ଚାହୁଁ ଚାହୁଁ ବନ୍ୟା ପାଣିରେ ଭାସିଗଲା କାର, କାରରେ ଥିଲେ 4 ଜଣ… ଆଉ ତା’ପରେ ଯାହା ହେଲା ନା…ଦେଖନ୍ତୁ Video

ବନ୍ଧୁଗଣ ବନ୍ୟା ପାଣିରେ ଭାସିଗଲା କାର । ଆଉ କାର ରେ ଥିଲେ ୪ ଜଣ । ଆଉ ଅଳ୍ପକେ ବର୍ତ୍ତି ଯାଇଛି ଚାରି ଜଣକ ଜୀବନ । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ କଟକ ଓ ଆଠଗଡ଼ ଜିଲ୍ଲା ଅଞ୍ଚଳ ରେ ବନ୍ୟା ପାଣି ମାଡ଼ି ଆସିବା ଫଳରେ ଅନେକ ରାସ୍ତାଘାଟ ବନ୍ଦ ହୋଇ ପଡିଛି । ତେବେ ବନ୍ୟା ଜଳରେ ଏକ କାର ଭାସିଯିବା ଖବର ସାମ୍ନା କୁ ଆସିଛି ।

କାର ରେ ଥିବା ୪ ଜଣକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।  ତେବେ ପୁରୁଣା କଟକ ସମ୍ବଲପୁର ରାସ୍ତା ରେ କାର ଟି ଫସି ଯାଇଥିବା ଜଣା ପଡ଼ିଛି । ରାତି ୧୧ ଟା ରୁ ୨ଟା ପର୍ଯ୍ୟନ୍ତ ସେମାନେ ପାଣି ରେ ଫସି ରହିଥିଲେ । ରାସ୍ତା ର ନିଧିପୁର ଗଡ଼ା ରେ କାର ଟି ଭାସି ଯାଇଥିଲା । ୪ ଜଣ ଯାତ୍ରୀ କାର ରୁ ବାହାରି ଆସିଥିଲେ ବି ପାଣିରେ ଫସି ରହିଥିଲେ ।

ଯେଉଁ ମାନଙ୍କୁ ପରେ ଉଦ୍ଧାର କରାଯାଇଛି । ଏହି ସମ୍ବନ୍ଧରେ ଅଗ୍ନିଶମ ବିଭାଗ ର ଦୁଷ୍ମନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ, ଗତକାଲି ରାତି ୧୨ଟା ରେ କଲ ସେଣ୍ଟ୍ରାଲ ରୁ ସେ ଏକ ସୂଚନା ପାଇଲେ ଯେ, ଗୋଟିଏ କାର ନିଧିପୁର ପାଖରେ ଥିବା ରେଲୱେ ଷ୍ଟେସନ ପାଖରେ ଭାସି ଯାଉଛି ।

ଏହା ଶୁଣିବା ମାତ୍ରେ ଅଗ୍ନିଶମ ବିଭାଗ ଉକ୍ତ ସ୍ଥାନରେ ପହଁଚିଲେ । ସେଠାରେ ପହଂଚି ସେ ଦେଖିଲେ ଯେ, ଅନ୍ଧାର ରାତିରେ ମୋବାଇଲ ଲାଇଟ ମାଧ୍ୟମରେ ଅନୁଧ୍ୟାନ କରି ବୋଟ ନେଇ ସେମାନଙ୍କ ପାଖରେ ପହଁଚିଲେ । ସେଠାକୁ ଯାଇ ୪ ଜଣକୁ ଉଦ୍ଧାର କରିଲେ ଏବଂ ବୋଟ ରେ ଆଣି ପାଖରେ ଥିବା ଜଣକ ଘରେ ରଖିଲେ ।

ଉକ୍ତ ୪ ଜଣ ଯାତ୍ରୀ କାଲି ସକାଳେ ନିଜ ବାସ ସ୍ଥାନରେ ଅନୁଗୁଳ ରୁ କାଳିଆ ଦର୍ଶନ ପାଇଁ ପୁରୀ ଯାଇଥିଲେ । ଦର୍ଶନ କରି ଫେରିବା ସମୟରେ ଏଭଳି ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି ।ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *