ବାପାର ଶବ ପାଖରେ କାନ୍ଦୁଛି ପୁଅ…ବାପା…ଉଠ ବାପା…ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦେଖନ୍ତୁ Video

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ବାପାର ଶବ ପାଖରେ ଭୋ ଭୋ ହୋଇ କାନ୍ଦୁଛି ପୁଅ ବାପା ବାପା ଡାକ ଛାଡି ଅଥୟ ହୋଇ ପଡୁଛି । ସବୁଦିନ ଭଳି ବାପା ସକାଳୁ ଉଠି ତାର ମହୁଲ ଟୋଲ ଧରି ପେଷିବା ପାଇଁ ଅଟୋରେ ବାହାରି ଥିଲେ ହେଲେ କିଏ ଜାଣିଥିଲା ବାପା ଆଉ ଘରକୁ ଫେରିବେ ନାହିଁ । ଏମିତି କି ଏକା ସଙ୍ଗେ ଦାଦା ପୁତୁରା ସବୁ ଅଜଣା ରାଇଜକୁ ଚାଲି ଗଲେ ।

ଗୋଟିଏ ପରିବାରର ପାଞ୍ଚ ପାଞ୍ଚଟି ଶବ ଦେଖି ଛାତି ଫାଟି ଯାଉଛି ସମ୍ପର୍କୀୟଙ୍କ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତିର ରାଜପଥର ଏହି ଛାତି ଥରା ସଡକ ଦୁର୍ଘଟଣା ନେଇଯାଇଛି ଗୋଟିଏ ପରିବାରର ପାଞ୍ଚଟି ଜୀବନ । ଭୋର ପ୍ରାୟ ୫ଟାରୁ ଅଟୋରେ ବାହାରିଥିଲେ ବାଉଁଶପଲା ପଞ୍ଚାୟତର ବାମ୍ବୁରା ଗାଁର ଅନନ୍ତ ସାମଲ, ପ୍ରହଲାଦ ସାମଲ, ଆଦିକାନ୍ତ ସାମଲ, ଅଙ୍କୁର ସାମଲ ଓ ୧୩ ବର୍ଷର ଦିବ୍ୟ ରଞ୍ଜନ ସାମଲ ।

ମହୁଲ ଟୋଲ ପେଷେଇବା ପାଇଁ ଅଟୋରେ ମୁକ୍ତାପୋଷି ଯାଉଥିଲେ ହେଲେ ବାଟରେ ଜଗି ଥିଲା ଯମ । ଘର ଠାରୁ କୋସେ ବାଟରେ ୫୩ ନମ୍ବର ରାଜପଥରେ ପଛରୁ ମାଡି ଆସିଥିଲା ଦାନବ ରୂପେ କୋଇଲା ବୋଝେଇ ଟ୍ରକ ଆଉ ଅଟୋକୁ ଦେଇଥିଲା ଧକ୍କା । ଏମିତିକି ଟ୍ରକଟି ଭାରସାମ୍ୟ ହରାଇ ସଂପୂର୍ଣ୍ଣ ରୂପେ ଅଟୋ ଉପରେ ଚଢାଇ ଦେଇଥିଲା ।

ଏହା ଫଳରେ ଘଟଣା ସ୍ଥଳରେ ଚାଲି ଯାଇଥିଲା ଗୋଟିଏ ପରିବାରର ପାଞ୍ଚ ପାଞ୍ଚଟି ଜୀବନ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଆଉ ସେପଟେ ନିଜ ଜୀବନ ବଞ୍ଚେଇବା ଭୟରେ ପାଞ୍ଚଟି ଜୀବନ ନେଇ ଥିବା ଟ୍ରକ ଡ୍ରାଇଭର ଫେରାର ହେଇ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *