ଦିନେ କଲେଜର ହଷ୍ଟେଲ କ୍ୟାଣ୍ଟିନ ସମ୍ଭାଳୁଥିଲେ NDA ରାଷ୍ଟ୍ରପତି ପ୍ରାର୍ଥିନୀ Draupadi Murmu, ଆଜି ଦେଶ ସମ୍ଭାଳିବେ, ଜାଣନ୍ତୁ ତାଙ୍କ ଜୀବନର ସଂଘର୍ଷ କାହାଣୀ

ସଂଘର୍ଷ ଆଗରେ ସମୟ ବି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ ବୋଲି କୁହାଯାଏ । ଠିକ ଯେମିତି ଆଜି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଆଗରେ ସମୟ ମୁଣ୍ଡ ନୁଆଁଇ ଠିଆ ହୋଇଛି । ସେ ଦିନେ ମୟୂରଭଞ୍ଜ ରାଜାଙ୍କ ଦରବାରରେ ସାମାନ୍ଯ କର୍ମଚାରୀ ଥିବା ବିରାଞ୍ଚି ନାରାୟଣ ଟୁଡୁଙ୍କ ଝିଅ ଯେ ଦିନେ ରାଷ୍ଟ୍ରପତି ସ୍ଵପ୍ନ ଦେଖିବେ ଏକଥା କେହିବି କଳ୍ପନା କରି ନଥିଲେ । ଆଜି ମୟୂରଭଞ୍ଜ ଜିଲ୍ଲାର ଉପରପଡା ପ୍ରାଥମିକ ବିଦ୍ୟାଳୟ ବି ମୁରୁକି ହସି କହୁଛି ମୋ ପାଖରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ଦ୍ରୌପଦୀ ଆଜି ରାଷ୍ଟ୍ରପତି ଆସନରେ ବସିବ ।

ଭୁବନେଶ୍ବର ୟୁନିଟ-୨ ର ଯେଉଁ ବାଳିକା ଉଚ୍ଚ ବିଦ୍ୟାଳୟକୁ ସମସ୍ତେ ଭୁଲି ଯାଇଥିଲେ ସେହି ବିଶ୍ଵ ବିଦ୍ୟାଳୟର ଛାତ୍ରୀ ଆଜି ଦେଶର ସର୍ବୋଛ ପଦବୀ ପାଇଁ ଦାବିଦାର ହୋଇଛି । ଆଜି ସବୁଠୁ ସେହି ଉଚ୍ଚ ବିଦ୍ୟାଳୟର ଚର୍ଚ୍ଚା ହେଉଛି । ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ କ୍ୟାଣ୍ଟିନ ସମ୍ଭାଳୁଥିବା ଛାତ୍ରୀ ଆଜି ରାଷ୍ଟ୍ରପତି ଦୌଡରେ ସାମିଲ ହୋଇଛି । ହଷ୍ଟେଲ କ୍ୟାଣ୍ଟିନ ତାଙ୍କୁ କେଉଁଠି ନା କେଉଁଠି ସାମୁହିକ ଦାୟିତ୍ଵ ବହନ କରିବାର ଶିକ୍ଷା ନିଶ୍ଚୟ ଦେଇଥିବ ।

ଆଜି ସେହି ସବୁ ଶିକ୍ଷା ଦ୍ରୌପଦୀ ମୁର୍ମୁଙ୍କ ଜୀବନର ପ୍ରତ୍ଯେକ ସୋପାନରେ କାମରେ ଲାଗୁଛି ଓ ଆଗକୁ ମଧ୍ୟ ଏହିପରି କାମରେ ଆସିବ । ଦ୍ରୌପଦୀ ମୁର୍ମୁଙ୍କୁ ଦେଖିଲେ ବିଶ୍ବାସ ହେଉଛି କି ପ୍ରତ୍ଯେକ ଅପରିଚିତଙ୍କୁ ସଂଘର୍ଷ ଦିନେ ନା ଦିନେ ନୂଆ ପରିଚୟ ଆଣିଦିଏ । ସଂଘର୍ଷ ମଣିଷକୁ ଚର୍ଚ୍ଚାରେ ରଖେ ଆଉ ସଂଘର୍ଷ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ ସମୟ ।

ଦ୍ରୌପଦୀ ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ଦାରିଦ୍ର୍ଯ ଓ ଅଭାବକୁ ଖୁବ ପାଖରୁ ଦେଖିଛନ୍ତି । ତାଙ୍କ ବାପା ମୟୂରଭଞ୍ଜ ରାଜାଙ୍କ ଦରବାରରେ ଜଣେ ସାଧାରଣ କର୍ମଚାରୀ ଥିଲେ । ଅଭାବ ଯୋଗୁଁ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ମଧ୍ୟ କଲେଜ ତାଙ୍କ ପାଇଁ ସ୍ଵପ୍ନ ଥିଲା । କଲେଜରେ କେମିତି ଆବେଦନ କରିବେ ତାହା ମଧ୍ୟ ତାଙ୍କୁ ଜଣା ନଥିଲା ଓ ଜାଣିବା ବେଳକୁ ଆବେଦନ ସୀମା ଶେଷ ହୋଇ ଯାଇଥିଲା ।

ତେଣୁ ଗୋଟିଏ ବର୍ଷ ଗ୍ୟାପ ହେବାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠ ପଢିଲେ । ସଂଘର୍ଷ ମଧ୍ୟରେ ଶିକ୍ଷା ଗ୍ରହଣ କରି ସେ ଆଜି ସେ ଦେଶର ସର୍ବଶ୍ରେଷ୍ଠ ପଦ ପାଇଁ ଠିଆ ହୋଇଛନ୍ତି ଓ ସମୟ ତାଙ୍କୁ ସଲାମ କରୁଛି । ଆମ ପୋଷ୍ଟ ଅନ୍ୟମାଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *