ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା ! ପ୍ଲାଷ୍ଟିକ ସର୍ଜରୀ ପାଇଁ ଚାଲିଗଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନ

ନମସ୍କାର ବନ୍ଧୁଗଣ ତେବେ ସୁନ୍ଦର ଚେହେରା କାହାକା ବା ନ ପସନ୍ଦ । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସ୍ଲିମ ଟ୍ରିମ୍ ଶରୀର ଲାଗି ସବୁକିଛି କରିଥାନ୍ତି । ଦରକାର ପଡିଲେ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଛାଇ ନଥାନ୍ତି । କେହି କେହି ଶରୀରର ଅଙ୍ଗପ୍ରତ୍ୟଙ୍ଗ ସର୍ଜରୀ କରିଥାନ୍ତି । ଆଉ କେହି ପତଳା ଦେଖାଯିବା ପାଇଁ ଶରରୀରୁ ଚର୍ବି ହ୍ରାସ କରିଥାନ୍ତି ।
ତେବେ ବର୍ତ୍ତମାନ ର ବଡ଼ ଖବର ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ ।

କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ଭୁଲ୍ ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସର୍ଜରୀ ସମୟରେ ଫୁସୁଫୁସରେ ପାଣି ଜମିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସୂଚନା ଅନୂଯାୟୀ ଗତକାଲି ପ୍ଲାଷ୍ଟି ସର୍ଜରୀ ଦ୍ୱାରା ମୋଟାପଣ କମାଇବା ପାଇଁ ସେ ରାଜାଜୀନଗର ସ୍ଥିତ ଶେଟ୍ଟୀ କସମେଟିକ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।

ତେବେ ସର୍ଜରୀ ଯୋଜନା ମୁତାବକ ହୋଇ ନଥିଲା । ଡାକ୍ତରଙ୍କ ଭୁଲ ସର୍ଜରୀ ଯୋଗୁଁ ତାଙ୍କ ଫୁସଫୁସରେ ପାଣି ଜମିବାରେ ଲାଗିଥିଲା ଏବଂ ତାଙ୍କୁ ଧୀରେ ଧୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ଶେଟ୍ଟୀ ହସ୍ପିଟାଲର ଡାକ୍ତର ତାଙ୍କୁ କାଦୀ ହସ୍ପିଟାଲକୁ ନେଇଥିଲେ ଏବଂ ସେଠାରେ ଡାକ୍ତରଙ୍କୁ ଚେତନାଙ୍କର ହାର୍ଟ ଆଟାକ୍ ହୋଇଥିବା ନେଇ କହିଥିଲେ ।

ତେବେ ଫଳରେ କାଦୀ ହସ୍ପିଟାଲରେ ଡାକ୍ତର ଚେତନାଙ୍କୁ ୪୫ ମିନିଟ୍ ଧରି ସିପିଆର ଚିକିତ୍ସା ଦେଇଥିଲେ କିନ୍ତୁ ଚେତାନଙ୍କୁ ବଞ୍ଚାଇ ପାରି ନଥିଲେ । କିନ୍ତୁ ପରେ କାଦୀ ପୋଲିସ ହସ୍ପିଟାଲ ଆଇସିୟୁ ମୁଖ୍ୟ ପୋଲିସରେ ଏକ ମାମଲା ରୁଜୁ କରିଥିଲେ ଏବଂ କହିଥିଲେ ଯେ ଚେତନାଙ୍କୁ ହାର୍ଟ ଆଟାକ୍ ଆସିନଥିଲା । ସେ ଅଭିଯୋଗ କରିଥିଲେ ଯେ ଶେଟ୍ଟୀ ହସ୍ପିଟାଲ ପୂର୍ବରୁ ହିଁ ଜାଣିଥିଲେ ଯେ ଚେତନାଙ୍କ ମୃତ୍ୟୁ ହୋଇ ଯାଇଛି ।

ତେବେ ମିଳିଥିବା ସୂଚନା ଅନୂଯାୟୀ, ଚେତନା ନିଜ ସର୍ଜରୀ ନେଇ ପରିବାର ଲୋକଙ୍କୁ ଜଣାଇ ନଥିଲେ ନିଜ ସାଙ୍ଗ ମାନଙ୍କ ସହ କଥା ହୋଇ ନିଜେ ନିଷ୍ପତ୍ତି ନେଇ ହସ୍ପିଟାଲ ପଳାଇ ଯାଇଥିଲେ । ତେବେ ସେପଟେ ତାଙ୍କର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଚେତନା କନ୍ନଡ଼ର ଜଣେ ଲୋକପ୍ରିୟ ଟିଭି କଳାକାର ଭାବରେ ପରିଚିତ ଥିଲେ ଲୋକପ୍ରିୟ ଧାରାବାହିକ ଗୀତା ଏବଂ ଡୋରେସାନୀରେ ଅଭିନୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *