ଋଷ ସହିତ ଭାରତର ବନ୍ଧୁତା ଦେଖି ପ୍ରଥମ ଥର ପାଇଁ ଡରିଗଲା ଆମେରିକା, ଚୀନ କୁ କହିଲା ଏମିତି…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଖବର ରୁଷ ଓ ୟୁକ୍ରେନ ର ଯୁଦ୍ଧ । ତେବେ ରୁଷୟୁକ୍ରେନ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପୁଣି ଥରେ ‘ଷ୍ଟେଟ ଅଫ ୟୁନିଅନ’ରେ ସ୍ପଷ୍ଟ କରିଛନ୍ତି ଯେ, ରୁଷ ସହ ଲଢ଼ିବା ପାଇଁ ଆମେରିକା ନିଜର ସୈନ୍ୟ ୟୁକ୍ରେନକୁ ପଠାଇବ ନାହିଁ ।

କିନ୍ତୁ ୟୁକ୍ରେନକୁ ଅନ୍ୟ ସମସ୍ତ ସହଯୋଗ କରିବ । ଅନ୍ୟପଟେ ଗତକାଲି ରୁଷର ଭୟଙ୍କର ମିସାଇଲ୍‌ ଆକ୍ରମଣରେ ୟୁକ୍ରେନର ସୈନ୍ୟ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏକା ସାଂଗରେ ୭୦ ଜଣ ୟୁକ୍ରେନୀ ସୈନିକ ମୃତ୍ୟୁବରଣ କରିଛନ୍ତି । ୟୁକ୍ରେନ୍‌ ରାଜଧାନୀ କିଭ୍‌ର ତୈଳ ଡ଼ିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ପିଇବା ପାଣି ସପ୍ଲାଏ ବ୍ୟବସ୍ଥା, ଟିଭି ଟାୱାର, ବଡ଼ ବଡ଼ ଅଟ୍ଟାଳିକା ଉପରେ ରୁଷ୍‌ ପ୍ରଚଣ୍ଡ ବୋମା ଓ ମିଶାଇଲ୍‌ ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି ।

ତଥାପି ୟୁକ୍ରେନ୍‌ ନିଜ ଦେଶକୁ ରକ୍ଷା କରିା ପାଇଁ ସଂଗ୍ରାମ ଜାରି ରଖିଛି । ତେବେ ୟୁକ୍ରେନକୁ ସଙ୍କଟରୁ ଉଦ୍ଧାର କରିବାକୁ ଏକ ଆପାତକାଳୀନ ସ୍ୱତନ୍ତ୍ର ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) । ମୋଟ ୧୯୩ଟି ରାଷ୍ଟ୍ର ସମୂହ ଅଂଶ ଗ୍ରହଣ କରିବେ । ଆଜି ଏହି ବୈଠକରେ ୟୁକ୍ରେନ ବାବଦରେ ଆଲୋଚନା ହେବ । ହେଲେ ଏହାପୂର୍ବରୁ ଏହି ମହାସଭା ଆୟୋଜନକୁ ନେଇ ଏକ ଭୋଟିଂ ହୋଇଥିଲା ।

ଏହା ସପକ୍ଷରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ସମର୍ଥନ କରିଥିଲେ ବି ଭାରତ, ଚୀନ ଓ ଓ ୟୁଏଇ ଏହି ଭୋଟିଂରୁ ଦୂରେଇ ରହିଥିଲେ । ଅନ୍ୟପଟେ ଋଷ ଏହାକୁ କଡା ବିରୋଧ କରିଥିଲା ।
ତେବେ ଏହି ଭୋଟିଂ ମହାସଭାରେ ଯୋଗଦେଇଥିବା ଆମେରିକାର ପ୍ରତିନିଧି ଋଷ ଉପରେ ବର୍ଷିଥିଲେ । ଏବଂ କହିଥିଲେ ଯେ ଏ ଋଷ ତା ସୀମାରେ ପରମାଣୁ ଅସ୍ତ୍ର ମୁତୟନ କରିସାରିଲାଣି ତାହା ପୁଣି ଏକ ପୁରମାଣୁ ନିରସ୍ତ୍ର ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ।

ଏପରି କ୍ଷେତ୍ରରେ ୟୁକ୍ରେନର ଯାହାବି କିଛି କ୍ଷତି ହେବ ସେଥିପାଇଁ ଋଷ ନିଜକୁ ଦାୟୀ କରିବାକୁ ବାଧ୍ୟ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ସୂଚନା ମୁତାବକ, ଋଷର ରାସ୍ତାରେ ମଧ୍ୟ ମିସାଇଲ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଏହାସହ ୟୁକ୍ରେନର ମୁଖ୍ୟ ରାସ୍ତା ଗୁଡିକୁ ଉପରେ ଏବେବି ରକେଟ୍ ମାଡ କରିଚାଲିଛି ଋଷ । ତେବେ ଅନ୍ୟପଟେ ଏହି ଭୋଟିଂରେ ଭାରତ ଯୋଗ ଦେଇନଥିଲେ ବି ଅତି ଶାନ୍ତିପୂର୍ଣ୍ଣ ଭାବେ ଏହାକୁ ସମ୍ମୁଖୀନକରିଥିଲା ।

ଏହି ଦୁଇ ଦେଶ କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେବାକୁ ଭାରତ ଅପିଲ କରିଥିଲା । ତେବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ସଦସ୍ୟ ଦେଶରୁ ୧୧ଟି ଦେଶ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା ପ୍ରସ୍ତାବ ଉପରେ ଭୋଟ ଦେଇଛନ୍ତି । ହେଲେ ଏଥିରୁ ଭାରତ, ଚାଇନା ଓ ୟୁଏଇ ଦୂରେଇ ରହିଛନ୍ତି । ହେଲେ ରୁଷିଆର ଭିଟୋ ପାୱାର ଏହି ପ୍ରସ୍ତାବର ରାସ୍ତାକୁ ବନ୍ଦ କରି ଦେଇଛି । ସୂଚନାଯୋଗ୍ୟ ଯେ ରୁଷିଆ ନିକଟରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ରହିଥିବାରୁ ତା ନିଟରେ ଭିଟୋ ପାୱାର ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *