ନିଜ ଦୁଃଖ କାହାଣୀ ବଖାଣିଲେ କିନ୍ନର କହିଲେ ‘ଆମ ମାନଙ୍କ ପାଖରେ କିଛି ଉପାୟ ନାହିଁ ବୋଲି ଆମେ ସେକ୍ସ ୱାର୍କ କରୁଛୁ କି ଭିକ୍ଷା ବୃତ୍ତି କରୁଛୁ, ନହେଲେ ଆମେ…’

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାଜଧାନୀ ଭୁବନେଶ୍ବରରେ କିନ୍ନର ମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ବନ୍ଧୁଗଣ ବହୁତ ସାରା କିନ୍ନର ଏକା ସହ ମିଶି ବିଏମସି ଅଫିସ ସାମ୍ନାରେ ଷ୍ଟ୍ରାଇକ କରିଛନ୍ତି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଆନ୍ଦୋଳନ କରିବା ପଛର କାରଣ ବିଷୟରେ ଜଣେ କିନ୍ନର ଗଣମାଧ୍ୟମକୁ କହିଛନ୍ତି ।

ତେବେ କିନ୍ନର ଜଣକ କହିଛନ୍ତି-‘ଦୀର୍ଘ ଦିନ ଧରି କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ଭୁବନେଶ୍ବରରେ ଉପୁଜି ଆସିଛି । ଯେତେବେଳେ ବି ଚାକିରି ଦେଖେଇବା ଲାଳରେ କିନ୍ନର ମାନଙ୍କ ପାଇଁ ଯେଉଁ ସବୁ ପ୍ରୋଜେକ୍ଟ ଆସୁଛି ତ ସେହି ସବୁ ଚାକିରିରେ ପ୍ରକୃତରେ କିନ୍ନର ମାନଙ୍କୁ ନିଯୁକ୍ତି ଦିଆ ଯାଉନି । ତା ପ୍ରତି ବଦଳରେ ଅନ୍ୟ ମାନଙ୍କୁ ଦିଆ ଯାଉଛି ତ ଅନ୍ୟ ମାନଙ୍କୁ ଯେତେବେଳେ ଚାକିରିକୁ ନେଇ ପଚରା ହେଉଛି ସେମାନେ କହୁଛନ୍ତି କିନ୍ନର ମାନେ ଚାକିରି କରିବା ପାଇଁ ଇଛୁକ ନାହାନ୍ତି ।

ଇଛା କେମିତି ଆସିବ ଆପଣ ଜାଣିଥିବେ ଆମ କିନ୍ନର ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ରହିଛି । ସେମାନେ ଏତେ ଶିକ୍ଷିତ ସମାଜ ନୁହନ୍ତି ଆଉ ବହୁତ ସାରା ପାଠ ଶାଠ ପଢି ନାହାନ୍ତି ତ ଆମ ନାଁରେ ଯେଉଁ ସବୁ ଟଙ୍କା ଲୁଟ କରାଯାଉଛି ସେସବୁ ରୋକିବା ପାଇଁ ଆମେ ଆଜି ଧାରଣା ଦିଆ ଯାଇଛି । ଆମେ ବହୁତ ସାରା ସମସ୍ୟାର ସମ୍ମୁଖୀନ ହୋଇଛି ଆମେ ଉଚ୍ଚ ଶିକ୍ଷିତ ନ ହୋଇଥିଲେ ମଧ୍ୟ ଆଜି ଆମେ ପାଠ ପଢିବାକୁ ଚାହିଁକି ବି ଆମ ପାଖରେ ଅର୍ଥ ନାହିଁ ।

ପାଠ ପଢିବାକୁ ଚାହିଁଲେ ବି ଆମେ ପଢି ପାରୁନୁ କୌଣସି କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏବେ ସେକ୍ସ ୱାର୍କ ହେଲା ବା ଭିକ୍ଷା ବୃତ୍ତି ହେଲା ସେସବୁ ବଢିଛି କାହିଁକି ଆମ ମାନଙ୍କ ପାଖରେ କିଛି ଉପାୟ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *