ପିରିୟଡ୍ସ ସମୟରେ ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଋତୁସ୍ରାବ ବା ମାସିକ ଧର୍ମ ର ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ । ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।  ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । ୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣ ପୁଞ୍ଜ ରଖାଯାଇଛି ।

୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ “ସାଧାରଣ” କୁହାଯାଏ ।  ବିକଶିତ ଦେଶ ମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶ ମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତୀ ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।

ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । ତେବେ ହରମୋନ ମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁ ରେ ଗର୍ଭାବସ୍ଥା ହୁଏ ।

ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବ‌ୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ ।
ଗର୍ଭାବସ୍ଥାରେ ଓ ସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । ଏହାର ସମସ୍ୟା ଯନ୍ତ୍ରଣା ଦାୟକ ଋତୁସ୍ରାବ ଓ ଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । ତେବେ ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ ।  ଋତୁସ୍ରାବ ସମୟରେ ଓ ପୂର୍ବରୁ ଜରାୟୁର ମାଂସପେଶୀ ସଙ୍କୋଚନ ହେତୁ କ୍ରାମ୍ପ ହୁଏ ଓ ଯନ୍ତ୍ରଣା ହୁଏ ।


କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ୱସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ୱାରାଏହି ଲକ୍ଷଣ କମିଯାଏ  । ଏହି ଲକ୍ଷଣ ସମୂହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ ।

ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ ପ୍ରିମେନସ୍ଟଆଲ ଡିସଫୋରିକ ଡିଜଅର୍ଡ କହନ୍ତି । ତେବେ ପିରିୟଡ଼ ସମୟରେ ଆପଣ ଶାରୀରିକ ସମ୍ପର୍କ ରଖି ପାରିବେ କିନ୍ତୁ ଆପଣ ଙ୍କୁ କଣ୍ଡୋମ କୁ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *