ବ୍ରିଜ ଉପରେ ଠିଆ ହୋଇ ବନ୍ୟା ପାଣି ଦେଖୁଥିଲେ ଲୋକେ, ହଠାତ ଏତିକି ବେଳେ କାନ୍ଦି କାନ୍ଦି ଆସି ବ୍ରିଜରୁ ପାଣିକୁ ଡେଇଁ ପଡିଲେ ଯୁବତୀ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ video

ବନ୍ଧୁଗଣ ବନ୍ୟା ଜଳ ରେ ଉବୁଟୁବୁ ହେଉଛି ନଦୀ । ନଦୀ ଫୁଲି କୁଳ ଲଙ୍ଘିବା ଅବସ୍ଥାରେ ଅଛି । ଏହି ପାଣିକୁ ଡେଇଁ ଜୀବନ ହାରି ଦେଇଛନ୍ତି ଜଣେ ନାବାଳିକା । ପାଣି କୁ ଡେଇଁ ପଡିଲେ ଜଣେ ନାବାଳିକା ଯୁବତୀ ଏବଂ ଭାସିଭାସି କୁଆଡ଼େ ଚାଲିଗଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ର ନିଶ୍ଚିତକୋଇଲି ବରପଡା ଲୁଣା ନଦୀରେ । ରାସ୍ତା ରେ ଗାଡ଼ି ମଟର ଚାଲିଥିଲା । ବର୍ଷା ଟିକେ ଛାଡ଼ି ଥିବାରୁ ଲୋକମାନେ ଲୁଣା ନଦୀ ବ୍ରିଜ ଉପରେ ଛିଡ଼ା ହୋଇ ପାଣିକୁ ଦେଖୁଥିଲେ ।

କାରଣ ହୀରାକୁଦ ଗେଟ ଖୋଲିଥିବା ରୁ ନଦୀରେ ପାଣି ଭରପୁର ମାତ୍ରାରେ ଥିଲା । ଠିକ ସେତିକି ବେଳେ ଜଣେ ନାବାଳିକା କାନ୍ଦି କାନ୍ଦି ବ୍ରିଜ ଉପରେ ପାଣିକୁ ଚାହିଁ କିଛି ସମୟ ଛିଡ଼ା ହେଲେ । ଏହାପରେ ହଠାତ ବ୍ରିଜ ବାଡ଼ ଉପରେ ଛିଡ଼ା ହୋଇ ସିଧା ପାଣି କୁ ଡେଇଁ ପଡ଼ିଲେ । ଅଟକାଇବାକୁ ଚାହିଁବି ଲୋକମାନେ ନାବାଳିକା ଜଣକୁ ଅଟକାଇ ପାରି ନଥିଲେ ।

କ୍ଷଣିକ ରେ ପାଣିରେ କୁଆଡ଼େ ଭାସି ଗଲେ ଯୁବତୀ ଜଣକ । ଯୁବତୀ ଜଣକ ହେଉଛନ୍ତି ନିଶ୍ଚିତ କୋଇଲି ନେମାଳ ଗାଁ ର ମଧୁସୂଦନ ପାତ୍ର ଙ୍କ ଝିଅ ମଙ୍ଗୁଳି ପାତ୍ର । ତେବେ ସେ କଣ ପାଇଁ ଏଭଳି ଗୋଟିଏ ବଡ଼ ନିଷ୍ପତ୍ତି ନେଇଗଲେ ତାହା ଜଣା ପଡ଼ି ନାହିଁ । ଏହା ପରେ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଖବର ଦେବା ସହିତ ପୋଲିସ କୁ ସୂଚନା ଦେଇଥିଲେ ।

ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଓଡ୍ରାଫ ଟିମ୍ କୁ ସୂଚନା ଦେଇଥିଲା । ତେବେ ଘଟଣା ସ୍ଥଳ ରେ ଓଡ୍ରାଫ ଟିମ୍ ପହଞ୍ଚି ଲୁଣା ନଦୀରେ ବୋଟ ସହଯୋଗ ରେ ଯୁବତୀ ଙ୍କୁ ଖୋଜୁଛି । ସ୍ଥାନୀୟ ମାଜିଷ୍ଟ୍ରେଟ ସରପଞ୍ଚ ଘଟଣା ସ୍ଥଳରେ ଉପସ୍ଥିତ ରହି ନଜର ରଖିଛନ୍ତି ।

ତେବେ ଯୁବତୀ ଙ୍କ ଖୋଜ ମିଳୁ ନଥିବା ବେଳେ ସେ ଏଭଳି ପଦକ୍ଷେପ କଣ ପାଇଁ ନେଲେ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟତା ସମ୍ବନ୍ଧରେ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *