ଶୁଭେଛା ଜଣାଉଛନ୍ତି, ହେଲେ ସମର୍ଥନ ଘୋଷଣା କରୁ ନାହାଁନ୍ତି…କଣ ରହିଛି କାରଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେପି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ନେତା ବହୁତ ସକ୍ରିୟ ହୋଇପଡିଛନ୍ତି । ବିଜେପି ରାଷ୍ଟ୍ରୀୟ ଜେପି ନୋଡା ଙ୍କ ଘୋଷଣାର ମାତ୍ର କିଛି ମିନିଟ ପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଏହି କଥା ଜାଣିଥିଲେ ବୋଲି ସୋ-ସି-ଆ-ଲ ମି-ଡି-ଆ ରେ ଉଲ୍ଲେଖ କରିଛନ୍ତି । ସେ କରିଥିବା ପୋଷ୍ଟ ଅନୁସାରେ ଆଗରୁ କୁଆଡେ ନରେନ୍ଦ୍ର ମୋଦୀ ଏହି ବିଷୟରେ ତାଙ୍କ ସହିତ ଆଲୋଚନା କରିଥିଲେ ଓଡିଶା ଏବଂ ମହିଳା ଶଶକ୍ତି କରଣ କ୍ଷେତ୍ରରେ ଏହା ଏକ ଗର୍ବ ର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ଏହାସହିତ ମୁଖ୍ୟମନ୍ତ୍ରୀ ଙ୍କ ପରେ ପରେ ତାଙ୍କ ଦଳର ଆଉ କିଛି ନେତା ଏବଂ ମନ୍ତ୍ରୀ ମଧ୍ୟ ନିଜ ନିଜ ଢଙ୍ଗରେ ଦ୍ରୌପତି ମୁର୍ମୁ ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ବିଜୁ ଜନତା ଦଳ କିନ୍ତୁ ତାଙ୍କୁ ସମର୍ଥନ ଘୋଷଣା କରିନାହିଁ । ତେବେ ଆବାଧତ ବିଜେଡ଼ି ତାଙ୍କୁ ନିଶ୍ଚିତ ସମର୍ଥନ କରିବା ବୋଲି ଚର୍ଚ୍ଚା ହେଉଅଛି । ଦ୍ରୌପଦୀ ମୁର୍ମୁ ଓଡିଶା ର ମହିଳା ହୋଇଥିବା କାରଣରୁ ତାଙ୍କୁ ସମର୍ଥନ ନ କରିବା ଛଡା ବିଜେଡି ପାଖରେ ଅନ୍ୟ ପନ୍ଥା ନାହିଁ ବୋଲି ଆଲୋଚନା ହେଉଅଛି ।

ତେବେ ଏଠାରେ ସବୁଠାରୁ ବଡ କଥା ହେଉଅଛି ଯଦି ଏ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିଥିଲେ ତା’ ହେଲେ ଲୁଚାଇଥିଲେ କାହିଁକି ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେତେବେଳେ ମିଳିତ ବିରୋଧୀ ଦଳ ବୈଠକ ଡାକିଲେ, ସେତେବେଳେ ସେଠାକୁ ବିଜେଡି ର କୌଣସି ନେତା ଗଲେ ନାହିଁ ।

ଏପରିକି ଖବର ଅନୁସାରେ ନିଜେ ନବୀନ ମମତା ଙ୍କ ଫୋନ କଲ ର କୌଣସି ଜବାବ ମଧ୍ୟ ଦେଲେ ନାହିଁ । ତେବେ ଅନେକ କଥାରେ ବିଜେଡି ବିଜେପି କୁ ସମର୍ଥନ କରି ଆସୁଛି । ଏଥର ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ କରିବ ବୋଲି କୁହାଯାଉଅଛି । ଏସବୁ ମଧ୍ୟରେ କିନ୍ତୁ ବିଜେପିର ପ୍ରାର୍ଥୀକୁ ନେଇ ମହିଳା କାର୍ଡ ଖେଳିଛି ବିଜେଡି ।

ମହିଳା ଶଶକ୍ତିକରଣର କଥା କହୁଛି ବିଜୁଜନତା ଦଳ । ତେବେ କହିବାକୁ ଗଲେ ଏଭଳି ଲାଗୁଛି ଯେପରି ବିଜେଡି କଥା ରେ ବିଜେପି ଦ୍ରୌପତି ମୁର୍ମୁ ଙ୍କୁ ପ୍ରାର୍ଥୀ ଘୋଷଣା କରୁଅଛି । ବିଜୁଜନତା ଦଳର ଏହିଭଳି ଆଭିମୁଖ୍ୟ କୁ ନେଇ ବର୍ତମାନ ଚାରିଆଡେ ସମାଲୋଚନା ହେଉଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *