ସୌମ୍ୟାଜିତଙ୍କ ପଡୋଶୀ କଲେ ଚାଞ୍ଚଲ୍ୟକର ଖୁଲାସା… ଟଙ୍କା ପାଇଁ ପାଗଳ ଥିଲେ ସୌମ୍ୟଜିତଙ୍କ ପରିବାର…ଦେଖନ୍ତୁ କଣ କହିଲେ ପଡୋଶୀ…

ନମସ୍କାର ବନ୍ଧୁଗଣ ତେବେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା କାହିଁକି ଆତ୍ମହତୟଆ କଲେ, ତାହା ରହସ୍ୟରେ ରହିଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ପରିବାର ଲୋକଙ୍କ ଅଭିଯୋଗ, ଶ୍ୱେତାଙ୍କ ଡାଏରୀ ଓ ଭାଇରାଲ ଅଡିଓକୁ ନେଇ ସୌମ୍ୟଜିତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ ସୌମ୍ୟଜିତଙ୍କୁ ୧୭ଟି ପ୍ରଶ୍ନ ପଚରାଯାଇଛି ।

ତେବେ ସୂଚନା ଅନୁସାରେ ସୌମ୍ୟଜିତ କହିଛନ୍ତି, ତାଙ୍କୁ ଜବରଦସ୍ତି ବିବାହ କରିବାକୁ ଚାହୁଁଥିଲେ ଶ୍ୱେତା । କିନ୍ତୁ ସେ ବିବାହ କରିବାକୁ ଚାହୁଁନଥିବାରୁ ତାଙ୍କ ସହ ଝଗଡା ହେଉଥିଲା । ଯେଉଁ ଅଡିଓଟି ଭାଇରାଲ ହେଉଛି ତାହା ବହୁ ପୁୁରୁଣା । ତେବେ ପଚରାଉଚରା ପରେ ସୌମ୍ୟଜିତଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି । ଆଉ ଆବଶ୍ୟକ ପଡିଲେ ପୁଣି ଥରେ ଡାକି ଜେରା କରିପାରେ ବୋଲି ସୂଚନା ମିଳିଛି ।

କିନ୍ତୁ ସୌମ୍ୟଜିତଙ୍କୁ ପଚରାଉଚୁରା ପରେ ପୋଲିସ ଛାଡି ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ୱେତାଙ୍କ ବାପା । ଆଉ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଶ୍ୱେତାଙ୍କ ଭାଇ କହିଛନ୍ତି ଭାଇରାଲ ହେଉଥିବା ଅଡିଓ ହିଁ ଦର୍ଶାଉଛି ସୌମ୍ୟଜିତ ଶ୍ୱେତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ । ଆଉ ଯେଉଁଥି ତାଙ୍କ ଭଉଣୀ ଆତ୍ମହତୟଆ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

ଅନ୍ୟପଟେ ସୌମ୍ୟଜିତ ଓ ତାଙ୍କ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ବଲପୁରସ୍ଥିତ ବାସଭବନ ନିକଟରେ ରହୁଥିବା ପଡୋଶୀ । ତେବେ ତାଙ୍କ ପଡ଼ୋଶୀ ମାନେ କହିଛନ୍ତି ଯେ ସୌମ୍ୟଜିତ ଙ୍କ ପରିବାର ନାଁ ରେ ପୁର୍ବରୁ ତିନି ଥର ଏଫଆଇଆର ଦିଆ ସରିଛି । ସେମାନେ କେବେବି ପଡ଼ୋଶୀ ମାନଙ୍କ ସହିତ ଭଲ ସଂପର୍କ ରଖି ନାହାନ୍ତି । ପ୍ରାୟ ସମୟ ଝଗଡା ହିଁ କରନ୍ତି ।

ଯଦିଓ ତାଙ୍କ ପଡ଼ୋଶୀ ଶ୍ୱେତା ଙ୍କ କେସ ସମ୍ବନ୍ଧରେ କିଛି ଜାଣି ନାହାନ୍ତି କିନ୍ତୁ ଏହା କହିଛନ୍ତି ଯେ ସୌମ୍ୟଜିତ ଙ୍କ ପରିବାର ପଇସା ଲୋଭୀ ଅଟନ୍ତି । ହୋଇପାରେ ସେମାନେ ଯୌତୁକ ମାଗିଥାଇ ପାରନ୍ତି । ତେବେ ପଡୋଶୀ ମାନଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ସନ୍ଦେହ ର ଦୃଷ୍ଟି ନିଶ୍ଚିତ ଭାବରେ ସୌମ୍ୟଜିତ ଙ୍କ ପରିବାର ଆଡ଼କୁ ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *