ମୁଖ୍ୟ ମନ୍ତ୍ରୀଙ୍କ ଫେକ ଭିଡ଼ିଓକୁ ନେଇ ବଢିଲା ଦ୍ଵନ୍ଦ….କଣ ରହିଛି ଏହି ଭିଡିଓରେ ନିଜେ ଦେଖି ନିଅନ୍ତୁ…

ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଅନେକ କିଛି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଅନେକ ଭିଡିଓକୁ ବେଆଇନ ଭାବେ ଏଡିଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଥିବା ଆପଣ ମାନେ ଦେଖିଥିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଡିଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଅଲ୍ଟିମେଟ ଖୋ ଖୋ ମ୍ୟାଚ ଦେଖି ମୁଖ୍ୟମନ୍ତ୍ରୀ ତାଳି ମାରୁଥିଲେ କିନ୍ତୁ ମିଛ ଭିଡିଓରେ ଖୋ ଖୋ ବଦଳରେ ରହିଛି ବନ୍ୟା ଅଞ୍ଚଳର ଦୃଶ୍ୟ ।

ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ନେଇ କ୍ଷପା ହୋଇଛି ବିଜେଡି । ବିଜେଡି ମୁଖ ପାତ୍ର ଲେଲିନ ମହାନ୍ତି ଏହାକୁ ନିନ୍ଦା କରିଛନ୍ତି । ଆଉ ଏଭଳି ମିଛ ଭିଡିଓ ପୋଷ୍ଟ କରିବା ନିନ୍ଦନୀୟ କାର୍ଯ୍ୟ ବୋଲି ସେ କହିଛନ୍ତି । ଏହାର ତଦନ୍ତ ପାଇଁ ସେ ଦାବି ମଧ୍ୟ କରିଛନ୍ତି । ଆପଣ ମାନେ ଏହି ଭିଡିଓଟିକୁ ଭଲ ଭାବରେ ଦେଖନ୍ତୁ ଗୋଟେ ପଟେ ରହିଛି ମିଛ ଭିଡିଓ ଆଉ ଗୋଟେ ପଟେ ରହିଛି ସତ ଭିଡିଓ ।

ଗୋଟେ ପଟେ ଅଲ୍ଟିମେଟ ଖୋ ଖୋ ମ୍ୟାଚରେ ଓଡିଶାର ପଦର୍ଶନକୁ ଦେଖି ନବୀନ ପଟ୍ଟନାୟକ ତାଳି ମାରୁଛନ୍ତି ଆଉ ଏପଟେ ରହିଛି ମିଛ ଭିଡିଓ ବା ଭାଇରାଲ ଭିଡିଓଟି । ସେହି ଭିଡିଓରେ ରହିଛି କିଛି ବନ୍ୟା ଅଞ୍ଚଳର ଦୃଶ୍ୟ । ଏହି ଦୃଶ୍ୟରେ ଲୋକ ମାନଙ୍କର ଦୁଃଖ କାହାଣୀ ରହିଛି ।

କିଭଳି ତାକୁ ଏଡିଟିଂ କରି ଭାଇରାଲ କରାଯାଇଛି ତାର ଚିତ୍ର ମଧ୍ୟ ରହିଛି । ମିଛ ଭିଡିଓଟି କିଛି ଭିନ୍ନ କଥା କହୁଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଏ ଭିଡିଓ ପଛରେ କିଏ ଅଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଦୁଇଟି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *