ଦୀର୍ଘ ଦିନ ପରେ ମିଡିଆ ସାମ୍ନାକୁ ଆସିଲେ Sumit ଓ 17 ହଜାର ଟଙ୍କାକୁ ନେଇ ଦେଲେ ଏମିତି ବୟାନ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସୁମିତ ଓ ତପସ୍ବିନୀ ମାନଙ୍କ ର ଘଟଣା ଦୁଇ ମାସ ହୋଇ ଯିବ ଖୁବ ଚର୍ଚ୍ଚା ରେ ରହିଛି । ତେବେ ସ୍ୱାମୀ ଙ୍କ ଘର ଆଗରେ ଧାରଣାରେ ବସିବା କୋର୍ଟରେ କେଶ ଲଢ଼ିବା, ଗେଟ ଭାଙ୍ଗିବା ଆଦି ଅନେକ ପ୍ରକାରର ଖବର ଶୁଣିବାକୁ ମିଳୁଥିଲା । ତେବେ ଢ଼େଇରେ ବାଜି ମାରିଛନ୍ତି ତପସ୍ୱିନୀ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାସକ ଖର୍ଚ୍ଚ ୧୭ ହଜାର ଟଙ୍କା ଦେଉନାହାନ୍ତି ସ୍ୱାମୀ । ନୋ ୱର୍କ ନୋ ପେରେ ଅଛନ୍ତି ସୁମିତ୍‌ । ଏପରିସ୍ଥଳେ ସ୍ତ୍ରୀ ତପସ୍ୱିନୀକୁ ଟଙ୍କା ଦେବା ପାଇଁ  ଅସମର୍ଥ ।

ସୁମିତ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ।  ଏବେ ବି ତାଙ୍କର ଶାରୀରିକ ଓ ମାନସିକ ଅବସ୍ଥା ଠିକ ନାହିଁ । ଆଜି କୋର୍ଟରେ ଡେଟ୍ ଥିବାରୁ ହାଜର ହୋଇ ଏପରି କହିଛନ୍ତି ଡାକ୍ତର ସୁମିତ । ତେବେ ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ । ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡାକ୍ତର ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ତେବେ କାଉନସିଲିଂକୁ ସୁମିତ ଆସିଥିବା ବେଳେ ସ୍ତ୍ରୀ ତପସ୍ୱିନୀ ଆସିନଥିଲେ ।

ତେବେ ତପସ୍ୱିନୀ କାହିଁକି କୋର୍ଟରେ ହାଜର ହୋଇ ନାହାନ୍ତି ତାହା ଜଣାପଡି ନାହିଁ । ତପସ୍ୱିନୀ ସୁମିତଙ୍କୁ ଆଦୌ ସହଯୋଗ କରୁ ନଥିବାରୁ ଓ ସେ ତାଙ୍କ ପରିବାର ଭୟଭୀତ ହୋଇ ରହିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ ସେପଟେ ସୁମିତଙ୍କ ଓକିଲ କହିବା ଅନୁସାରେ ତପସ୍ୱିନୀ କୋର୍ଟକୁ ସହଯୋଗ କରିନାହାନ୍ତି । ଅନ୍ୟପଟେ ଆଜି ୧୦ ତାରିଖ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ୍ ୧୭ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେବା କଥା । କିନ୍ତୁ ବର୍ତ୍ତମାନ ସେ ଆର୍ଥିକ ସମସ୍ୟାରେ ଅଛନ୍ତି ।

ତେଣୁ ସେ ବର୍ତ୍ତମାନ ସୁଦ୍ଧା ଏହି ଟଙ୍କା ଦେଇ ପାରି ନଥିବା ସୁମିତଙ୍କ ଓକିଲ କହିଛନ୍ତି । ତେବେ ତାଙ୍କୁ ତାଙ୍କର ଦାମ୍ପତ୍ୟ ଜୀଵନ ବିଷୟରେ ପ୍ରଶ୍ନ କରିବାରୁ ସେ ଉତ୍ତର ରେ କହିଥିଲେ କି ମୁଁ ତାଙ୍କ ସହ ରହିବାକୁ ଚାହୁଁ ନାହିଁ ବୋଲି ତ ଡିଭୋର୍ସ ଫାଇଲ କରିଛି । ମୋତେ ତାଙ୍କ ସହ କୌଣସି ସମ୍ପର୍କ ରଖିବାର ନାହିଁ ବୋଲି ମଧ୍ୟ ସେ କହିଥିଲେ ।

ତେବେ ସେପଟେ ତପସ୍ବିନୀ ସୁମିତ ଙ୍କ ନାଁ ରେ ଏଵଂ ତାଙ୍କ ପରିବାର ଉପରେ କେଶ କରିଛନ୍ତି ତେବେ ସୁମିତ କହିଛନ୍ତି କି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ଅବସ୍ଥା ଖରାପ ରହୁଥିବାରୁ ସେ ଛୁଟି ରେ ରହୁଛନ୍ତି ଏବଂ ନୋ ୱାର୍କ ଏବଂ ନୋ ପେ ରେ ସେ ବହୁତ କଷ୍ଟରେ ରହୁଛନ୍ତି । ତେବେ ତଥାପି ସେ ତପସ୍ୱୀନି ଙ୍କୁ ବହୁତ ଶୀଘ୍ର ପଇସା ଦେବା ପାଇଁ ଚେଷ୍ଟା କରିବେ । ତେବେ ଦେଖିବାର ଅଛି କି ବର୍ତ୍ତମାନ ଏହା କେଉଁ ଆଡକୁ ମୋଡ଼ ନେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *