ଅଜଗର ପେଟରେ କଟକ ବାଙ୍କୀ ଅଞ୍ଚଳ ର ବୃଦ୍ଧ ବ୍ୟବସାୟୀ, ଭାଇରାଲ ହେଲା Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କଟକ ଜିଲ୍ଲା ବାଙ୍କୀ ରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଖବର । ଗୟଳବାଙ୍କ ରେ ଜଣେ ବ୍ୟକ୍ତି ଙ୍କୁ ଅଜଗର ଗିଳି ଦେଇଥିବା ସୂଚନା ମିଳିଛି । ୭୭ ବର୍ଷୀୟ ଜଣେ ବୃଦ୍ଧ ଙ୍କୁ ଏକ ବିରାଟକାୟ ସାପ ଗିଳି ଦେଇଥିବାର କୁହାଯାଉଛି । ସାନ ମୁଣ୍ଡଳୀ ଗାଁ ର ଜଣେ ବୃଦ୍ଧ ଜଣକ ବ୍ୟବସାୟୀ ବୋଲି ଜଣା ପଡ଼ିଛି । ଗତକାଲି ଠାରୁ ସେ ନିଖୋଜ ଥିଲେ ।

ଚନ୍ଦକା ଟମପଡା ଅଞ୍ଚଳ ର ଆଦିବାସୀ ଗାଁ କୁ ଲୁଗା ବ୍ୟବସାୟ କରିବାକୁ ଜଙ୍ଗଲ ପାଖ ଦେଇ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିବା କୁହାଯାଉଛି । ଏହି ସମ୍ପର୍କରେ ପରିବାର ଲୋକେ ପୋଲିସ ରେ ଜଣାଇବାରୁ ତନାଘନା ଜାରି ରଖିଥିଲା ପୋଲିସ । ସନ୍ଧାନୀ କୁକୁର ସହାୟତା ରେ ପୋଲିସ ଲୁଗା ବ୍ୟବସାୟି ଙ୍କୁ ଖୋଜାଖୋଜି ଜାରି ରଖିଥିବା ବେଳେ ଘଟିଥିଲା ଏକ ଅଦ୍ଭୁତ ଘଟଣା ।

କୁକୁର ଟି ଶୁଙ୍ଘି ଶୁଙ୍ଘି ଏକ ବିରାଟକାୟ ଅଜଗର ସାପ ନିକଟରେ ପହଞ୍ଚି ଥିଲା । ଆପଣ ମାନେ ଭିଜୁଆଲ ମାଧ୍ୟମରେ ଦେଖି ପାରୁଥିବେ ଯେ ସାପର ପେଟ ଟି ଏଭଳି କିଛି ଅବସ୍ଥାରେ ରହିଛି ଯେଉଁଥିରେ ସନ୍ଧିଭୁତ ହେଉଛି ଯେ ସାପ ଟି ସେହି ବୃଦ୍ଧ ବ୍ୟକ୍ତି ଜଣକୁ ଗିଳି ଦେଇଛି ।

ଏହି ସାପ ର ପେଟରେ ନିଶ୍ଚିତ ଭାବରେ ଜଣେ ମଣିଷ ଥିବା ବୋଲି ଦେଖା ଯାଉଛି । ଯେଉଁଥିରୁ ଏହି ସନ୍ଦେହ ଦୃଢ଼ ହେଉଛି ଯେ ଏହି ଲୁଗା ବ୍ୟବସାୟୀ ଙ୍କୁ ସାପଟି ଗିଳି ଦେଇଛି । ସନ୍ଦେହ ହେବାର ଆହୁରି ଦୃଢ଼ କାରଣ ହେଉଛି ସାପ ଟି ର ମାତ୍ର କିଛି ଦୂରରେ ହିଁ ବୃଦ୍ଧ ବ୍ୟକ୍ତି ଙ୍କ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଡ଼ି ରହିଛି ।

ଯେଉଁଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଏହି ବିଶାଳକାୟ ଅଜଗର ଟି ବୃଦ୍ଧ ଲୁଗା ବ୍ୟବସାୟୀ ଙ୍କୁ ଗିଳି ଦେଇଛି ଆଉ ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *