ମନମାନି କରୁଛି ଛତିଶଗଡ଼…ଯାହା ପାଇଁ ବୁଡିପାରେ ଓଡିଶା…ଦେଖନ୍ତୁ Video

ବନ୍ଧୁଗଣ ଛତିଶଗଡ଼ ପାଇଁ ଓଡ଼ିଶା ରେ ଉପୁଜି ପାରେ ବନ୍ୟା ସ୍ଥିତି । ଡ୍ୟାମ ପରିଚାଳନା ରେ କରୁଛନ୍ତି ମନମାନି । ସହଯୋଗ କରୁ ନାହିଁ ଛତିଶଗଡ଼ ସରକାର । ପାଣି ଛାଡ଼ିବା ପୂର୍ଵ ଦେଉ ନାହିଁ ଆଗୁଆ ସୂଚନା । ହୀରାକୁଦ ରୁ ଅଧିକ ଗେଟ ଖୋଲିବାକୁ ପକାଉଛି ଚାପ । ଦୁଇ ରାଜ୍ୟ ମଧ୍ୟରେ ରହୁନାହିଁ ସମନ୍ୱୟ । ସିଡବ୍ଲ୍ୟୁସି ଆଧାର ରେ ନିଷ୍ପତ୍ତି ନେଉଛି ଓଡ଼ିଶା । ଅଭିଯୋଗ କରିଲେ ହୀରାକୁଦ ଡ୍ୟାମ ର ମୁଖ୍ୟ । ବନ୍ୟା ଜଳ ରେ ହେଉଛି ଛତିଶଗଡ଼ ଉବୁଟୁବୁ ।

ଏଥିପାଇଁ ଓଡ଼ିଶା କୁ ଟାର୍ଗେଟ କରୁଛି ରାଜ୍ୟ । ମନ ଇଚ୍ଛା ପାଣି ଛାଡ଼ୁଛି । ଜଳ ପରିଚାଳନା ରେ କରୁଛି ମନମାନି । ମହାନଦୀ ର ଉପରମୁଣ୍ଡରେ ରହିଥିବା ଛତିଶଗଡ଼ ଡ୍ୟାମ ଗୁଡିକ ରୁ କେତେ ଜଳ ଛଡ଼ା ଯାଉଛି । ସେହି ବିଷୟ ରେ ଓଡ଼ିଶା କୁ ସୂଚନା ଦିଆଯାଉ ନାହିଁ । ଫଳରେ ହୀରାକୁଦ ଦ୍ୱୟ ର ଜଳ ନିୟନ୍ତ୍ରଣ ଏବଂ ଆମ ରାଜ୍ୟର ବନ୍ୟା ନିୟନ୍ତ୍ରଣ କରିବାରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ।

ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ ର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ । ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ତଥ୍ୟ ଦେଉ ନାହାନ୍ତି ଛତିଶଗଡ଼ ସରକାର । ତେବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟ ରେ ଶେଷ ସମନ୍ଵୟ ବୈଠକ ୨୦୧୯ ରେ ହୋଇଥିଲା । ୨୦୨୦ ମସିହାରେ ଭିଫିଓ କନ୍ଫରେନ୍ସିଂ କରିବା ପରେ ଯାନ୍ତ୍ରିକ ତୃଟି ଦର୍ଶାଇ ଛତିଶଗଡ଼ ଡ୍ୟାମ କର୍ତ୍ତୃପକ୍ଷ ଅଧା ରୁ ଉଠିଗଲେ ।

୨୦୨୧ ରେ ଦିଆଯାଇଥିବା ପ୍ରସ୍ତାବ କୁ ନେଇ ସେମାନେ କୌଣସି ଉତ୍ତର ଦେଲେ ନାହିଁ । ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ର ନଦୀ ଜଳ ନିୟଂ ନେଇ ବସିଥିବା ବୈଠକରେ ଏହି ସମସ୍ୟା ସମ୍ପର୍କିତ ଛତିଶଗଡ଼ ସରକାର ଓ ସିଡବ୍ଲ୍ୟୁସି କୁ ଅବଗତ କରାଯାଇଥିଲା । ଏହାପରେ ଅନେକ ଥର ହୀରାକୁଦ ଡ୍ୟାମ ଅଧିକାରୀ ମାନେ ଛତିଶଗଡ଼ ଡ୍ୟାମ ପରିଚାଳନା କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିଛନ୍ତି । ଚଳିତ ବର୍ଷ ବୈଠକ କରି ସହଯୋଗ ର ହାତ ବଢାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ସେମାନେ ଏହାକୁ ଏଡ଼ାଇ ଯାଇଛନ୍ତି ।

ଜୁଲାଇ ୩ ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛନ୍ତି । ତେବେ ଆସନ୍ତା ୨୩ ରେ ବୈଠକ ହେବା ପାଇଁ ସ୍ଥିର ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ ବୈଠକ ହେବ ନା ନାହିଁ ତାହା ପରେ ଜଣା ପଡ଼ିବ । ମହାନଦୀ ର ଉପର ମୁଣ୍ଡ ରେ ଛତିଶଗଡ଼ ସରକାର ଅନେକ ଛୋଟବଡ଼ ଡ୍ୟାମ କରି ଜଳ ନିୟନ୍ତ୍ରଣ ପ୍ରକଳ୍ପ କରିଛନ୍ତି । ତେବେ ଜଳ ଛଡ଼ାଯିବ ଏବଂ ଗେଟ ବନ୍ଦ ନେଇ ସିଧାସଳଖ ସୂଚନା ଆଦାନପ୍ରଦାନ ହେବା ଜରୁରୀ । ଏବେ ସିଡବ୍ଲ୍ୟୁସି ସୂତ୍ର ରୁ ମିଳୁଥିବା ସୂଚନା କୁ ଆଧାର କରି ହୀରାକୁଦ ଜଳ ନିୟନ୍ତ୍ରଣ କରାଯାଉଛି ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *