‘ହେ…ହେ ଡେଇଁ ପଡିଲା…ବଞ୍ଚାଅ…’ ହଠାତ ବ୍ରିଜ ଉପରେ ଗାଡି ରଖି ବନ୍ୟା ପାଣିକୁ ଡେଇଁ ପଡିଲେ ଯୁବକ, ଆଉ ତା’ପରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଆତ୍ମହତ୍ୟା ଏକ ପ୍ରକାର ଟ୍ରେଣ୍ଡ ହୋଇ ଯାଇଛି । ଯାହାକୁ ଦେଖିବ ସେ ଆତ୍ମହତ୍ୟା କରୁଛି । ଯାହାକୁ ଦେଖିବ ସମସ୍ତେ ଅସୁବିଧା ରୁ ମୁକ୍ତ ପାଇଁ ଏହି ରାସ୍ତା ଆପଣେଇ ଛନ୍ତି । ତେବେ କିଏ ହାତ କାଟି ଦେଉଛି ତ କିଏ ଫାସୀ ଲଗେଇ ତ କିଏ ଟ୍ରେନ ଲାଇନ ରେ ଶୋଇ । ତେବେ ଆଉ କିଛି ଜଣ ନଦୀରେ ଡେଇଁ ଆତ୍ମହତ୍ୟା କରୁଛନ୍ତି ତେବେ ଏହି ମୂଲ୍ୟବାନ ଜୀଵନ କୁ ସେମାନେ ନଷ୍ଟ କରି ଦେଉଛନ୍ତି ତାହାର ମୂଲ୍ୟ କିଛି ବି ରହୁନି ।


ତେବେ ବର୍ତ୍ତମାନ ଆଉ ଏକ ଆତ୍ମହତ୍ୟା ର ଖବର ଶୁଣିବାକୁ ମିଳୁଛି । ତେବେ ମହାନଦୀକୁ ଡେଇଁ ଯୁବକ ନିଖୋଜ । ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଯୁବକ ଜଣକ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳର ବୋଲି ଜଣାପଡିଛି । ଯୁବକଙ୍କ ଡିଏଲ ଓ ପ୍ୟାନ୍ କାର୍ଡ ଗାଡ଼ିରୁ ମିଳିବା ପରେ ଖୋଳତାଡ ଜାରି ରହିଛି ।

ତେବେ ଆଜି ସକାଳ ପ୍ରାୟ ୮ଟା ବେଳେ ଜଣେ ଯୁବକ ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ । ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍‌ ସେ ପାଣିକୁ ଡେଇଁ ପଡ଼ିଥିଲେ । ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ହେଲେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି ।

କ’ଣ ପାଇଁ ଯୁବକ ଜଣକ ଏପରି ଚରମ ପଦକ୍ଷେପ ନେଲେ ତାହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରିନି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମହାନଦୀରେ ବନ୍ୟା ପାଣି ଯୋଗୁ ସ୍ରୋତ ପ୍ରଖର ଥିବାରୁ ଖୋଜାଖୋଜି ବାଧାପ୍ରାପ୍ତ ହେଉଛି । ତେବେ ଯୁବକଙ୍କ ଜଣଙ୍କ ହେଉଛନ୍ତି ବିଶ୍ବଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ସେ କାହିଁକି ଏବଂ କେଉଁ ପରିସ୍ଥିତିରେ ନଦୀକୁ ଡେଇଁଛନ୍ତି ତାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ପୋଲିସ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।


ତେବେ  କଟକ ସ୍ଥିତ ମୁଣ୍ଡଳୀ ବ୍ରିଜ୍ ଉପରେ ଓଡି୩୩ଆର୯୨୭୦ ନମ୍ବର ବିଶିଷ୍ଟ ଦୁଇ ଚକିଆ ଗାଡି ରଖି ଜଣେ ଯୁବକ ମହାନଦୀକୁ ଡେଇଁପଡିଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି । କିନ୍ତୁ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ଯୁବକ ଜଣଙ୍କ ନଦୀକୁ ଡେଇଁବା ବେଳେ ନିଶାସକ୍ତ ଥିବା ମଧ୍ୟ କୁହାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *