Draupadi Murmu ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ହେବାପରେ ଅଡୁଆରେ ରାଜ୍ୟ କଂଗ୍ରେସ, ଦେଖନ୍ତୁ ଏନେଇ କଂଗ୍ରେସ ବିଧାୟକ Sura Routray କଣ କହିଲେ ? ଦେଖନ୍ତୁ Video

ଦେଶରେ ରାଷ୍ଟ୍ରପତି ପଦବୀ ପାଇଁ ଅଙ୍କକଷା ଚାଲିଥିବା ବେଳେ ଏବେ ସମସ୍ତଙ୍କ ମୁହଁରେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ କଥା । ଏନଡ଼ିଏ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିଥିବା ବେଳେ ବିଜେଡି ଏହାକୁ ସମର୍ଥନ କରୁଥିବା ଦେଖାଯାଇଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟରୁ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି । କିନ୍ତୁ ରାଜ୍ୟ କଂଗ୍ରେସ ପାଇଁ ଏହା ଏକ ଅଡୁଆ ପରିସ୍ଥିତି ହୋଇପାରେ ବୋଲି ପ୍ରଶ୍ନ ଉଠୁଛି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଖବର ଆସିବା ପରେ ଓଡିଶାବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ ସାଜିଛି । ଜଣେ ଓଡିଆ ଝିଅ ଭାରତର ରାଷ୍ଟ୍ରପତି ପଦବୀ ପାଇଁ ଠିଆ ହେବା ନିହାତି ଭାବେ ଓଡିଶା ପାଇଁ ଗୌରବର ବିଷୟ । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ତାଙ୍କ ବ୍ୟକ୍ତିଗତ ମତ ଏବଂ ତାଙ୍କ ପାର୍ଟିର ମତ ପଚରା ଯାଇଥିଲା । ସୁର ଭାଇ ମଧ୍ୟ ଦ୍ରୌପଦୀ ମୁର୍ମୁ ଆମ ଓଡିଶା ପାଇଁ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି ।

ଦ୍ରୌପଦୀ ଭୁବନେଶ୍ବରରେ ରହି ପାଠ ପଢିବା ସମୟରୁ ସେ ତାଙ୍କୁ ଜାଣନ୍ତି ଓ ତାଙ୍କ ସହ ଘନିଷ୍ଠତା ରହିଛି ବୋଲି ସେ କହିଛନ୍ତି । ଦ୍ରୌପଦୀ ମନ୍ତ୍ରୀ ଥିଲେ, ଦୁଇ ଥର ଏମଏଲଏ ମଧ୍ୟ ହୋଇଛନ୍ତି । ଏହା ବ୍ଯତୀତ ସେ ଝାଡଖଣ୍ଡର ଗଭର୍ଣ୍ଣର ମଧ୍ୟ ହୋଇଥିଲେ । ଏନଡ଼ିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଛି ଯାହାକୁ ସ୍ଵାଗତ କରିଛନ୍ତି କଂଗ୍ରେସ ବିଧାୟକ ସୁର ଭାଇ ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେକି ବୋଲି ସୁର ଭାଇଙ୍କୁ ପଚାରିବାରୁ ସେ କହିଥିଲେ କି, ସ୍ନିଆ ଗାନ୍ଧୀ ଯାହା କହିବେ ସେ ତାଙ୍କୁ ଭୋଟ ଦେବେ । କାରଣ ସେ ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ । ତେଣୁ ଦଳର ମୁଖ୍ୟ ଯାହାଙ୍କୁ ଭୀତ ଦେବାକୁ କହିବେ ସେମାନେ ତାଙ୍କୁ ଭୋଟ ଦେବାକୁ ବାଧ୍ୟ ହେବେ । ସେ ଦଳର କ୍ୟାଡର ତେଣୁ ଦଳ ନୀତି ମାନିବାକୁ ବାଧ୍ୟ ।

ତେଣୁ ସୋନିଆ ଗାନ୍ଧୀ କାହାକୁ ବାଛିବେ ବୋଲି ସେ କହି ପାରୁନାହାନ୍ତି । ସେ ରଣନୀତି ବୁଝିଲେ ଯାଇ ଏହାର ଉତ୍ତର ଦେଇପାରିବେ ବୋଲି କହିଛନ୍ତି । ଏନେଇ ସୁର ଭାଇ କହିଛନ୍ତି କି ତାଙ୍କ ପାଇଁ ଆଗ ମାଟି ଓ ତା’ପରେ ପାର୍ଟି ହୋଇଥିଲେ ମଧ୍ୟ ଯେହେତୁ ସେ ଜଣେ କଂଗ୍ରେସ କ୍ୟାଡର ତେଣୁ ଏହି କ୍ଷେତ୍ରରେ ତାଙ୍କ ପାଇଁ ଆଗ ପାର୍ଟି ଆଉ ତା’ପରେ ମାଟି ହେବ ।

ଜଣେ ଓଡିଆ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ହେବା ତାଙ୍କ ପାଇଁ ଖୁସିର ବିଷୟ । କିନ୍ତୁ ରାଜ୍ୟ କଂଗ୍ରେସ ଏନେଇ ସାମାନ୍ଯ ଅଡୁଆରେ ପଡିଯାଇଛି । ତଥାପି ସେ ହାଇ କମାଣ୍ଡଙ୍କ କଥା ଟାଳିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତ୍ତି ସୁର ରାଉତରାୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *