ଚୈତ୍ର ନବରାତ୍ରିର ୯ ଦିନରୁ କୌଣସି ବି ଦିନରେ କରନ୍ତୁ ଏହି ୫ଟି ଉପାୟ, ମାତା ଖୁସି ହୋଇ ମନଇଚ୍ଛା ଫଳ ଦେବେ

୨୫ ମାର୍ଚ୍ଚ ବୁଧବାର ଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହୋଇ ଯାଇଛି । ଏମିତିରେ ସମସ୍ତେ ମାତାଙ୍କ ଉପାସନା କରିବାରେ ଲାଗି ଯାଇଛନ୍ତି । ମାନ୍ୟତା ଅନୁସାରେ ନବରାତ୍ରି ଦିନ ମାତା ନିଜ ଭକ୍ତଙ୍କ ମନୋକମାନା ଜଲ୍ଦି ଶୁଣିଥାନ୍ତି । କିନ୍ତୁ ନବରାତ୍ରିରେ ମାତାଙ୍କୁ ଖୁସି କରିବା ପାଇଁ ପୂଜା ପାଠ ଛଡା ଅନ୍ୟ କିଛି ଉପାୟ କରିବାକୁ ହେବ । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ପାଞ୍ଚୋଟି ଏମିତି ଉପାୟ କହିବୁ ଯାହାକୁ ଯଦି ଆପଣ ନବରାତ୍ରିର ୯ ଦିନ ରେ କେବେ ବି କରୁଛନ୍ତି ତେବେ ଆପଣଙ୍କୁ ଉଚିତ ଫଳ ପ୍ରାପ୍ତି ହେବ ।

ପଦ୍ମ ଫୁଲ ଚଢାନ୍ତୁ

ଚୈତ୍ର ନବରାତ୍ରିରେ ମାତାଙ୍କ ଚରଣରେ ପଦ୍ମ ଫୁଲ ଚଢାଇବା ବହୁତ ଶୁଭ ହୋଇଥାଏ । କହିବାକୁ ଗଲେ ମାତା ରାଣୀଙ୍କୁ ପଦ୍ମ ଫୁଲ ବହୁତ ପ୍ରିୟ ହୋଇଥାଏ । ସେଥିପାଇଁ ଯଦି ଆପଣ ଚୈତ୍ର ନବରାତ୍ରିରେ ମାତାଙ୍କୁ ପଦ୍ମଫୁଲ ଅର୍ପଣ କରୁଛନ୍ତି ତେବେ ଆପଣଙ୍କ ସମସ୍ତ ମନୋକାମନା ଜଲ୍ଦି ପୁରା ହୋଇପାରିବ ।

ସୁନା କିମ୍ବା ଚାନ୍ଦି ମୁଦ୍ରା

ଚୈତ୍ର ନବରାତ୍ରି ଦିନ ଘରକୁ ସୁନା କିମ୍ବା ଚାନ୍ଦିର ମୁଦ୍ରା ଆଣିବା ଶୁଭ ହୋଇଥାଏ । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଏକ ଏମିତି ମୁଦ୍ରା ଆଣିବାର ଅଛି ଯାହା ଉପରେ ମାତା ଲକ୍ଷ୍ମୀ କିମ୍ବା ଗଣେଶଙ୍କ ଚିତ୍ର ହୋଇଥିବ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଧନର କୌଣସି ବି ଅଭାବ ହେବ ନାହିଁ । ଏହାକୁ ଘରକୁ ଆଣିବା ପରେ ସିନ୍ଦୁର ଓ ଚାଉଳ ଦ୍ଵାରା ପୂଜା କରନ୍ତୁ ଓ ଏହା ପରେ ହିଁ ଏହାକୁ ତିଜୋରିରେ ରଖନ୍ତୁ ।

ତିଜୋରିରେ ରଖନ୍ତୁ ଏହି ଜିନିଷ

ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଅଛି ତେବେ ଘରର ତିଜୋରିରେ କଉଡିକୁ ଏକ ନାଲି କପଡାରେ ବାନ୍ଧି ଅବଶ୍ୟ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅସୁବିଧା ହେବ ନାହିଁ । ଏହି ଜିନିଷ ଆପଣଙ୍କ ତିଜୋରିରେ ଏକ ସକରାତ୍ମକ ଉର୍ଜାର ପ୍ରବାହ କରିଥାଏ ।

ପଦ୍ମଫୁଲ ଉପରେ ବିରାଜିତ ମା’ ଲକ୍ଷ୍ମୀ

ନବରାତ୍ରି ଦିନରେ ଆପଣ ପଦ୍ମ ଫୁଲ ଉପରେ ବିରାଜିତ ମାତା ଲକ୍ଷ୍ମୀଙ୍କ ଫଟୋକୁ ପୂଜା କରନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ନାଲି ଫୁଲ ଚଢାନ୍ତୁ

ମାତା ଦୂର୍ଗାଙ୍କୁ ନବରାତ୍ରିରେ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏହା ମାତାଙ୍କ ପ୍ରିୟ ଫୁଲ ଅଟେ । ଏହି ଫୁଲ ନ ମିଳିବ ତ କୌଣସି ଦ୍ଵିତୀୟ ପ୍ରଜାତିର ନାଲି ରଙ୍ଗର ଫୁଲ ଆପଣ ଅର୍ପଣ କରି ପାରିବେ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *