ଝିଅ ତୁ ବ୍ୟସ୍ତ ହଅନି, ଆମେ ପ୍ରକୃତିକୁ ୫ କୋଟି କଣ ୫ ଟଙ୍କା ବି ଦେବାନି…

ନମସ୍କାର ବନ୍ଧୁଗଣ ତେବେ ପ୍ରକୃତିଙ୍କୁ ଚେକମେଟ ଦେବା ପାଇଁ ତୃପ୍ତି ଖୋଜୁଛନ୍ତି ଟପ ଲୟର ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ଶାଶୁ ଅପରାଜିତା ପ୍ରକୃତି କରିଥିବା ସବୁ କେସର ସବୁ ଜବାବ କେମିତି ଦିଆଯିବ ସେଥିପାଇଁ ସେ ଓକିଲ ପରାମର୍ଶ କରୁଛନ୍ତି । ଆଉ ଖୁବ ଶୀଘ୍ର ତାଙ୍କ ଓକିଲ ମଧ୍ୟ ତାଙ୍କ ସାମ୍ନାକୁ ଆସିବେ ଆଉ ତା ସହିତ ଏହାକୁ କିଭଳି ଜବାବ ମଧ୍ୟ ଦିଆ ଯିବ ସେନେଇ ମଧ୍ୟ ସେ ତାଙ୍କର କଥା ରଖିବେ । ଯାହା ଶୁଣିବାକୁ ମିଳୁଛି ସେ ପ୍ରକୃତିଙ୍କୁ ଛାଡ଼ିବେ ନାହିଁ ।


ଯଦି ପ୍ରକୃତି ନିଜ ଗୁଣରୁ ବାଜ ନ ଆସନ୍ତି ନିଜ ପ୍ରକୃତି ସେ ଯଦି ନଛାଡନ୍ତି ତେବେ ସେ ବି ତାଙ୍କୁ ସେ ଭାଷାରେ ବୁଝେଇବେ ଯେଉଁ ଭାଷାରେ ବୁଝୁଛନ୍ତି ପ୍ରକୃତି । ପ୍ରକୃତି ଙ୍କୁ ସବୁ କିଛି ଭୁଲି ଯାଇ ପରିବାରକୁ ଗୋଟେ ଠିକ ରୂପେ ନେବା ପାଇଁ ସେ ଅନେକ ସୁଯୋଗ ଦେଇଛନ୍ତି । ହେଲେ ପ୍ରକୃତି ବାରମ୍ବାର ତାଙ୍କର ଖରାପ ପ୍ରକୃତିରେ ସେ ଏଥିରେ ମୁଣ୍ଡ ପୁରେଇ ଚାଲିଛନ୍ତି ।

ତେବେ ଅପରାଜିତା ନିଜେ କହିଥିଲେ ଯେତେବେଳେ ସେ ଯାଇଥିଲେ ପ୍ରକୃତିଙ୍କୁ ବୁଝାଇବାକୁ ସେ ସମୟରେ ମନ୍ମଥ ମିଶ୍ରଙ୍କ ତରଫରୁ ଅନେକ ଗାଳି ଗୁଲଜ ମଧ୍ୟ ଦିଆ ଯାଇଥିଲା । ତାଙ୍କୁ ଅଭିଶାପ ଦିଆ ଯାଇଥିଲା ଯେ ଜଦୁବଂଶ ପରି ତାଙ୍କ ବଂଶ ଧ୍ଵଂସ ହେଇଯିବ । ଆଉ ଯଦି ପ୍ରକୃତି ଏସବୁ ଜିନିଷ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆଇନଗତ ଭାବରେ ସାହାରା ନେବେ ଅପରାଜିତା ତାଙ୍କ ବହୂ ପାଇଁ । ଆଉ ସେଥିପାଇଁ ତାଙ୍କୁ ଖୋଜି ଦେବେ ଟପ ଲୟର ।

ତେବେ ବାବୁଶାନଙ୍କର ମଧ୍ୟ ଲୟର ରହିଛନ୍ତି ଏନେଇ ଯଦିଓ କେହି କୋଣସି କଥା କହୁ ନାହାନ୍ତି କିନ୍ତୁ ନିକଟସ୍ଥ ସୂଚନାରୁ ଯାହା ଶୁଣିବାକୁ ମିଳୁଛି ତାଙ୍କ ପାଇଁ ସେ ଟପ ଲୟର ଖୋଜୁଛନ୍ତି । କେମିତି ପ୍ରକୃତି ଙ୍କର ରଚା ଷଡ଼ଯନ୍ତ୍ର କୁ ସେ ନାକାମିଆବ କରିବେ ଆଉ ତା ସହିତ ପ୍ରକୃତି ଙ୍କୁ ଗୋଟିଏ ମୁଁହତୋଡ ଜବାବ ଦେବେ ଯେଉଁଥିରେ ସେ ସୁଧୁରି ଯିବେ,

ତେବେ ଦେଖିବାକୁ ବାକି ରହିଲା ଏନେଇ କଣ ଖୋଲାସ କରୁଛନ୍ତି ଅପରାଜିତା ଆଉ ତାଙ୍କ ପରିବାର ତା ସହିତ ତୃପ୍ତି ଏହି ଘଟଣାକୁ କେତେ ଥଣ୍ଡା ମସ୍ତିଷ୍କରେ ଡ଼ିଲ କରୁଛନ୍ତି କାରଣ ତୃପ୍ତିଙ୍କ ପାଖରେ ରହିଛି ଠୋସ ପ୍ରମାଣ । ତେବେ ୫ କୋଟି କଣ ୫ ଟଙ୍କା ମଧ୍ୟ ଦେବେ ନାହିଁ । ତେବେ ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଜଣେ ଶିକ୍ଷୟତ୍ରୀ । ସେ ମଣିଷ ଗଢି ଜାଣିଛନ୍ତି ଓ ଲଢି ବି ଜାଣିଛନ୍ତି ।


କେଉଁ ପରିସ୍ଥିତିରେ କଣ ନିଷ୍ପତ୍ତି ନେବାକୁ ହୁଏ ତାହାବି ସେ ଜାଣିଛନ୍ତି । ବୋହୂ ତୃପ୍ତିକୁ ସାହାସ ଦେଉଛନ୍ତି ଶାଶୁ ଅପରାଜିତା ଏବଂ ଶ୍ଵଶୁର ଉତ୍ତମ ମହାନ୍ତି । ବୋହୂ ଯାହା କରିଛି ଠିକ କରିଛି ଓ ଆଗକୁ ଯାହା କରିବ ଠିକ କରିବ ବୋଲି ସେମାନେ ଜାଣିଛନ୍ତି । ତୃପ୍ତିଙ୍କ ବିଚାର, ସାହସ, ଚିନ୍ତାଧାରା ଓ ଲଢିବାର ଧୈର୍ଯ୍ୟ ଦେଖି ଅପରାଜିତା ଓ ଉତ୍ତମ ମହାନ୍ତି ଅନେକ ଖୁସି ଅଛନ୍ତି । ତେବେ ତୃପ୍ତି ଯାହାବି ନିଷ୍ପତ୍ତି ନେବେ ସବୁଆଡୁ ଭାବିଚିନ୍ତି ନେବେ ଏବଂ ସମଗ୍ର ଓଡିଶାବାସୀଙ୍କ ସମର୍ଥନ ତୃପ୍ତିଙ୍କ ସହ ରହିଛି ।


ତୃପ୍ତିଙ୍କ ପରିବାରରେ ମର୍ଯ୍ୟାଦାହାନି ହେବ ନାହିଁ ଏବଂ ତାଙ୍କ ସପକ୍ଷରେ ଉଚିତ ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା କରୁଛନ୍ତି । ତେବେ ଦେଖାଯାଉ ବାବୁଶାନ ଓ ତୃପ୍ତିଙ୍କ ମଧ୍ୟରେ ପ୍ରକୃତି ଯେଉଁ ଝଡ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା କେଉଁ ରୂପ ନେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *