ବୁଡ଼ିଲା ପରେ ବୁଦ୍ଧି ଶିଖିଲା ଛତିଶଗଡ଼, ବାଟକୁ ଆସିଲେ ବାଘେଲ ସରକାର…କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଉପରମୁଣ୍ଡରେ ବର୍ଷା ଯୋଗୁଁ ଏବେ ବନ୍ୟା ରେ ଉବୁଟୁବୁ ହେଉଛି ଛତିଶଗଡ଼ । ଠିକ ଏତିକିବେଳେ ଓଡ଼ିଶା କୁ ପାଣି ଛାଡ଼ିବାକୁ ନେଇ ପୂର୍ବରୁ ମନମାନି କରୁଥିବା ଛତିଶଗଡ଼ ର ବାଘେଲ ସରକାର ଙ୍କ ଚେତା ପଶିଲା । ହୀରାକୁଦ ରେ ଅଧିକ ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ ପାଇଁ ନେହୁରା ହେଉଛି ଛତିଶଗଡ଼ । ମହାନଦୀ ବିବାଦ ନେଇ ପୂର୍ବରୁ ବୈଠକ କୁ ଆସୁ ନଥିବା ଛତିଶଗଡ ଏବେ କେନ୍ଦ୍ର ସରକାର ଙ୍କ ମଧ୍ୟସ୍ତତା ରେ ସମସ୍ୟା ର ସମାଧାନ କରିବାକୁ ଅପିଲ କରୁଛି ।

ଏହି ବିବାଦ ର ସମାଧାନ କରିବାକୁ ବର୍ତ୍ତମାନ କହୁଛନ୍ତି ଛତିଶଗଡ଼ ର ଜଳ ସମ୍ପଦ ମନ୍ତ୍ରୀ । ଉପରମୁଣ୍ଡରେ ମନ ଇଚ୍ଛା ବ୍ୟାରେଜ କରି ମହାନଦୀ ପାଣି କୁ ଅଟକାଇ ରଖୁଥିଲା ଛତିଶଗଡ଼ । ଖରା ଦିନରେ ଓଡ଼ିଶା କୁ ପାଣି ଛାଡୁ ନଥିଲା । ଫଳରେ ଓଡ଼ିଶା ର ଚାଷୀ ପାଣି ମୁନ୍ଦାଏ ନପାଇ ଡହଳ ବିକଳ ହେଉଥିଲେ । କିନ୍ତୁ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ରେ ଉବୁଟୁବୁ ହେଉଛି ଛତିଶଗଡ଼ ।

ପରିସ୍ଥିତି ଏବେ ଅସମ୍ଭାଳ ହୋଇ ପଡ଼ିଛି । ଏମିତି ରେ ହୀରାକୁଦ ର ଗେଟ ଖୋଲିବାକୁ ନେଇ ଓଡ଼ିଶା ସରକାର କୁ ଅନୁରୋଧ କରୁଛି ଛତିଶଗଡ଼ ଜଳ ସମ୍ପଦ ବିଭାଗ । କିନ୍ତୁ ଓଡିଶା ରେ ବନ୍ୟା ର ପରିସ୍ଥିତି କୁ ନିୟନ୍ତ୍ରଣ କରିବା ନିମନ୍ତେ ବର୍ତ୍ତମାନ ହୀରାକୁଦ ରେ ଆଠଟି ଗେଟ କୁ ବନ୍ଦ କରିଦିଆ ଯାଇଛି ।

ଯେଉଁଥି ପାଇଁ ହୀରାକୁଦ ର ବ୍ୟାକ ୱାଟର ପାଇଁ ଛତିଶଗଡ଼ ଅଧିକ ପ୍ରଭାବିତ ହେବ । ପୂର୍ବରୁ ବାରମ୍ବାର ଡାକିବା ପରେ ମଧ୍ୟ ବୈଠକ କୁ ଆସୁ ନଥିଲା ଛତିଶଗଡ଼ ସରକାର । ଏବେ ପରିସ୍ଥିତି ଜଟିଳ ହେଉଥିବା ଅନୁଭବ କରି ବିବାଦ ର ସମାଧାନ ନିମନ୍ତେ ନେହୁରା ହେଉଛନ୍ତି । ପୁର୍ବ ରୁ ବନ୍ୟା ଜଳ ନିୟନ୍ତ୍ରଣ ରେ ଅସହଯୋଗ କରୁଥିବା ଛତିଶଗଡ ବର୍ତ୍ତମାନ ନିଜ ସ୍ଥିତି ଅସମ୍ଭାଳ ଦେଖି ଓଡ଼ିଶାର ସହଯୋଗ ଲୋଡ଼ା କରିଛି ।

ଯାହାକୁ ନେଇ ଓଡ଼ିଶା ନେତା ବି ନିଜର ରିଆକ୍ସନ ଛାଡ଼ିଛନ୍ତି । କଂଗ୍ରେସ ଓ ବିଜେପି ଛତିଶଗଡ଼ କୁ ନିନ୍ଦି ଥିବା ବେଳେ ବିଜେଡ଼ି ର ମନ୍ତବ୍ୟ ହେଲା ମହାନଦୀ କୁ ରକ୍ଷା କରିବା ପାଇଁ ଯାହା କରିବା ଉଚିତ ତାହା କରାଯିବ । ଦୁଇ ରାଜ୍ୟ ମଧ୍ୟ ରେ ଜଳ ନିୟନ୍ତ୍ରଣ କୁ ନେଇ ସମାଧାନ ର ଆବଶ୍ୟକତା ରହିଛି ସେକ୍ସି ବର୍ତ୍ତମାନ ଠିକ ବୁଝିଛି ପଡୋଶୀ ରାଜ୍ୟ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *