Heavy Rain Alert: ମୌସୁମୀ ସହିତ ଲଘୁଚାପ, ୫ ଦିନ ଧରି ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ଜାରି ହେଲା Yellow Warning, ଆପଣଙ୍କ ଜିଲ୍ଲା ଥାଇପାରେ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରତୀକ୍ଷା ର ଅନ୍ତ ଘଟିଛି ଏବଂ ଆଜି ଦକ୍ଷିଣ ଓଡିଶା ଦେଇ ରାଜ୍ୟ ର ୬ ଟି ଜିଲ୍ଲା କୁ ମୌସୁମୀ ଛୁଇଁଛି । ଆଗାମୀ ସପ୍ତାହ ରେ ସାରା ଓଡିଶାରେ ସକ୍ରିୟ ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରହିଅଛି । ତେବେ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଆଗାମୀ ୫ ଦିନ ପାଇଁ ବିଭିନ୍ନ ଜିଲ୍ଲା କୁ ଘଡଘଡି ସହିତ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଦେଇଛି । ମାତ୍ର ବିଳମ୍ବ ରେ ଆସିଥିବା ମୌସୁମୀ ବର୍ତ୍ତମାନ ଚିନ୍ତା ମଧ୍ୟ ବଢାଇଛି ।

ଜୁନ ରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଅଛି ଯାହାକି ଚିନ୍ତା ର ବିଷୟ ହୋଇଛି । ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ ମୌସୁମୀ ଏ ଥର ଦୁର୍ବଳ ଅଛି । ବର୍ତ୍ତମାନ ବର୍ଷା ବଢିବ କିନ୍ତୁ ତାହାର ପରିମାଣ କମ ରହିବ । ଜୁନ ୨୧ ତାରିଖ ପରେ ୱେ ଅଫ ବେଙ୍ଗଲ ରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ ଯାହା ଫଳରେ ଆସାମ ରେ ଯେଉଁ ବର୍ଷା ହେଉଛି ୨୦ ତାରିଖ ପର୍ଯ୍ୟନ୍ତ ତାହା ଋଡ୍ୟୁସ ହେବ ।

ସେହି ଘୁର୍ନିବଳୟ ଆସାମ କୁ ନ ଯାଇ ଓଡିଶା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିବ । ୩୦ ତାରିଖ ପରେ ବର୍ଷା ର ପ୍ରଭାବ ବଢିପାରେ । ଓଡିଶା, ଛତିଶଗଡ, ବିହାର, ୱେଷ୍ଟବେଙ୍ଗଲ, ଝାଡ଼ଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ମଧ୍ୟ ବର୍ଷା ଲାଗି ରହିବ । ଜୁନ ମାସ ୨୦ ତାରିଖ ବେଳକୁ କୌଣସି ଲଘୁଚାପ ଥିବାର ଜଣାପଡୁନାହିଁ ।

କିନ୍ତୁ ବଙ୍ଗୋପସାଗରରେ ଯଦି ଘୂର୍ଣ୍ଣୀବଳୟ ସୃଷ୍ଟି ହୁଏ ତେବେ ତାହା ପ୍ରଭାବରେ ରାଜ୍ୟ ରେ ମୌସୁମୀ ସମସ୍ୟା ଆହୁରି ଅଧିକ ବଢୁଛି । ଲଘୁଚାପ କ୍ଷେତ୍ର ଚାନ୍ସ ବହୁତ କମ ଲାଗୁଥିଲେ ମଧ୍ୟ ଘୁର୍ନିବଳୟ ହେବା ଚାନ୍ସ ବହୁତ ଅଧିକ ଲାଗୁଛି । ମାତ୍ର ଲାଗୁଛି ଯେ ଜୁନ ମାସର ଶେଷ ପର୍ଯ୍ୟନ୍ତ ମୋଟାମୋଟି ଭାବରେ ବର୍ଷା ବର୍ଷିବାର ସମ୍ଭାବନା ରହିଅଛି ।

ମାଲକାନଗିରି, ରାୟଗଡା, ନୂଆପଡା, ବୌଦ୍ଧ, ଢେଙ୍କାନାଳ, ନୟାଗଡ, ଯାଜପୁର, ଏବଂ ବାଲେଶ୍ବରରେ ମଧ୍ୟ ନିଅଣ୍ଟିଆ ବର୍ଷା ର ପ୍ରଭାବ ଦେଖିବାକୁ ମିଳିବ । ଚାଷୀକୁଳ ବର୍ତ୍ତମାନ ଆଶ୍ଵସ୍ତି ହେବେ । ଜୁନ ୩୦ ପର୍ଯ୍ୟନ୍ତ ଚାଷୀ ମାନଙ୍କ ପାଇଁ ଏକ ଭଲ ସମୟ ଆସୁଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *