ମା’ର ଶବକୁ ବ୍ଯାଗରେ ରଖି, ୧୦ ମାସର ଶିଶୁକୁ ଗୋଶାଳାରେ ଛାଡି ଦୌଡ଼ି ପଳାଇଲା ବାପା, ପୁରା ଘଟଣା ଆପଣଙ୍କ ହୋସ ଉଡେଇଦେବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହାକୁ ଶୁଣିବା ପରେ ହୁଏତ ଆପଣ ମାନେ ଭାବିବାକୁ ବାଧ୍ୟ ହେବେ କି ସତରେ କଣ ଆଜିର ଏହି ମିଛ ଦୁନିଆ ରେ ମାନବିକତା ବୋଲି କିଛି ନାହିଁ । ଯେତେବେଳେ ଆପଣ ଜାଣିବେ କି ଗୋଟିଏ ବାପ ତା ନିଜ ପିଲା ଯିଏ କି ମାତ୍ର ୧୦ ମାସ ର ଏବଂ ନାମ ହେଉଛି ଶିବାଂଶ ଯାହାର ଅର୍ଥ ଶିବ ଙ୍କ ଅଂଶ । ତେବେ ସେମିତି ରେ ବି ଆମେ ଶିଶୁ ଙ୍କୁ ଭଗବାନ ଙ୍କ ରୂପ ବୋଲି ମଧ୍ୟ ଭାବିଥାଉ ।

ତେବେ ସେହି ଭଗବାନ ଙ୍କ ସହିତ କିଏ ଏଭଳି କରି ପାରିବ ତେବେ ସେ ପୁଣି ନିଜେ ଜନ୍ମଦାତା ନିଜର ଦଶ ମାସ ର ଛୁଆ କୁ ଗୁହାଳ ଭିତରେ ଛାଡି ପଳେଇବ । ତେବେ ଆପଣ ଙ୍କୁ ଏହା ଖୁବ ଆଶ୍ଚର୍ଯ୍ୟ କରାଉ ଥିବ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣାଟି ହେଉଛି ଗୁଜୁରାଟ ଗାନ୍ଧୀ ନଗର ପିଠାପୁର ସ୍ୱାମୀ ନାରାୟଣ ଗୋଶାଳା ଗେଟ ପାଖରୁ ଯେତେବେଳେ ଶିଶୁ ର କାନ୍ଦ ଶୁଭିଲା ତେବେ ଗୋଶାଳା ର କର୍ମଚାରୀ ମାନେ ଏହି ସ୍ୱର କୁ ଶୁଣି ବାହାରକୁ ଧାଇଁ ଆସିଲେ ଏବଂ ଦେଖିଲେ ୧୦ ମାସ ର ଏକ ଶିଶୁ ଟି କୁ ।

ତେବେ ତା ବାପା ମାଆ କିଏ ଖୋଜିବା ପରେ କିଛି ଜଣା ନ ପଡିବାରୁ ସେମାନେ ପୋଲିସ କୁ ଖବର କଲେ ଏବଂ ପୋଲିସ ଆସି ଏହି ବିଷୟ ଉପରେ ତଦନ୍ତ ମଧ୍ୟ ଆରମ୍ଭ କରି ଦେଲା ତେବେ ଏହି ଶିଶୁ ର ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଲା ଏବଂ ଏହି ଶିଶୁ କୁ ଆପଣାଇବା ପାଇଁ ସମସ୍ତେ ଇଚ୍ଛୁକ ମଧ୍ୟ । ତେବେ ପୋଲିସ ନିଜ ତଦନ୍ତ ରେ ଏବଂ ଶିଶୁ ର ବାପା କୁ ଖୋଜୁ ଖୋଜୁ ଗୋଟିଏ ବ୍ୟାଗ ପାଖରେ ପାଇଥିଲା ।

ଏହା ସହ ସହରର ସିସିଟିଭି ଖେଳାଉ ଖେଳାଉ ସବୁ କଥା ଜଣା ପଡି ଯାଇଥିଲା ଏବଂ ପୋଲିସ ମଧ୍ୟ ଶିଶୁ ର ବାପା ର ଠିକଣା ପାଇ ଯାଇଥିଲା । ତେବେ ଅହମଦାବାଦ ର ସଚିନ ଦୀକ୍ଷିତ ପର୍ଯ୍ୟନ୍ତ ପହଁଚି ଯାଇଥିଲା ପୋଲିସ ଏବଂ ପୋଲିସ ଆଗରେ ସବୁ ସତ କଥା ମାନି ଯାଇଥିଲା ସଚିନ । ତେବେ ଏହା ପରେ ଜଣା ପଡିଥିଲା କି ଶିବାଂଶ ତାହାରି ପୁଅ । ତେବେ ରାଜସ୍ଥାନ କୋଟା ରେ ଲୁଚି ରହିଥିବା ସଚିନ ର ପ୍ରଥମ ସ୍ତ୍ରୀ ଏବଂ ଚାରି ବର୍ଷ ର ପୁଅ ଛଡା ଗୁଜୁରାଟ ରେ ବି ସେ ନିଜର ଏକ ପରିବାର ଗଢ଼ିଛି ଶୁଣି ସମସ୍ତେ ଏବଂ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ପଚରାଉଚରା ପରେ ଜଣା ପଡିଥିଲା କି ସଚିନ ନିଜର ପ୍ରେମିକା କୁ ମାଆରି ବ୍ୟାଗ ଭିତରେ ଭର୍ତ୍ତି କରି ଏବଂ ନିଜର ଦଶ ମାସ ର ଛୁଆ କୁ ଗୁହାଳ ପାଖରେ ଛାଡି ଦେଇଥିଲା । ତେବେ ତିନି ବର୍ଷ ପୂର୍ବରୁ ପ୍ରେମିକା ମେହେନ୍ଦୀ ଙ୍କ ସହ ଗିଡିରାଟ ରେ ରହୁଥିଲା ସଚିନ ତେବେ ଘର ଲୋକ ଏହା ଜାଣିଥିଲେ କି ସଚିନ ଗିରିଡାଟ ରେ ରହି ଚାକିରୀ କରେ ଏବଂ ଘରକୁ ପଇସା ପଠାଏ ।

କିନ୍ତୁ କେହି ବି ଜାଣି ନଥିଲେ କି ସଚିନ ସେଠାରେ ନିଜର ଆଉ ଏକ ପରିବାର ବସେଇଛି ବୋଲି ତେବେ ଦୁହେଁ ଲିଭଇନ ରେ ରହୁଥିଲେ କିନ୍ତୁ କିଛି ମାସ ପୂର୍ବେ ସେ ନିଜର ପୁଅ କୁ ଜନ୍ମ ଦେଇଥିଲେ ତେବେ ମେହେନ୍ଦୀ ନିଜ ପୁଅ ର ପରିଚୟ ମାଗିଥିଲେ ଏବଂ ବିବାହ କରିବାକୁ କହିଥିଲେ ତା ସହ ନିଜର ପ୍ରଥମ ସ୍ତ୍ରୀ କୁ ସବୁ ସତ କଥା କହିବାକୁ କହିଥିଲେ କିନ୍ତୁ ସଚିନ ଏସବୁ କରିବା ପାଇଁ ଡରୁ ଥିଲେ ।

ଦିନେ ବହୁତ ଝଗଡା ହେବା ପରେ ସେ ସବୁଦିନ ପାଇଁ ମେହେନ୍ଦୀ ଙ୍କୁ ମୃତ୍ୟୁ ର ଶର୍ଯ୍ୟା ରେ ଶୁଆଇ ଦେଇଥିଲେ ଏବଂ ପୁଅ ଶିବାଂଶ କୁ ଗୋଶାଳା ଆଗରେ ଛାଡି ଦେଇଥିଲେ । ତେବେ ବର୍ତ୍ତମାନ ଶିବାଂଶ କୁ ପୋଷ୍ୟପୁତ୍ର କରିବା ପାଇଁ ଅନେକ ଲୋକ ଅନୁରୋଧ ମଧ୍ୟ କରୁଛନ୍ତି । ତେବେ ଆପଣ ଙ୍କୁ ଏହି ଖବର କେମିତି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *