ଚମ୍ପାରଣ ଷ୍ଟାଇଲରେ ମାଟି ହାଣ୍ଡି ମଟନ୍, ଥରେ ଖାଇଲେ ସବୁ କିଛି ଭୁଲିଯିବେ…ନିଶ୍ଚୟ ଥରେ କରି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବେ ଓ ପ୍ରସ୍ତୁତ ମଧ୍ୟ କରୁଥିବେ । ତେବେ ଆପଣ ମାଂସ ଉପରେ ତ ବହୁତ ଜିନିଷ ଖାଉଥିବେ । ତେବେ ଏସବୁ ଭିତରୁ ସବୁଠାରୁ ପ୍ରସିଦ୍ଧ ହେଉଛି ମାଟି ହାଣ୍ଡି ମାଂସ । ଆପଣ ମାନଙ୍କ ଭିତରୁ ଅନେକଙ୍କୁ ତ ମାଟି ହାଣ୍ଡି ମାଂସ ନିହାତି ଭାବରେ ଭଲ ଲାଗୁଥିବ । ତେବେ ଆସନ୍ତୁ ଆଜି ଏକ ସହଜ ଉପାୟରେ ଏହି ମାଟି ହାଣ୍ଡି ମାଂସ ବା ମଟନ ର ପ୍ରସ୍ତୁତି ବିଷୟ ରେ ଆଲୋଚନା କରି ନେବା ।


ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ କିଛି ଗୋଟା ମସଲା ନେବା ୨ଟା ବଡ଼ ଅଳେଇଚ,୭/୮ ଟି ଲବଙ୍ଗ, ଅଧା ଚାମଚ ସାହା ଜିରା ,ତେଜପତ୍ର ଦୁଇଟି, ଶୁଖିଲା ଲଙ୍କା ୪ଟି, ଗୋଟିଏ ଖଣ୍ଡ ଯାବିତ୍ରୀ,ଡାଲଚିନି,ଷ୍ଟାର ଫୁଲ ଓ ଗୋଲମରିଚ କିଛି,ଖଣ୍ଡ ଜାଇଫଳ,ଅଧା ଚାମଚ ଧନିଆ,ବଡ଼ ଚାମଚ ଜିରା ଓ ଗୁଜୁରାତି । ତେବେ ଏହି ସବୁ ମସଲାକୁ ଟିକେ ସମୟ ଉଷୁମ କରି ପରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏବଂ ମସଲା ପ୍ରସ୍ତୁତ ।

ତେବେ ଏହା ପରେ ମଟନ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏଠାରେ ୧କେଜି ମଟନ ନିଆ ଯାଇଛି ଏହା ପରେ ୫୦୦ ଗ୍ରାମ ପିଆଜ କୁ ଲମ୍ବା ଲମ୍ବା କାଟି ସେହି ଥିରେ ପକେଇ ଦିଅନ୍ତୁ । ଏବଂ ଏହା ପରେ କିଛି ଗୋଟା ମସଲା ପକାନ୍ତୁ । ଗୁଜୁରାତି,ଯାଇତ୍ରି, ଷ୍ଟାରଫୁଲ,ଲବଙ୍ଗ,ତେଜପତ୍ର,ଗୋଲମରିଚ, ଡାଲଚିନି । ହଳଦୀ ଗୁଣ୍ଡ,କାଶ୍ମୀର ନାଲି ପାଉଡର ଏବଂ ସ୍ୱାଦ ଅନୁସାରେ ଲୁଣ ।


ଏହା ପରେ ବଡ଼ ଚାମଚ ଅଦା ରସୁଣ ବଟା । ଏହା ପରେ ଏହି ସବୁକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ମିଷେଇଲା ପରେ ସେହି ଗୁଣ୍ଡ ମସଲା ପକେଇ ଦେବା ଏହା ପରେ ଆମେ ନେବା ଟିକେ ଗରମ କରି ସୋରିଷ ତେଲ । ତେବେ ଏହା ପରେ ତାକୁ କଭର କରି ଏକ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ତେବେ ଏହା ପରେ ଏକ ମାଟି ହାଣ୍ଡି ରେ ଟିକେ ତେଲକୁ ଚାରିଆଡେ ଲଗେଇ ଦିଅନ୍ତୁ ଏବଂ ଏହା ପରେ ସେହି ଥିରେ ମଟନ କୁ ଏବଂ ମସଲା କୁ ରଖି ଦିଅନ୍ତୁ ତେବେ ଏଥିରେ ଦୁଇଟି ଗୋଟା ରସୁଣ ମଧ୍ୟ ପକେଇ ଦିଅନ୍ତୁ ।


ତେବେ ପରେ ମାଟି ହାଣ୍ଡି କୁ କଭର ଦେଇ ଏବଂ ଚାରିଆଡେ ଅଟା ଗୋଳା ଦେଇ ତିନି ମିନିଟ ହାଇ ଫ୍ଲେମ ଏବଂ ପରେ ପୁରା ଲୋ ରେ ଏକ ଘଂଟା ପର୍ୟ୍ଯନ୍ତ ଏହାକୁ ଛାଡି ଦିଅନ୍ତୁ ତେବେ ମଝିରେ ମଝିରେ ମାଟି ପାତ୍ର କୁ ଧରି ଟିକେ ଏପଟ ସେପଟ କରି ଦିଅନ୍ତୁ ଏହା ଦ୍ୱାରା ସବୁ ମାଂସ ଭଲରେ ମିଶିଯିବ । ତେବେ ସମୟ ହେଲା ପରେ ଏହାକୁ କାଢି ନିଅନ୍ତୁ ଏବଂ ଦେଖିବେ ଆପଣଙ୍କ ମାଟି ହାଣ୍ଡି ମଟନ ପୁରା ପ୍ରସ୍ତୁତ ।

Leave a Reply

Your email address will not be published. Required fields are marked *