମାନଙ୍କୁ ପ୍ରଶାସନ ତରଫା ରୁ ସାହାଯ୍ୟ ପ୍ରାପ୍ତ ହୋଇଥିଲା । ଏହା ସହିତ ସେପଟେ ଓଡରାଫ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ବିପନ୍ନ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନଜୀବିକା ବିକାଶ ଧାରାରେ ବ୍ୟାହତ ଘଟିଥିଲା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହେବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଫଳରେ ସାଧାରଣ ଦିନମଜୁରିଆ, ଖଟିଖିଆ, ବୁଲା ବିକାଳି, ଉଠାଦୋକାନୀ ନାଁହି ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ସେମାନେ ବାହାରକୁ ଯାଇପାରୁ ନଥିଲେ ଏବଂ ତାଙ୍କର ରୋଜଗାର ମଧ୍ୟ ହେଉ ନଥିଲା । ଯେଉଁ କାରଣରୁ ସେମାନଙ୍କ ଜୀବନ ଭୋକ ଉପାସ ରେ କଟୁଛି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏଭଳି ବିକଟ ପରିସ୍ଥିତି ରେ ଲୋକ ମାନଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଓଲିଉଡ ଅଭିନେତା ଶ୍ରିତମ ଦାସ । ଶ୍ରିତମ ଘରଘର ବୁଲି ବନ୍ୟା ରେ ପୀଡିତ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ଏବଂ ସେମାନଙ୍କ ନିକଟରେ ସହାନୁଭୂତି ପ୍ରକଟ କରିଛନ୍ତି ।

ଶ୍ରିତମ ରିଲ ଲାଇଫ ହିରୋ ରୁ ସାଜି ଯାଇଛନ୍ତି ରିଅଲ ଲାଇଫ ହିରୋ । ତାଙ୍କର ଏଭଳି କାମ ଦେଖି ଲୋକମାନେ ତାଙ୍କୁ ବହୁତ ମାତ୍ରାରେ ପ୍ରଶଂସା ମଧ୍ୟ କରିଛନ୍ତି । ଶ୍ରିତମ ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ, ସେ କେବଳ ଫିଲ୍ମ ଦୁନିଆ ରେ ହିଁ ନୁହେଁ ବାସ୍ତବ ଜୀବନ ରେ ମଧ୍ୟ ଜଣେ ହିରୋ ଅଟନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *