ଡାକ୍ତରଙ୍କ ନିର୍ଯାତନାରେ ଚାଲିଗଲେ ନର୍ସ ! ନର୍ସଙ୍କ ସ୍ଵାମୀ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ ତେବେ ମାନସିକ ନିର୍ଯାତନା ଦେଇ ଡାକ୍ତର ମୋ ପତ୍ନୀଙ୍କୁ ମାରିଦେଲେ । ମୋ’ ପତ୍ନୀଙ୍କ ମୃତ୍ୟୁ ପାଇଁ ପାରାଦୀପ ପୋର୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ହିଁ ଦାୟୀ । ’ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ଷ୍ଟାଫ୍ ନର୍ସ ନିବେଦିତା ଜେନାଙ୍କ ମୃତ୍ୟୁ ପରେ ତୀବ୍ର ଉତ୍ତେଜନା ଦେଖାଯାଇଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ ।
ତେବେ ଗତକାଲି ଅପରାହ୍ନରେ ଡ୍ୟୁଟି ବେଳେ ନିବେଦିତା ଅସୁସ୍ଥ ହୋଇ ପଡିଥିଲେ ।


ପୋର୍ଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରୁ ଏମ୍ସ ଏବଂ ଏମ୍ସରୁ ଅନ୍ୟ ଏକ ଘରୋଇ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଖବର ପ୍ରଚାରିତ ହେବା ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ହସ୍ପିଟାଲ ପରିସରରେ ମୃତଦେହ ରଖି ପରିବାର ବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ ଚଳାଇଛନ୍ତି ।   ଏନେଇ ନିବେଦିତାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରୁଛି । ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମାଧାନର ସୂତ୍ର ବାହାରି ନ ଥିବା ଜଣା ପଡ଼ିଛି । ତେବେ ନର୍ସଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ଦାୟୀ କରୁଛନ୍ତି ପରିବାର ଲୋକେ ।


ଡାକ୍ତର ତାଙ୍କୁ ଦୀର୍ଘ ଦିନରୁ ମାନସିକ ନିର୍ଯାତନା ଦେବାରୁ ବ୍ଲଡ୍ ପ୍ରେସର ହୋଇ ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଏପରିକି ଡାକ୍ତରଙ୍କୁ ସସ୍‌ପେଣ୍ଡ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଗତକାଲି ନର୍ସଜଣକ ଅସୁସ୍ଥ ହେବା ପରେ ଚିକିତ୍ସା ବେଳେ ଜାଣିଶୁଣି ତାଙ୍କୁ ମାରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି   । ନ୍ୟାୟ ଦାବିରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


ତେବେ ସୂଚନାଯୋଗ୍ୟ ଯେ ନିବେଦିତା ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ କଣ୍ଟ୍ରାକଚୁଆଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ । ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ସବୁବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ପରିବାର ସଦସ୍ୟଙ୍କୁ ଜଣାଉ ଥିଲେ ।  ହଠାତ୍‌  ଏପରି ଅଘଟଣ ଘଟି ଯାଇଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *