ସ୍ଥାନୀୟ ଗ୍ରାମବାସୀ ଦେଲେ ଚାଞ୍ଚଲ୍ୟକର ବୟାନ, କହିଲେ ‘ମିଛ କହୁଛି ନାତୁଣୀ…ଜେଜେ ନୁହେଁ ଆଉ ଜଣେ ନାତୁଣୀକୁ…’ ଦେଖନ୍ତୁ Video

“ମିଛ କହୁଛି ନାତୁଣୀ, ଜେଜେ କରି ନାହାନ୍ତି ଦୁଷ୍କର୍ମ । ଯଦି ବାସ୍ତବିକ ଜଣେ ୬୫ ବର୍ଷୀୟ ଲୋକ ୧୪ ରୁ ୧୫ ବର୍ଷ ର ନାବାଳିକା ସହିତ ଦୁଷ୍କର୍ମ କରିଛନ୍ତି ତେବେ ସେ ମେଡ଼ିକାଲ ଯିବା କଥା । ” ତେବେ ଏକଥା କହୁଛନ୍ତି ରାଜୀବ ମଲ୍ଲିକ ଙ୍କ ଗାଁ ଲୋକ । ଅଭିଯୋଗ କରିଥିବା ଏହି ନାବାଳିକା ପଛରେ ଆଉ କେହି ରହିଛି ଏବଂ ଯିଏକି ଫସାଇବାକୁ ଚାହୁଁଛି ଜେଜେବାପା କୁ । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ରେ ନାବାଳିକା ସମ୍ପର୍କୀୟ ନାତୁଣୀ କୁ ଗର୍ଭବତୀ କରିଥିବା ଏହି ୬୫ ବର୍ଷର ବୃଦ୍ଧ ରାଜୀବ ମଲ୍ଲିକ କୁ ନେଇ ଗାଁ ଲୋକ କହୁଛନ୍ତି କିଛି ଅଲଗା ହିଁ କଥା ।

ଗ୍ରାମବାସୀ ବି କହୁଛନ୍ତି ଯେ ଏହି ଘଟଣା ରେ ଡିଏନଏ ଟେଷ୍ଟ କରାଯାଉ । ଜଣା ପଡୁ ବାସ୍ତବିକ ସତ କଥା କଣ । ଅନ୍ୟ ପଟେ ରାଜୀବ ମଲ୍ଲିକ ଓରଫ ଛୋଟା କେଉଁ ଆଡ଼େ ନିଖୋଜ ଅଛନ୍ତି । ଶୁଣାଯାଉଛି ଯେ, ତାଙ୍କୁ ମାରପିଟ୍ ମଧ୍ୟ କରାଯାଇଛି ଏବଂ ଯେଉଁ ଦିନ ଅଭିଯୋଗ କରାଯାଇଥିଲା ଏହାର ପୂର୍ବ ଦିନରୁ ହିଁ ସେ ନିଖୋଜ ରହିଛନ୍ତି ।

ତେବେ ବାସ୍ତବିକ ଏହି ବ୍ୟକ୍ତି ଙ୍କ ମୁଣ୍ଡ ରେ କେହି ଅଠା ବୋଳି ଦେଉଛି କି? ବାସ୍ତବରେ ଏହି ନାବାଳିକା ଙ୍କ ପେଟରେ ବଢୁଥିବା ଛୁଆ ଟି କାହାର ଅଟେ ଏ ନେଇ ମେଡ଼ିକାଲ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜୀବ ମଲ୍ଲିକ ଙ୍କ ଝିଅ । ତେବେ ରାଜୀବ ଙ୍କ ଝିଅ ମଧ୍ୟ କହୁଛନ୍ତି ଯେ, ତାଙ୍କ ବାପା ନିର୍ଦୋଷ ଅଛନ୍ତି ।

ଯଦି ମେଡ଼ିକାଲ ଟେଷ୍ଟ ରେ ସତ କଥା ସାମ୍ନା କୁ ଆସେ ତେବେ ଯାହା ବି ଦଣ୍ଡ ଦିଆଯିବ ସେମାନେ ମୁଣ୍ଡ ପାତି ସହି ନେବେ । କିନ୍ତୁ ଯେ ପର୍ଯ୍ୟନ୍ତ ଦୋଷ ପ୍ରମାଣିତ ହୋଇ ନାହିଁ ତାଙ୍କ ପରିବାର କୁ ବଦନାମ ନ କରନ୍ତୁ ଗଣ ମାଧ୍ୟମ । ତେବେ ଏହି ଘଟଣା ଧୀରେଧୀରେ ଆଲୋଡ଼ନ ସୃଷ୍ଟି କରିବାକୁ ଲାଗିଛି ସ୍ଥାନୀୟ ଅଞ୍ଚଳରେ ।

ତେବେ ସମ୍ପତ୍ତି କୁ ନେଇ ପୂର୍ବରୁ ରହିଥିବା କଳହ ଯୋଗୁଁ ରାଜୀବ ଙ୍କୁ ଫସାଇ ଗାଁ ରୁ ବାହାର କରିବା ପାଇଁ ତାଙ୍କୁ ଫସା ଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ବାସ୍ତବିକତା କଣ ତାହା ଡିଏନଏ ଟେଷ୍ଟ ତଥା ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *