ମୋ ଭୁଲ ପାଇଁ ତତେ ମୁଁ ସାରା ଦୁନିଆ ଆଗରେ ଭୁଲ ମାଗିଲି, ତୁ ଯାହା ଚାହିଁଲୁ କଲି, ଏବେ ଫେରିଆ…Trupti ଙ୍କୁ ଏମିତି ଅନୁରୋଧ କରୁଛନ୍ତି ବାବୁଶାନ

” ତୁ ଯାହା ଚାହିଁଲୁ ମୁଁ ସେଇଆ କରିଲି । ମୋ ଭୁଲ ପାଇଁ ତତେ ମୁଁ ସାରା ଦୁନିଆ ଆଗରେ କ୍ଷମା ମାଗିଲି । ସୋସିଆଲ ମିଡିଆ ରେ ତୋ ଆଗରେ ହାତ ଯୋଡ଼ିଲି । ଭିଡିଓ କଲ କରି ପୁଅ ସହିତ କଥା ହେଲି । ଆଉ କଣ କରିଥାନ୍ତି କହୁନୁ । ଏବେ ତ ତୁ ଫେରିଆ । ଗୋଟିଏ ନୂଆ ଜୀବନ ଆରମ୍ଭ କରିବା ପାଇଁ ମୋତେ ସୁଯୋଗ ଟିଏ ଦେ । ଆମ ଭଲ ପାଇବା ପରା ଅଷ୍ଟମ ଶ୍ରେଣୀ ରୁ ଆରମ୍ଭ ହୋଇଥିଲା । କେମିତି ଦୁରେଇ ରହି ପାରୁଛ ତୃପ୍ତି । ସେହି ଭଲ ପାଇବାକୁ ଆଉ ଥରେ ଅନୁଭବ କରିବାକୁ ସୁଯୋଗ ଦିଅ । ”

ବୋଧହୁଏ ଏଭଳି କିଛି ଭାବନା କୁ ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ଙ୍କ ଆଗରେ ପ୍ରକାଶ କରି ତାଙ୍କୁ ଘରକୁ ଫେରି ଆସିବା ପାଇଁ କହୁଥିବେ । ତେବେ ବାବୁସାନ ଙ୍କ ଠାରୁ ଏବେ ଦୁରେଇ ହୋଇ ରହିଛନ୍ତି ସ୍ତ୍ରୀ ତୃପ୍ତି ଶତପଥୀ । ପ୍ରକୃତି ବାବୁସାନ ଓ ତୃପ୍ତି ବିବାଦ ରେ ତୃପ୍ତି ତାଙ୍କ ଶ୍ୱଶୁର ଘର ଛାଡ଼ି ନିଜ ବାପଘରେ ରହିଛନ୍ତି ।

ଯେଉଁ କାରଣରୁ ବାବୁସାନ ଙ୍କ ପୁଅ ଗ୍ବାନ୍ ମଧ୍ୟ ବାବୁସାନ ଙ୍କ ଠାରୁ ଦୁରେଇ ରହିଛି । ତେବେ ବରିଷ୍ଠ ଅଭିନେତା ତଥା ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ତାଙ୍କ ନାତି କୁ ବହୁତ ଝୁରି ହେଉଛନ୍ତି । ସେପଟେ ଅପରାଜିତା ମହାନ୍ତି ମଧ୍ୟ ତାଙ୍କ ନାତି କୁ ବହୁତ ଦିନ ହେବ ନ ଦେଖି ତାକୁ ଝୁରି ହେଉଛନ୍ତି ବୋଲି ସୂଚନା ମିଳିଛି । ସେଥିପାଇଁ କୁଆଡ଼େ ବାବୁସାନ ତୃପ୍ତି ଙ୍କୁ ସବୁବେଳେ ବୁଝାଉଛନ୍ତି ଓ ଫୋନ କରି ସବୁବେଳେ କଥା ହେଉଛନ୍ତି ।

ସେ କହୁଛନ୍ତି ଯାହା ହୋଇ ଯାଇଛି ସେଥିପାଇଁ ମୁଁ ମୋ ଭୁଲ କୁ ବୁଝି ପାରିଛି ଏବଂ ପ୍ରାୟଶ୍ଚିତ ମଧ୍ୟ କରୁଛି । ତୁମେ ଫେରି ଆସ ତୃପ୍ତି ଆମେ ପୁଣିଥରେ ଏକ ନୂଆ ଜୀବନ ଆରମ୍ଭ କରିବା । ଯଦି ଦେଖିବା ତେବେ ବାବୁସାନ ତୃପ୍ତି ଙ୍କୁ ଭୁଲ ମାଗିବା ପରେ ଏବେ ପରିସ୍ଥିତି ଧୀରେଧୀରେ ସୁଧୁରିବାକୁ ଲାଗୁଛି ।

ତେବେ ବାବୁସାନ ନିଜ ପୁଅ ସହିତ ଭିଡିଓ କଲ ରେ କଥା ହେଉଥିବା ବେଳେ, ଅନ୍ୟ ପଟେ ଏଭଳି ସୂଚନା ମିଳୁଛି ଯେ, ଏହି ବର୍ଷ ପୁରା ପରିବାର ମିଶି ଗଣେଶ ପୂଜା ପାଳନ କରିବେ । ଯାହା ବାବୁସାନ ଙ୍କ ଫାନ୍ସ ମାନେ କହୁଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *