ଏମିତି ଗୋଟିଏ ସାଙ୍ଗ, ଯିଏ ସାଙ୍ଗର ଜୀବନ ବଞ୍ଚେଇ ହାରିଲା ନିଜ ଜୀବନ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦେଖନ୍ତୁ video

ନମସ୍କାର ବନ୍ଧୁଗଣ ତେବେ ମାଲକାନଗିରି ସହରରେ ଏବେ ଜଣେ ୧୧ ବର୍ଷ ବାଳକର ବୀରତ୍ବର କାହାଣୀକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ସାହସୀ ବାଳକ ନିଜର ଜୀବନକୁ ବାଜି ଲଗାଇ ଅନ୍ୟ ସାଂଗର ଜୀବନକୁ ବଞ୍ଚାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମାସ୍ଥିତ ମଲିକେଶ୍ବର ମନ୍ଦିର ନିକଟରେ । ସ୍ଥାନୀୟ ଦିପ୍ତୀ କନଭେଣ୍ଟ ସ୍କୁଲରେ ପାଠ ପଢୁଥିବା କିଛି ଛାତ୍ର ଟ୍ୟୁସନ ପାଇଁ ସ୍ଥାନୀୟ ମଲିକେଶ୍ବର ନିକଟରେ ରହିଥିବା ଜଣେ ସାରଙ୍କ ଘରକୁ ପ୍ରତିଦିନ ଯାଇଥାନ୍ତି ।


ତେବେ ଗତ ଦୁଇ ଦିନ ତଳେ ଟ୍ୟୁସନ ପାଇଁ ସବୁଦିନ ଯେଉଁ ସମୟରେ ଯାନ୍ତି ତାର କିଛି ଘଣ୍ଟା ପୂର୍ବରୁ ଟ୍ୟୁସନ ଆରମ୍ଭ ହେଉଥିବାରୁ ସମସ୍ତେ ପୂର୍ବରୁ ଟ୍ୟୁସନରେ ଯାଇଥିଲେ । ଟ୍ୟୁସନ ସାରି ଘରକୁ ନଫେରି ସେଠାରେ ଥିବା ଏକ ପଡିଆରେ ଖେଳିଥିଲେ । ତେବେ ସେହି ପଡିଆ ନିକଟରେ ଏକ ପଖୋରୀ ମଧ୍ୟ ରହିଛି । ଖେଳୁ ଖେଳୁ ୟୁବରାଜ ସୁରାନା ନାମକ ଛାତ୍ର ପଖୋରୀରେ ଖସି ପଡିଯାଇଥିଲା ।

ବର୍ଷା ଯୋଗୁଁ ପଖୋରୀରେ ଗଭୀର ପାଣି ରହିଛି । ଯୁବରାଜ ସୁରାନା ନାମକ ଛାତ୍ର ପାଣିରେ ବୁଡିଯାଉଥିଲା । ଏହା ଦେଖି କୌଣସି ପିଲା ପାଣିରେ ଯିବାକୁ ଅମଙ୍ଗ ହୋଇଥିଲେ । କିନ୍ତୁ ଶ୍ରବଣ ସାନା ନାମକ ଛାତ୍ର ତୁରନ୍ତ ପଖୋରୀକୁ ଡେଇଁ ଯୁବରାଜକୁ ବଞ୍ଚାଇଥିଲେ । ତେବେ ସେ ଯେତେବେଳେ ପଖୋରୀରୁ ନିଜେ ବାହାରିକୁ ଚେଷ୍ଟା କଲେ ତାଂକର ଗୋଡ ପଖୋରୀ ଭିତରେ ରହିଥିବା କାଦୁଅରେ ଫସି ରହିଯାଇଥିଲା ।

ସେ ଯେତେ ଚେଷ୍ଟା କଲେ ମଧ୍ୟ କାଦୁଅରୁ ଗୋଡକୁ ବାହାର କରିପାରିନଥିଲେ । ପଖୋରୀ ହୁଡାରେ ଛିଡା ହୋଇଥିବା ପିଲାମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଡାକ ଛାଡିଥିଲେ । ସେମାନେ ଆସିବା ପୂର୍ବରୁ ଶ୍ରବଣ ପାଣିରେ ବୁଡିଯାଇଥିଲା, ଯାହାଫଳରେ ତାଂକର ମୃତ୍ୟୁ ହୋଇଯାଇଥିଲା । ନିଜର ସାଂଗର ଜୀବନ ବଞ୍ଚାଇ ସେ ମୃତ୍ୟୁବରଣ କରିଥିଲା । ଯାହାକୁ ନେଇ ମାଲକାନଗିରିରେ ଛାତ୍ରର ସାହସକୁ ପ୍ରଶଂସା କରିବା ସହ ତାକୁ ସମସ୍ତେ ତାର ବୀରତ୍ବକୁ ସାଲୁଟ ମାରିଥିଲେ ।


ଅନ୍ୟଦିଗରେ ଶ୍ରବଣର ବାପା ରବି ସାନା ଜଣେ କିରାନା ଦୋକାନ କରିଛନ୍ତି । ଏହି ଖବର ଶୁଣିବା ପରେ ସେ ନିଜ ଘରେ ଥିବା ବାଥରୁମରେ ପଡିଯାଇଥିଲେ । ସେ ଗୁରୁତର ହେବାରୁ ତାଂକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ରବି ସାନାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ପୁଅ ଶ୍ରବଣ ଜଣେ ମେଧାବୀ ଛାତ୍ର ଥିଲେ ।

ଏଥିସହ ସାହସୀ ଏବଂ ବୁଦ୍ଧିମାନ ଥିବାରୁ ସେ ସେ ସ୍କୁଲରେ ଜଣେ ସୁପରିଚିତ ଛାତ୍ର ଥିଲେ । ତାଂକର ମୃତ୍ୟୁ ପରେ ବିଦ୍ୟାଳୟ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଥିଲା । ତାଂକର ଏହି ସାହସ ପାଇଁ ଶ୍ରବଣଙ୍କୁ ରାଷ୍ଟପତି ସାହସିକତା ପୁରସ୍କାର ପ୍ରଦାନ କରିବା ପାଇଁ ଦାବି ଜୋର ଧରିଛି । ପୁଅକୁ ହରାଇ ପରିବାର ଏବେ ଭାଙ୍ଗି ପଡିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *