41 ହଜାର ଫୁଟ ଉଚ୍ଚରେ ହଠାତ ବିମାନରୁ ସରିଗଲା ତେଲ, ଆଉ ତା’ପରେ ଯାହା ହେଲା ଆପଣଙ୍କ ହୋସ ଉଡେଇଦେବ, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ କଣ କେବେ ବିମାନରେ ଯାତ୍ରା କରିଛନ୍ତି । ଦେଶର ଅନେକ ଲୋକ ବିମାନରେ ଯାତ୍ରା କରନ୍ତି ହେଲେ ଥରେ ଭାବନ୍ତୁ ଯଦି ବିମାନ ଆକାଶରେ ଉଡୁଥିବା ବେଳେ ବିମାନର ତେଲ ଶେଷ ହୋଇଯିବ ତା ହେଲେ କଣ ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବିମାନ ବିଷୟରେ କହିବାକୁ ଯାଉଛୁ ଯାହାର ତେଲ ୪୧ ହଜାର ଉଚ୍ଚତାରେ ଶେଷ ହୋଇଯାଉଛି । ଏହି ଘଟଣାଟି ହେଉଛି ୧୯ ଜୁଲାଇ ୧୯୮୩ ମସିହାର  । ଏୟାର କାନାଡାର ବିମାନ ନିଜର ଉଡାଣ ଭରିବା ପାଇଁ ପ୍ରସ୍ତୁତ ଥିଲା ଏହି ଜାହାଜର ନାମ ହେଉଛି ବୋଇଙ୍ଗ ୭୮୭ । ସବୁଦିନ ଭଳି ଏହି ପ୍ଳେନ ସେହି ଦିନ ମଧ୍ୟ ସବୁ ଚେକ୍ କରିଥିଲା । ହେଲେ ବନ୍ଧୁଗଣ ବିମାନ ଉଡିବା ମାତ୍ରେ ଯେଉଁ କମ୍ପୁଟର ତେଲ ମାପିବାର କାମ କରେ ତାହା ଖରାପ ହୋଇଯାଇଥିଲା ।

ଯାହାଫଳରେ ବିମାନରେ କେତେ ତେଲ ଅଛି ତାହା ଜାଣିବା ବହୁତ କଷ୍ଟକର ଥିଲା । ବିମାନ ଉଡିବା ପରେ କେବିନରେ ଥିବା କ୍ରୁ ମାନେ ପ୍ଳେନରେ କେତେ ତେଲ ଅଛି ଓ କେତେ ଖର୍ଚ୍ଚ ହୋଇଛି ତାହା ହିସାବ କରିଲେ । ତାଙ୍କ ହିସାବରେ ପ୍ଳେନରେ ତେଲ ଥିଲା ଯାହା ଏହି ଉଡାଣ ପାଇଁ ବହୁତ ଅଧିକ ଥିଲା । କିନ୍ତୁ ପ୍ଳେନର ପାଇଲଟ ସେହି ହିସାବରେ ଖୁସି ନଥିଲେ । ସେମାନଙ୍କ ମତରେ ବିମାନ ଟ୍ୟାଙ୍କରେ ୨୦୪୦୦ ଲିଟର ତେଲ ଥିଲା ହେଲେ ଅସଲରେ ଟ୍ୟାଙ୍କରେ  ୯୧୪୫ ଲିଟର ତେଲ ଥିଲା ।

କ୍ରୁ ମେମ୍ବରଙ୍କର ଏହି ଛୋଟ ଭୁଲ ପ୍ଳେନ କ୍ରାଶ ହେବାର ଏକ ବଡ କାରଣ ହୋଇଥାନ୍ତା । ଭୁଲ ହିସାବ ପରେ ବି ବିମାନ ଉଡାଣ ଭରିଥିଲା ୪୧ ହଜାର ଫୁଟ ଉଚ୍ଚତାରେ ବିମାନ ଯିବା ପରେ ଟ୍ୟାଙ୍କ ଶେଷ ହେବାର ସଂକେତ ଦେଲା । ଏହା ପରେ ଦ୍ଵିତୀୟ ଟ୍ୟାଙ୍କରୁ ବି ସେହି ଭଳି ସଂକେତ ଆସିଲା ଏହାର ସିଧା କଥା ହେଉଛି ବିମାନରୁ ତେଲ ଶେଷ ହୋଇଯାଇଛି । ସେହି ସମୟରେ ପାଇଲଟ ବୁଦ୍ଧି ଖଟାଇ ବିମାନକୁ ମାଝି ରାସ୍ତାରେ ଲ୍ୟାଣ୍ଡ କରାଇବା ପାଇଁ ଭାବିଲେ ।

ହେଲେ ଲ୍ୟାଣ୍ଡ କରିବା ପୂର୍ବରୁ ପ୍ଳେନର ସବୁ ତେଲ ଶେଷ ହୋଇଯାଇଥିଲା । ପାଇଲଟ ଓ କୋ ପାଇଲଟଙ୍କ ପାଇଁ ଥିଲା ଏହା ପ୍ରଥମ ଘଟଣା କାରଣ ଏହା ପୂର୍ବରୁ ସେ କେବେବି ଏମିତି ପରିସ୍ଥିତିର ସାମ୍ନା କରିନଥିଲେ । ଏହା ପରେ ପ୍ଳେନର ଯନ୍ତ୍ରପାତି କାମ କରିବା ବନ୍ଦ ହୋଇଗଲା ଏମିତି ପରିସ୍ଥିତିରେ ପ୍ଳେନକୁ ଆଗକୁ ନେବା ଅସମ୍ଭବ ଥିଲା । ପ୍ଳେନରେ ବସିଥିବା ସମସ୍ତ ଯାତ୍ରୀ ଜାଣି ସାରିଥିଲେ ଯେ, ଏବେ ପ୍ଳେନ କ୍ରାଶ କରିବାକୁ ଯାଉଛି । ହେଲେ ପାଇଲଟ ଜାଣିପାରିଥିଲେ ୧୯ କିଲୋମିଟର ଦୂରରେ ବାୟୁସେନାର ଏକ ବେସ କ୍ୟାମ୍ପ ଅଛି ।

ହେଲେ ବନ୍ଧୁଗଣ ସେହି କ୍ୟାମ୍ପଟି ବନ୍ଦ ହୋଇଯାଇଥିଲା ଓ ସେଠାରେ ସ୍ଥାନୀୟ ଲୋକମାନେ ଚଲାବୁଲା କରୁଥିଲେ । ଯେତେବେଳେ ପ୍ଳେନ ଲ୍ୟାଣ୍ଡ ହେଲା ସେତେବେଳେ ଦର୍ଶକଙ୍କ ୧୦ ଫୁଟ ଦୂରତାରେ ପ୍ଳେନ ରହିଥିଲା । ବନ୍ଧୁଗଣ ଶୋଭାଗ୍ୟ ବଶତଃ କେହି ପ୍ରାଣ ହରାଇ ନଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *