ଶେଷରେ ଦାଦା ମାନିଗଲେ ସତ, କହିଲେ ‘ରସଗୋଲା କୋଲକାତାର ନୁହେଁ ଓଡିଶାର, କଟକରେ ମୁଁ ଯେତେବେଳେ ଖେଳିବାକୁ ଯାଉଥିଲି…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ରସଗୋଲା ଯୁଦ୍ଧ ସରିଥିଲା । କିଏ ଜିତିଥିଲା ତାହା କହିବାର ଆବଶ୍ୟକତା ନାହିଁ । କାରଣ ଏବେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍‌ସ ଟ୍ୟାଗ୍‌ ମାନ୍ୟତା । ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଜିଆଇ ମାନ୍ୟତା ପାଇଁ ୨୦୧୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।


ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳି ସାରିଛି । ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି । ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଥିଲା । ଶେଷରେ ଓଡ଼ିଶାକୁ ମିଳିଥିଲା ତା’ର ହକ୍‌ । ତେବେ ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।

ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆନ୍ତି । ଏହି ରସଗୋଲା ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡ଼କୁ କେଳୁ ଚରଣ ବେହେରା ପାହାଳ ଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଏବଂ ଶହଶହ ବର୍ଷ ଧରି ଓଡ଼ିଆଙ୍କ ପ୍ରିୟ ମିଠା ‘ରସଗୋଲା’କୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା । କିନ୍ତୁ ବର୍ତ୍ତମାନ ରସଗୋଲା ଓଡ଼ିଶାର ବୋଲି ମାନ୍ୟତା ମିଳି ସାରିଛି ।


ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବରିଷ୍ଠ କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ଏ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ରସଗୋଲା ହେଉଛି ଓଡ଼ିଶାର । କୁହାଯାଏ ଯେ, କୋଲକତା ରେ ପ୍ରସିଦ୍ଧ ହେଉଛି ରସଗୋଲା । କିନ୍ତୁ ବାସ୍ତବରେ ରସଗୋଲା ହେଉଛି ଓଡ଼ିଶାର ।

ଏହାର ସୂଚନା ଓଡ଼ିଶାର ଜଗନ୍ନାଥ ମନ୍ଦିର ରୁ ମିଳୁଛି । ତେବେ ଏହା ନିହାତି ଭାବରେ ଓଡିଶା ବାସୀ ଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ ଅଟେ । କାରଣ ସୌରଭ ଗାଙ୍ଗୁଲି ସ୍ଵୟଂ କୋଲକତା ରୁ ବିଲଙ୍ଗ କରନ୍ତି । କିନ୍ତୁ ସେ ସ୍ଵୟଂ ରସଗୋଲା କୁ ଓଡ଼ିଶାର ବୋଲି କହିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *