କେବଳ 1 ମିନିଟ ପାଇଁ ପୋଲିସ ଅଫିସର ମାନଙ୍କର ଏହି ଭିଡିଓ ଥରେ ଦେଖି ନିଅନ୍ତୁ…ଆପଣ ବି କରିବେ ପ୍ରଶଂସା…ଦେଖନ୍ତୁ ଏହି Video

ବନ୍ଧୁଗଣ ପୋଲିସ ବାଲାଙ୍କୁ ନେଇ ଅନେକ ଲୋକ ଭଲ ଓ ଖରାପ କଥା କହି ଥାନ୍ତି । ଫିଟନେସ ହେଉ ବା କରପସନ ଲୋକମାନେ ପୋଲିସକୁ ବହୁତ ଗାଳି ଦିଅନ୍ତି । ହେଲେ ବନ୍ଧୁଗଣ ଗୋଟେ ପୋଲିସ ବାଲାର ଜୀବନୀ କେମିତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଗୋଟେ ପୋଲିସ ବାଲାର ଜୀବନୀ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।  ବନ୍ଧୁଗଣ ପୋଲିସ କର୍ମଚାରୀ ମାନେ ପ୍ରତ୍ୟକ ଦିନ କମ ସେ କମ ୧୨ ଘଣ୍ଟାର ଡ୍ଯୁଟି କରିଥାନ୍ତି ନା ରବିବାର ନା ଛୁଟି । ଯେବେ ରାଷ୍ଟ୍ରୀୟ ଛୁଟି ଥାଏ ସେଦିନ ସକାଳ ୪ଟାରେ ଉଠି ପୋଲିସ ମାନେ ନିଜ ୟୁନିଫର୍ମ ସଫା କରନ୍ତି । ସମସ୍ତ ପୋଲିସ ବାଲା ଜନତାଙ୍କ ସାମ୍ନାରେ ଆଦର୍ଶ ହୋଇ ରହିବା ପାଇଁ ପ୍ରଚେଷ୍ଟା କରିଥାଏ ।

ବନ୍ଧୁଗଣ ଯଦି ଆପଣ କେବେ ପୋଲିସ ବାଲାଙ୍କ ୟୁନିଫର୍ମ ଖୋଳିବେ ତା ହେଲେ ଦେଖିବେ ୧୦ ରୁ ୧୨ଟି ପୋଲିସଙ୍କ ବନିଆନ ଫଟା ଥିବ । ଦେଶର ଯେକୌଣସି ସରକାରୀ ବିଭାଗ ହେଉ ରବିବାର ୫୨ ଦିନ ଦ୍ଵିତୀୟ ଶନିବାର ୧୨ ଦିନ ଓ ସରକାରୀ ଛୁଟି ୩୬ ଦିନ ସମୁଦାୟ ଏକ ବର୍ଷରେ ୧୦୦ଟି ଛୁଟି ନେଇଥାନ୍ତି ଏବଂ ସେଲିବ୍ରେଟ କରିଥାନ୍ତି ।

ବନ୍ଧୁଗଣ ପୋଲିସ ବାଲା ବି ଜଣେ ସରକାରୀ କର୍ମଚାରୀ ଏମାନଙ୍କ ଦରମା ମଧ୍ୟ କୌଣସି ସରକାରୀ କର୍ମଚାରୀ ଠାରୁ କମ ନୁହେଁ । ହେଲେ ବି ଏମାନଙ୍କର ଛୁଟି ବହୁତ କମ । ଗୋଟେ ପୋଲିସ ବାଲା ଦିନକୁ ୧୨ ଘଣ୍ଟା କାମ କରେ ଓ ସପ୍ତାହକୁ ୮୪ ଘଣ୍ଟା କାମ କରନ୍ତି କୌଣସି ମୁଲିଆ ଠାରୁ କମ ନୁହେଁ ଏମାନଙ୍କ ଅବସ୍ଥା । ଯଦି କୌଣସି ଦଙ୍ଗା ହୋଇଯାଏ ତା ହେଲେ ଏମାନଙ୍କ ଡ୍ଯୁଟି କେବେ ଶେଷ ହେବ ତାହା ଜଣା ନଥାଏ ।

ସମାଜର ସୁରକ୍ଷା ପାଇଁ ଏମାନେ ଦିନ ରାତି କଷ୍ଟ କରିଥାନ୍ତି । ପୋଲିସ ବାଲାଙ୍କର ବି ପରିବାର ଥାଏ ଛୁଆ ଥାନ୍ତି ହେଲେ ଏମାନଙ୍କ ପାଖରେ ସେତିକି ସମୟ ନଥାଏ ନିଜ ପରିବାର ସହ ସେଲିବ୍ରେଟ କରିବା ପାଇଁ । ବର୍ଷର କୌଣସି ପର୍ବ ଏମାନେ ନିଜ ଘରେ ରହି ପାଳନ କରିପାରନ୍ତି ନାହିଁ । ଏମାନେ ବାହାରେ ରହି ଜନସାଧାରଣ ମାନଙ୍କୁ ସୁରକ୍ଷା ଦେଇଥାନ୍ତି । ବନ୍ଧୁଗଣ ଟିକେ ଭାବନ୍ତୁ ଏମାନେ କେତେ କଷ୍ଟରେ ନିଜ ପରିବାର ବିନା ରହୁଥିବେ । ଯେଉଁ ପୋଲିସ ମାନେ ବ୍ୟାରେକରେ ରୁହନ୍ତି ସେମାନଙ୍କ ସ୍ଥିତି ଆହୁରି ଖରାପ ଥାଏ ।

ସକାଳ ୪ଟାରେ ଉଠି ଶୌଚଳୟ ପାଇଁ ଲାଇନ ଲଗେଇବା ଏହା ପରେ ଗାଧୋଇବା ପାଇଁ ଏହା ପରେ ନିଜ ୟୁନିଫର୍ମ ପିନ୍ଧି ସକାଳ ୮ଟାରେ ହାଜିରା ପକେଇବା । ଯଦି ଠିକ ଟାଇମରେ ଏମାନେ ନପହଞ୍ଚିବେ ତା ହେଲେ ଉପର ଅଫିସରଙ୍କ କଡା କଥା ଶୁଣିବାକୁ ପଡେ । ତା ହେଲେ ବନ୍ଧୁଗଣ ପୋଲିସ ବାଲାଙ୍କ ପ୍ରତି ଆପଣ ମାନଙ୍କ ମନରେ କଣ ଅଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *