ମାତ୍ର ଥରେ ଦିଅନ୍ତୁ ପ୍ରିମିୟମ ମାସକୁ ମିଳିବ 36 ହଜାର ଟଙ୍କା, ଦେଖନ୍ତୁ କିପରି ? 

ଥରେ ବିନିଯୋଗ କରିବେ କିଛି ଟଙ୍କା ଓ ମାସକୁ ମିଳିବ ୩୬ ହଜାର ଟଙ୍କା । ଆପଣ ମାନଙ୍କୁ ଏହି କଥାଟି ବିଶ୍ଵାସ ହେଉ ନଥିଲେ ବି ଏହା ସତ । ଦେଶର ସବୁଠାରୁ ବଡ ଓ ବିଶ୍ଵସ୍ତ ବୀମା କମ୍ପାନୀ ଏଲଆଇସି ଏକ ଏପରି ଯୋଜନା ନେଇ ଆସିଛି । ଏହି ଜନହିତକର ଯୋଜନାର ନାମ ହେଉଛି ଜୀବନ ଅକ୍ଷୟ । କିଛି ଦିନ ପୂର୍ବେ ଏଲଆଇସି ଏହି ଯୋଜନାକୁ ବନ୍ଦ କରିଦେଇଥିବା ବେଳେ ଏବେ ପୁଣି ଏହି ଯୋଜନାକୁ ଆରମ୍ଭ କରିଛି ।

ଏଲଆଇସି ଜୀବନ ଅକ୍ଷୟ ପଲିଶି ହେଉଛି ଏମିତି ଏକ ପଲିଶି ଯେଉଁଥିରେ ପଲିଶିଧାରୀ ମାତ୍ର ଥରେ କିସ୍ତି ଦେଇ ସାରା ଜୀବନ ପେନସନ ପାଇବାର ଲାଭ ଉଠାଇ ପାରିବେ । ଏଥିରେ ଅତି କମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ପଲିଶି ଆରମ୍ଭ କରିହେବ । ଏହା ସହ ଏଥିରେ ବିନିଯୋଗ କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଲିମିଟ ଧାର୍ଯ୍ୟ କରାଯାଇ ନାହିଁ ।ତେବେ ଏହି ଜୀବନ ଅକ୍ଷୟ ପଲିଶି ନେବାକୁ ଚାହୁଁ ଥିଲେ ଆପଣଙ୍କ ବୟସ ୩୫ ରୁ ୮୫ ବର୍ଷ ଥିବା ନିହାତି ଆବଶ୍ୟକ ।

ଏହି ବୟସର ବ୍ୟକ୍ତି ଏହି ପଲିଶିରେ ବିନିଯୋଗ କରି ଲାଭ ଉଠାଇ ପାରିବେ । ତେବେ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଏହି ପଲିଶିର ଲାଭ ପାଇ ପାରିବେ । ଜୀବନ ଅକ୍ଷୟରେ ଯଦି ଜଣେ ବ୍ୟକ୍ତି ଏକ ଲକ୍ଷ ଟଙ୍କା ବିନୋଯୋଗ କରନ୍ତି ତା ହେଲେ ତାଙ୍କୁ ମାସିକ ୧୨ ହଜାର ଟଙ୍କା ପେନସନ ମିଳିବା ନିଶ୍ଚିତ । ସର୍ବାଧିକ ନିବେଶ ପାଇଁ କୌଣସି ସୀମା ନଥିବାରୁ ପଲିଶି ଧାରକ ନିଜ ଇଛା ଅନୁସାରେ ବିନୋଯୋଗ କରିପାରିବେ ।

ଆଉ ପେନସନ ରାସୀ ବିନିଯୋଗ ରାସୀ ଉପରେ ମିଳିଥାଏ ବୋଲି କୁହାଯାଉଛି । ଜୀବନ ଅକ୍ଷୟ ପଲିଶିରେ ଯଦି ଜଣେ ୪୫ ବର୍ଷୀୟ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତା ହେଲେ ତାଙ୍କୁ ୭୧ ଲକ୍ଷ ୨୬ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ନିବେଶ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ । ଜୀବନ ଅକ୍ଷୟ ଯୋଜନାର ଆଉ ଏକ ଖାସ କଥା ହେଲା ପେନସନ ରାସୀ ପାଇବା ପାଇଁ ୧୦ଟି ବିକଳ୍ପ ରହିଛି ।

ପଲିଶି ଧାରକଙ୍କ ମୃତ୍ୟୁ ପରେ ପେନସନ ବନ୍ଦ ହୋଇଯାଇଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଏଲଆଇସି ଶାଖା କାର୍ଯ୍ୟଳୟ ଓ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିପାରିବେ । ଜୀବନ ଅକ୍ଷୟ ଭଳି ଏଲଆଇସିର ଅନେକ ପ୍ଳାନ ରହିଛି ଯେଉଁଥିରେ ମିଳୁଛି ଲାଭ ହିଁ ଲାଭ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଲଆଇସିର ଏହି ଜୀବନ ଅକ୍ଷୟ ପଲିଶି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *